ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଡ୍ରାଇଭ: ଖଟି ଉପରେ ଲାଗିଲା କଟକଣା

Published: Mar 6, 2022, 1:08 pm IST

ଭୁବନେଶ୍ଵର: ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ କମିଶନରେଟ ପୋଲିସ ଏକ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵରରେ ଖଟି ଉପରେ କଟକଣା ଲଗାଯାଇଛି। ରାସ୍ତାକଡ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବାକୁ ବାରଣ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ମଦୁଆ ମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରାଯାଇଛି। ମଦ ପିଉଥିବା ୨୦୦ ଜଣ ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ଧରିବା ସହିତ ସେମାନଙ୍କ ଠାରୁ ଫାଇନ ଆଦାୟ କରିଛି। ପ୍ରତି ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ପୋଲିସ। ସେହିଭଳି ଖଟି କରୁଥିବା ୯୨ ଜଣ ଲୋକଙ୍କୁ ଫାଇନ କରିବା ସହ ୧୨ ଟି ଖଟି ଗ୍ରୁପକୁ କମିଶନରେଟ ପୋଲିସ ଭାଙ୍ଗିଦେଇଛି।

Related posts