Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ସୁରକ୍ଷା ନେଇ ମୁଣ୍ଡ ପୁରାଇଲା କମିଶନରେଟ ପୋଲିସ
ବିଶେଷ ଖବର

ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ସୁରକ୍ଷା ନେଇ ମୁଣ୍ଡ ପୁରାଇଲା କମିଶନରେଟ ପୋଲିସ

December 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ସୁରକ୍ଷା ନେଇ ମୁଣ୍ଡ ପୁରାଇଲା କମିଶନରେଟ ପୋଲିସ

ଭୁବନେଶ୍ବର: ସୁରକ୍ଷା ଭିତରେ ଥିବା ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ଏବେ ସେଥିରେ ମୁଣ୍ଡ ପୁରାଇଛି କମିଶନରେଟ ପୋଲିସ। ଏ ନେଇ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହାର ସୁରକ୍ଷା ନେଇ ଆରମ୍ଭ ହୋଇଛି ତନାଘନା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଥିବା 590ଟି ଆପାର୍ଟମେଣ୍ଟକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ 224 ଟିରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ ହୋଇଛି। ଏଥିରେ ମୁତୟନ ହୋଇଥିବା ଘରୋଇ ସୁରକ୍ଷା କର୍ମୀଙ୍କୁ ଯାଞ୍ଚ କରାଯାଉଛି। ସେମାନଙ୍କର ନାମରେ କୌଣସି ଅପରାଧିକ ମାମଲା ରହିଛି କି, ଯେଉଁ ଘରୋଇ ଏଜେନ୍ସି ଏହି ସୁରକ୍ଷା କର୍ମି ଯୋଗାଉଛି ତାହାର ଅନୁମତି ପତ୍ର ଅଛି କି ନାହିଁ ତଦନ୍ତ କରାଯାଉଛି।

ସେହିପରି ଆପାର୍ଟମେଣ୍ଟରେ ଲାଗିଥିବା ସିସିିଟିଭି ଗୁଡିକର ମଧ୍ୟ ଯାଞ୍ଚ କରାଯାଉଛି। ଏଗୁଡିକ ଠିକ ସ୍ଥାନରେ ଲାଗିଛି କି ନାହିଁ ଏବଂ ସବୁଗୁଡିକ କାମ କରୁଛି କି ନାହିଁ ତାହା ତଦାରଖ କରାଯାଉଛି। ଏଥିସହିତ ଆପାର୍ଟମେଣ୍ଟ ସୋସାଇଟ ସହି ଆଲୋଚନା କରି ଏକ କ୍ୟାମେରା ରାସ୍ତା ଉପକୁ ରଖିବା ପାଇଁ ପୋଲିସ କହିଛି। ଏହାଦ୍ବାରା ଆପାର୍ଟମେଣ୍ଟ ଭିତରକୁ କିଏ ଆସିଲା କିଏ ଗଲା ତାହାର ସଠିକ ତଥ୍ୟ ରହିପାରିବ।

ସେହିପରି ରାସ୍ତା ଉପର କ୍ୟାମେରା ସହିତ ପୋଲିସ କଣ୍ଟ୍ରୋଲ ରୁମକୁ ଯୋଡିବା ପାଇଁ ମଧ୍ୟ ପ୍ରସ୍ତାବ ରହିିଛି। ଏହାଦ୍ବାରା ଅପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରହିବ। ପୂର୍ବରୁ ବିଭିନ୍ନ ସୁନା ଦୋକାନ ଏବଂ ବଡବଡ ମଲ ସହିତ ପୋଲିସର ଭାଗୀଦାରୀରେ ରାସ୍ତା ଉପରେ କ୍ୟାମେରାର ଲିଙ୍କ ପୋଲିସ ଅନୁଧ୍ୟାନ କରୁଛି। ସେହିପରି ଆପାର୍ଟମେଣ୍ଟର ବାହାର କ୍ୟାମେରା ତଥ୍ୟ ପୋଲିସ ପାଖରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି।

ପୂର୍ବରୁ ଧାରଣା ଥିଲା ଯେ, ଆପାର୍ଟମେଣ୍ଟରୁ ଚୋରୀ ହେବ ନାହିଁ। ସେଥିପାଇଁ ବହୁ ଲୋକ ଏହି ଆପାର୍ଟମେଣ୍ଟରେ ରହିବାକୁ ପସନ୍ଦ କରୁଥିଲେ। ହେଲେ ବର୍ତ୍ତମାନ ସେହି ଆପାର୍ଟମେଣ୍ଟରୁ ମଧ୍ୟ ଚୋରୀ ଆରମ୍ଭ ହୋଇଗଲାଣି। ସିସିଟିଭି ଲାଗିଥିଲେ ମଧ୍ୟ ଚୋରମାନେ ତାହାକୁ ଭେଦ କରି ଫ୍ଲାଟରୁ ସବୁକିଛି ଖାଲି କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ତରଫରୁ ଏହି ପଦକ୍ଷେପ ଆରମ୍ଭ ହୋଇଛି।

ଆପାର୍ଟମେଣ୍ଟ କମିଶନରେଟ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.