ଭୁବନେଶ୍ଵର: ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ଏ ନେଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି କମିଶନରେଟ ପୁଲିସ। ନାଟକ ଓ ସଙ୍ଗୀତ ମାଧ୍ୟମରେ ଆତ୍ମହତ୍ୟା ବିରୋଧରେ ସଚେତନତା କରାଯାଇଛି। ସୋମବାର କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ଏଭଳି ଏକ ଯୁବ ସଚେତନତା କାର୍ଯ୍ୟକ୍ରମ ’ଜୀବନ ଜିନ୍ଦାବାଦ’ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ସଚେତନତା କାର୍ଯ୍ୟକ୍ରମ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବ। ସକରାତ୍ମକ ମନୋଭାବ ଜୀବନକୁ ଠିକ୍ ଭାବେ ବଞ୍ଚିବା ପାଇଁ ପ୍ରେରଣା ଦେବ। ଜୀବନ ଅମୂଲ୍ୟ ବୋଲି ଏହା ଦୃଢ଼ ବାର୍ତ୍ତା ଦେବ। ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ ଓ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।