Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ସୁରକ୍ଷା ନେଇ ମୁଣ୍ଡ ପୁରାଇଲା କମିଶନରେଟ ପୋଲିସ

ଭୁବନେଶ୍ବର: ସୁରକ୍ଷା ଭିତରେ ଥିବା ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ଏବେ ସେଥିରେ ମୁଣ୍ଡ ପୁରାଇଛି କମିଶନରେଟ ପୋଲିସ। ଏ ନେଇ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହାର ସୁରକ୍ଷା ନେଇ ଆରମ୍ଭ ହୋଇଛି ତନାଘନା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଥିବା 590ଟି ଆପାର୍ଟମେଣ୍ଟକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ 224 ଟିରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ ହୋଇଛି। ଏଥିରେ ମୁତୟନ ହୋଇଥିବା ଘରୋଇ ସୁରକ୍ଷା କର୍ମୀଙ୍କୁ ଯାଞ୍ଚ କରାଯାଉଛି। ସେମାନଙ୍କର ନାମରେ କୌଣସି ଅପରାଧିକ ମାମଲା ରହିଛି କି, ଯେଉଁ ଘରୋଇ ଏଜେନ୍ସି ଏହି ସୁରକ୍ଷା କର୍ମି ଯୋଗାଉଛି ତାହାର ଅନୁମତି ପତ୍ର ଅଛି କି ନାହିଁ ତଦନ୍ତ କରାଯାଉଛି।

ସେହିପରି ଆପାର୍ଟମେଣ୍ଟରେ ଲାଗିଥିବା ସିସିିଟିଭି ଗୁଡିକର ମଧ୍ୟ ଯାଞ୍ଚ କରାଯାଉଛି। ଏଗୁଡିକ ଠିକ ସ୍ଥାନରେ ଲାଗିଛି କି ନାହିଁ ଏବଂ ସବୁଗୁଡିକ କାମ କରୁଛି କି ନାହିଁ ତାହା ତଦାରଖ କରାଯାଉଛି। ଏଥିସହିତ ଆପାର୍ଟମେଣ୍ଟ ସୋସାଇଟ ସହି ଆଲୋଚନା କରି ଏକ କ୍ୟାମେରା ରାସ୍ତା ଉପକୁ ରଖିବା ପାଇଁ ପୋଲିସ କହିଛି। ଏହାଦ୍ବାରା ଆପାର୍ଟମେଣ୍ଟ ଭିତରକୁ କିଏ ଆସିଲା କିଏ ଗଲା ତାହାର ସଠିକ ତଥ୍ୟ ରହିପାରିବ।

ସେହିପରି ରାସ୍ତା ଉପର କ୍ୟାମେରା ସହିତ ପୋଲିସ କଣ୍ଟ୍ରୋଲ ରୁମକୁ ଯୋଡିବା ପାଇଁ ମଧ୍ୟ ପ୍ରସ୍ତାବ ରହିିଛି। ଏହାଦ୍ବାରା ଅପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରହିବ। ପୂର୍ବରୁ ବିଭିନ୍ନ ସୁନା ଦୋକାନ ଏବଂ ବଡବଡ ମଲ ସହିତ ପୋଲିସର ଭାଗୀଦାରୀରେ ରାସ୍ତା ଉପରେ କ୍ୟାମେରାର ଲିଙ୍କ ପୋଲିସ ଅନୁଧ୍ୟାନ କରୁଛି। ସେହିପରି ଆପାର୍ଟମେଣ୍ଟର ବାହାର କ୍ୟାମେରା ତଥ୍ୟ ପୋଲିସ ପାଖରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି।

ପୂର୍ବରୁ ଧାରଣା ଥିଲା ଯେ, ଆପାର୍ଟମେଣ୍ଟରୁ ଚୋରୀ ହେବ ନାହିଁ। ସେଥିପାଇଁ ବହୁ ଲୋକ ଏହି ଆପାର୍ଟମେଣ୍ଟରେ ରହିବାକୁ ପସନ୍ଦ କରୁଥିଲେ। ହେଲେ ବର୍ତ୍ତମାନ ସେହି ଆପାର୍ଟମେଣ୍ଟରୁ ମଧ୍ୟ ଚୋରୀ ଆରମ୍ଭ ହୋଇଗଲାଣି। ସିସିଟିଭି ଲାଗିଥିଲେ ମଧ୍ୟ ଚୋରମାନେ ତାହାକୁ ଭେଦ କରି ଫ୍ଲାଟରୁ ସବୁକିଛି ଖାଲି କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ତରଫରୁ ଏହି ପଦକ୍ଷେପ ଆରମ୍ଭ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ମଦ ପିଇ ଗାଡି ଚଳାଉଥିଲେ, ଧରିଲା ପୋଲିସ

ଭୁବନେଶ୍ବର: ଆଜି ଭୁବନେଶ୍ବର କମିଶନରେଟ ପୋଲିସ ଏବଂ ଆରଟିଓ ଅଧିକାରୀଙ୍କ ମିଳିତ ସହଯୋଗରେ ଚଢାଉ ଆରମ୍ଭ କରାଯାଇଥିଲା। ଏଥିରେ ଯେଉଁମାନେ ମଦ ପିଇ ଗାଡି ଚଳାଉଥିଲେ ସେମାନଙ୍କୁ ଗୋଡାଇ ଗୋଡାଇ ପୋଲିସ ଧରିଲା। ସେହିପରି ଏକ ଅଟୋ ଡ୍ରାଇଭରଙ୍କୁ ପୋଲିସ ଧରିଛି। ସେ ମଦ ପିଇ ବେପାରୁଆ ଗାଡି ଚଳାଉଥିଲେ।

ବିଭିନ୍ନ ସମୟରେ ଭୁବନେଶ୍ବରରେ ରାତିରେ ଛୋଟବଡ ଦୁର୍ଘଟଣା ବଢିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଯେ ଗାଡି ଚାଳକମାନେ ମଦ ପିଇ ଗାଡି ଚଳାଉଛନ୍ତି। ବିଳମ୍ବିତ ରାତିରେ ଏମାନେ ମଦ ପିଇ ବେପାରୁଆ ଭାବେ ଗାଡି ଚଳାଉଛନ୍ତି। ଫଳରେ ରାତିରେ ବର୍ତ୍ତମାନ ପୋଲିସ ତରଫରୁ ଏହି ଚଢାଉ ଆରମ୍ଭ କରାଯାଇଛି। ଏହା ବହୁଦିନ ଧରି ଚାଲିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଡ୍ରାଇଭ: ଖଟି ଉପରେ ଲାଗିଲା କଟକଣା

ଭୁବନେଶ୍ଵର: ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ କମିଶନରେଟ ପୋଲିସ ଏକ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵରରେ ଖଟି ଉପରେ କଟକଣା ଲଗାଯାଇଛି। ରାସ୍ତାକଡ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବାକୁ ବାରଣ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ମଦୁଆ ମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରାଯାଇଛି। ମଦ ପିଉଥିବା ୨୦୦ ଜଣ ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ଧରିବା ସହିତ ସେମାନଙ୍କ ଠାରୁ ଫାଇନ ଆଦାୟ କରିଛି। ପ୍ରତି ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ପୋଲିସ। ସେହିଭଳି ଖଟି କରୁଥିବା ୯୨ ଜଣ ଲୋକଙ୍କୁ ଫାଇନ କରିବା ସହ ୧୨ ଟି ଖଟି ଗ୍ରୁପକୁ କମିଶନରେଟ ପୋଲିସ ଭାଙ୍ଗିଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜମି ଆଉ ଘର ଦେବା ନାଁରେ ଠକେଇ ମାମଲା: ଗିରଫ ହେଲେ ଆପୋଲୋ ବିଲଡର

ଭୁବନେଶ୍ବର: ଆପୋଲୋ ବିଲଡର ଦୀପକ ମହାନ୍ତିଙ୍କୁ କମିଶନରେଟ ପୋଲିସ ଆଜି ଗିରଫ କରିଛି। ଜମି ଆଉ ଘର ଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୀପକଙ୍କ ନାମରେ ଅଭିଯୋଗ ହୋଇଥିଲା। ସେ ୨୦୧୫ ମସିହାରେ ବ୍ରହ୍ମପୁର ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ଥିବା ଅଭିଯୋଗ ହୋଇଥିଲା। ହେଲେ ଏହି ମାମଲାରେ ଦୀପକ ମାହାନ୍ତିଙ୍କୁ ଆଜି କମିଶନରେଟ ପୋଲିସ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଥାନାକୁ ଯିବାକୁ ମନା: ଫୋନ କଲେ ଘରକୁ ଆସି ଏତଲା ସଂଗ୍ରହ କରିବ ପୋଲିସ

ଭୁବନେଶ୍ବର: ଲକଡାଉନ ସମୟରେ କମିଶନରେଟ ପୋଲିସ ଭୁବନେଶ୍ଵର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଏହି ସମୟରେ କୋଣସି ଅଭିଯୋଗ ଥିଲେ ଥାନାକୁ ନଯାଇ ଫୋନ ମାଧ୍ୟମରେ ଅଭିଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲକଡଉନ ସମୟରେ ଚୋରୀ, ଡକାୟତି କିମ୍ବା ଅନ୍ୟ କିଛି ଅସୁବିଧା ହୋଇଥିଲେ ଫୋନ ମାଧ୍ୟମରେ ପୋଲିସକୁ ସୂଚନା ଦେବାପାଇଁ କୁହାଯାଇଛି।

୧୦୦ ନମ୍ବରରେ କିମ୍ବା ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ଫୋନ କରି ଅଭିଯୋଗ ଜଣାଇବା ପାଇଁ ଲୋକଙ୍କୁ କୁହାଯାଇଛି। ଅଭିଯୋଗକାରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ଘରେ ଏତଲା ସଂଗ୍ରହ କରିବ ପୋଲିସ। ଏବଂ ଏନେଇ ପୋଲିସ ତୁରନ୍ତ ଘରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିବ। ଏହାଦ୍ବାରା ତଦନ୍ତରେ କିଛି ଅବହେଳା କରାଯିବନି। ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଟିଂ ରାକେଟ୍ ର ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ: ୫୦ ଲକ୍ଷ ଜବତ, ୭ ଗିରଫ

ଭୁବନେଶ୍ବର: ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ବେଟିଂ ରାକେଟ ସକ୍ରିୟ ରହୁଥିବା ବେଳେ ଚଳିତ ଆଇପିଏଲରେ ମଧ୍ୟ ଏହା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵରରେ ଏକ ବଡ ଧରଣର ବେଟିଂ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ।

ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଓୟୋ ରୁମରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ବେଟିଂ ଚାଲିଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଏନେଇ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହ  ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୋଲିସକୁ ନିଶା ଦେଇ ଫେରାର ହେଲା ଗ୍ୟାଙ୍ଗଷ୍ଟାର ହାଇଦର, କମିଶନରେଟ ପୋଲିସର ମୁଣ୍ଡବିନ୍ଧା

କଟକ, କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ପୋଲିସକୁ ଚକମା ଦେଇ କଟକ ମେଡିକାଲରୁ ଫେରାର ହୋଇଯାଇଛି। ଗତ 12 ଦିନ ଧରି ହାଇଦର କଟକ ମେଡିକାଲରେ ଚିକିତ୍ସିତ ହେଉଥିଲା। ତେବେ ତା ପାଖରେ ନିୟୋଜିତ ଥିବା ପୋଲିସ କର୍ମିଙ୍କୁ ନିଶା ଦେଇ ସେ ଫେରାର ହୋଇଯାଇଥିବାର ଜଣାପଡିଛି।

ହାଇଦର ପ୍ରଥମେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲା। ହେଲେ ସେଠାକାର ଡାକ୍ତର କଟକ ମେଡିକାଲକୁ ରେଫର କରିଦେଇଥିଲେ। ସେ କଟକରେ ଚିକିତ୍ସିତ ହେଉଥିଲା। ହେଲେ ଆଜି ଅପରାହ୍ନରେ ହାଇଦରକୁ ଇଂଜେକସନ ଦେବା ପାଇଁ ସ୍ବାସ୍ଥ୍ୟକର୍ମି ଯାଇଥିଲେ। ହେଲେ ହାଇଦର ବେଡରେ ନ ଥିଲେ। ଏପରିକି ତାଙ୍କର ଲୁଗାପଟା ମଧ୍ୟ ତାଙ୍କ ରୁମରେ ନ ଥିଲା।

ପ୍ରଥମେ ସ୍ବାସ୍ଥ୍ୟ କର୍ମି ସେଠାରେ ନିୟୋଜିତ ସୁରକ୍ଷା କର୍ମିଙ୍କୁ ଖୋଜିଥିଲେ। ହେଲେ ସେମାନେ ନିଘୋଡ ନିଦରେ ଶୋଇପଡିଥିଲେ।  ସ୍ବାସ୍ଥ୍ୟ କର୍ମି ସେମାନଙ୍କୁ ଉଠାଇ ହାଇଦର କାହିଁ ବୋଲି ପଚାରିଥିଲେ। ହେଲେ ସେମାନେ ଉଠିବାର ଅବସ୍ଥାରେ ନ ଥିଲେ। ଟଳିଟଳି ବାହାରକୁ କୁଆଡେ ଯାଇଥିବ ବୋଲି କହିଥିଲେ।

ସେମାନଙ୍କର ଏପରି ଅବସ୍ଥା ଦେଖିବା ପରେ ସ୍ବାସ୍ଥ୍ୟକର୍ମି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ। ଘଟଣା ପ୍ରଘଟ ହେବା ପରେ ପୋଲିସ ଫୋର୍ସ ପହଁଞ୍ଚି ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି। ଖୋଦ ପୋଲିସ କମିଶନର ଏକ ଟିମ ଗଠନ କରି ହାଇଦରଙ୍କୁ ଖୋଜିବା କାମରେ ଲାଗିଛନ୍ତି। କଟକ ମେଡିକାଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ନାକାବନ୍ଧି କରାଯାଇଛି।

ହସପିଟାଲରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। ହାଇଦର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମି କିପରି ହାଇଦର ଦେଇଥିବା ଖାଦ୍ୟ ଗ୍ରହଣ କରିଥିଲେ ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଖୁବଶିଘ୍ର ହାଇଦର ଧରାପଡିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି।

ଖଣି ବ୍ୟବସାୟୀ ରଶ୍ମି ରଂଜନ ମହାପାତ୍ର ଏବଂ ଗ୍ୟାଙ୍ଗଷ୍ଟାର ସୁଲେମନର ଭାଇକୁ ହତ୍ୟା କରିବା ନେଇ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଫଳରେ ହାଇଦର 14 ବର୍ଷ ଧରି ଜେଲରେ ରହିଛି। ବର୍ତ୍ତମାନ ସେ ଫେରାର ହେବା ନେଇ ପୋଲିସର ମୁଣ୍ଡବଥା ଆରମ୍ଭ ହୋଇଯାଇଛି।