Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା ଭଗବତୀଙ୍କ ପୀଠରେ ଶ୍ରାବଣୀ ଉତ୍ସବ, ମା’ଙ୍କ ଗହ୍ମା ଡିଆଁ, ଗୋବନ୍ଦାପନା-ଗୋପୂଜନପର୍ବ ପାଳିତ
ଆଜିର ଖବର

ମା ଭଗବତୀଙ୍କ ପୀଠରେ ଶ୍ରାବଣୀ ଉତ୍ସବ, ମା’ଙ୍କ ଗହ୍ମା ଡିଆଁ, ଗୋବନ୍ଦାପନା-ଗୋପୂଜନପର୍ବ ପାଳିତ

August 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀଙ୍କ ନବରାତ୍ର ପୂଜା
ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ପ୍ରଧାନ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠରେ ଶ୍ରାବଣ ପୂର୍ଣ୍ଣିମାର ମଧ୍ୟରାତ୍ରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମା ଡିଆଁ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଉତ୍କଳର ସର୍ବତ୍ର ବୈଷ୍ଣବ କ୍ଷେତ୍ର, ମଠ, ମନ୍ଦିରମାନଙ୍କରେ ଭଗବାନ ବଳଭଦ୍ରଙ୍କ ଜନ୍ମୋତ୍ସବ ଭାବରେ ଏହି ପର୍ବ ପାଳିତ ହେଉଥିବା ବେଳେ କେବଳ ଏକମାତ୍ର ଶକ୍ତି ପୀଠ ବାଣପୁରରେ ଏହି ପର୍ବ ପାଳିତ ହେବାର ଅନନ୍ୟ ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ଚଳି ଆସିଛି।

ନୀତି ଅନୁସାରେ ପ୍ରାତଃକାଳରେ ମା’ଙ୍କ ଅଙ୍ଗରାଗ (ମାଜଣା) ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତି, ଯଜମାନ ନୈବେଦ୍ୟ ଲାଗି, ମଧ୍ୟାହ୍ନରେ (ଡାଲି ଖେଚୁଡ଼ି) ଶଙ୍କୁଡି ଧୂପ ହୋଇ, ପୁଣି ଆମିଷରେ ପ୍ରସ୍ତୁତ ଶଙ୍କୁଡି ପୂଜା ପରେ ଦିବା ପହୁଡ଼, ସଂଧ୍ୟାରେ ନିଶଙ୍କୁଡି ଖଜା ଖେଇ, ସରପୁଳି, ମାଠପୁଳି ଧୂପ ହୋଇ ଆଳତି ବଢିବା ପରେ ରାତ୍ର ବଡସିଂହାର ଧୂପ ପରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀ, ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଦେବ, ଶ୍ରୀଗୋପୀନାଥ ଦେବଙ୍କ ସହିତ ଥାଟ ପଟୁଆର , ଘଣ୍ଟକାହାଳୀ, ବାଜା ରୋଷଣୀ, ଛତ୍ର ତରାଶରେ ମନ୍ଦିରରୁ ବାହାରି ପୂର୍ବ ଦିଗର ବିଷରପାଟଣା ଛକ ଠାରେ ଦେଉଳ ମାହାର ସେବକଙ୍କ ସହଯୋଗରେ ପଲେଇ ସେବକଙ୍କ ଦ୍ଵାରା ବାଲିରେ ପ୍ରସ୍ତୁତ ଗହ୍ମାବେଦୀ ଉପରେ ଆଛାଦିତ ପାଟବସ୍ତ୍ର ଆସନରେ ଠାକୁର ଠାକୁରାଣୀଙ୍କୁ ଉପବେସନ କରାଇଥିଲେ।

ପରେ ପଲେଇ ସେବକ ଭଗବାନ ବଳଭଦ୍ରଙ୍କ ପ୍ରତୀକ ଏକ ବାଛୁରୀକୁ ଆଣି ଉକ୍ତ ସ୍ଥାନରେ ମନ୍ତ୍ରସ୍ନାନପରେ ପୁଷ୍ପମାଲ୍ୟ ଚନ୍ଦନ ଲାଗି କରାଇ ପୂଜାରୀସାଆନ୍ତ ପରିଚ୍ଛା କୃତ୍ତିବାସ ମହାପାତ୍ର ଭଗବାନ ବଳଭଦ୍ର ସ୍ୱରୂପ ଶ୍ରୀ ଦକ୍ଷେଶ୍ଵର, ଭଗବାନ ଜଗନ୍ନାଥ ସ୍ୱରୂପ ଶ୍ରୀ ଗୋପୀନାଥ, ଏବଂ କାମ୍ପିଲ୍ୟ ବାସିନୀ ସୁଭଦ୍ରା ଦେବୀ ସ୍ୱରୂପା ଶକ୍ତିମୟୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀ ସହିତ ଗୋମାତାଙ୍କୁ ଚାରିବାଡର ଷୋଡ଼ଶ ଉପଚାରରେ ପୂଜାବିଧି କରି କଦଳୀପତ୍ରରେ ଠା ହୋଇଥିବା ଚାରିପତ୍ରରେ କେବଳ ଖଇ, ନଡ଼ିଆ ପାତି, ଶାକର ନୈବେଦ୍ୟକୁ ଧୂପ କଲା ପରେ ଆଳତି ପରେ ବାଛୁରୀକୁ ଖଇ ନଡ଼ିଆ ପାତିଶାକର ଖୁଆଇ ଘଣ୍ଟା ଘଣ୍ଟ କାହାଳୀ ବାଦନ ସହିତ ଶ୍ରଦ୍ଧାଳୁଙ୍କ ଜୟ ଜୟକାର ଧ୍ଵନିରେ ବାଛୁରୀକୁ ଗହ୍ମା ଡିଆଁକରାଇଥିଲେ। ପରେ ଦେବା ଦେବୀ ମାନେ ପ୍ରତ୍ୟାବର୍ତ୍ତନ କାଳରେ ରାସ୍ତାରେ ପଡ଼ୁଥିବା ପୂଜାରୀସାଆନ୍ତ ପରିଛାଙ୍କ ଘରେ ଘରେ ପ୍ରସ୍ତୁତ ମଣ୍ଡା ପିଠା ସହ ଅନ୍ୟାନ୍ୟ ନୈବେଦ୍ୟ ଗ୍ରହଣ କରି ମନ୍ଦିରରେ ପହଞ୍ଚିବାପରେ ଶୟନ କାହାଳୀ ବାଜି ଦେବା ଦେବୀଙ୍କୁ ରାତ୍ର ପହୁଡ କରାଯାଇଥିଲା।

ଏହି ଉତ୍ସବରେ ମା’ଙ୍କୁ ଦର୍ଶନ କରି ତାଙ୍କ କୃପାଲାଭ କରିବା ନିମନ୍ତେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମନ୍ଦିର ପ୍ରଶାସନ, ବାଣପୁର ଥାନା ଅଧିକାରୀ,ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ, ମନ୍ଦିର ସେବାୟତ ଓ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିବାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

ବାଣପୁର ମା’ ଭଗବତୀ ଶ୍ରାବଣ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.