ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଅନନ୍ତ ପୁର ରାସ୍ତା ଉପରେ ଏକ ଭାରି ଯାନ ଟ୍ରକ୍ ଧକ୍କାରେ ଏକ ଟ୍ରାକ୍ଟର ରାସ୍ତା ଉପରେ ଓଲଟି ପଡିଥିଲା। ଯାହା ଫଳରେ ଟ୍ରାକ୍ଟରର ଡ଼୍ରାଇଭର ଓ ହେଲ୍ପର୍ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ର ଡ଼୍ରାଇଭର ଓ ହେଲ୍ପର୍ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଖବର ପାଇ ଚମାଖଣ୍ଡି ଥାନା ପୋଲିସ୍ ଓ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ କ୍ରେନ୍ ଯୋଗେ ଟ୍ରାକ୍ଟର କୁ ରାସ୍ତାରୁ ହଟାଇ କିଛି ସମୟ ପାଇଁ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାର ସମାଧାନ କରିଥିଲେ।