Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଡ୍ରାଇଭ: ଖଟି ଉପରେ ଲାଗିଲା କଟକଣା

ଭୁବନେଶ୍ଵର: ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ କମିଶନରେଟ ପୋଲିସ ଏକ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵରରେ ଖଟି ଉପରେ କଟକଣା ଲଗାଯାଇଛି। ରାସ୍ତାକଡ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବାକୁ ବାରଣ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ମଦୁଆ ମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରାଯାଇଛି। ମଦ ପିଉଥିବା ୨୦୦ ଜଣ ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ଧରିବା ସହିତ ସେମାନଙ୍କ ଠାରୁ ଫାଇନ ଆଦାୟ କରିଛି। ପ୍ରତି ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ପୋଲିସ। ସେହିଭଳି ଖଟି କରୁଥିବା ୯୨ ଜଣ ଲୋକଙ୍କୁ ଫାଇନ କରିବା ସହ ୧୨ ଟି ଖଟି ଗ୍ରୁପକୁ କମିଶନରେଟ ପୋଲିସ ଭାଙ୍ଗିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସ୍ଵର୍ଗ ଦ୍ଵାର ପାଇଁ ଲାଗିଲା କଟକଣା: ବାହାର ଜିଲ୍ଲାର ଲୋକଙ୍କୁ ମିଳିବନି ଅନୁମତି

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କଟକଣା ପରେ ବର୍ତ୍ତମାନ ପୁରୀ ସ୍ଵର୍ଗଦ୍ଵାର ପାଇଁ କଟକଣା ଲାଗିଛି। ପୁରୀ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାର ଲୋକଙ୍କୁ ସ୍ଵର୍ଗଦ୍ଵାରକୁ ଅନୁମତି ମିଳିବ ନାହିଁ। କୋଭିଡରେ ମୃତ୍ୟୁ ହୋଇଥିଲେ ସ୍ଵର୍ଗଦ୍ଵାରରେ ଦାହ ପାଇଁ ଅନୁମତି ମିଳିବ ନାହିଁ। ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିବାକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧୦ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Categories
ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

ବଡଦିନ ଆଉ ନୂଆ ବର୍ଷ ପାଳନ ଉପରେ ଲାଗିଲା କଟକଣା, ଜାରି ହେଲା ନୂଆ ଗାଇଡଲାଇନ

ଭୁବନେଶ୍ଵର: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଏବଂ ନୂତନ ବର୍ଷ ପାଇଁ କଟକଣା ଲଗାଯାଇଛି। ଏଥିପାଇଁ ରାଜ୍ୟସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ, ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ଲାଗୁ ରହିବ।

ବଡ ଦିନ ପାଳନ କେବଳ ଚର୍ଚ୍ଚ ମଧ୍ୟରେ ସୀମିତ ରହିବ। ହେଲେ ୫୦ରୁ ଉର୍ଦ୍ଧ୍ଵ ଲୋକ ଚର୍ଚ୍ଚରେ ଏକାଠି ହୋଇପାରିବେ ନାହିଁ। ଜିରୋ ନାଇଟ ପାଳନକୁ ଅନୁମତି ନାହିଁ। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷ ସ୍ଵାଗତକୁ ବାରଣ କରାଯାଇଛି। ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ଉପରେ କଟକଣା ଲାଗିଛି। କୋଭିଡ କଟକଣାକୁ ମାନି ଶେଷକୃତ୍ୟ କରିବାକୁ ଅନୁମତି ମିଳିଛି। ଗୋଷ୍ଠୀ ଭୋଜି ଉପରେ କଟକଣା ଲାଗିଛି। ଶୋଭାଯାତ୍ରା, ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି: ଶ୍ରୀଜିଉଙ୍କ ଦର୍ଶନ ଲାଗି ଏହି ଦିନଗୁଡିକରେ ଲାଗିଲା କଟକଣା

ପୁରୀ: କରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଭିଡକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତାକାଲି ଅର୍ଥାତ ଦଶହରା ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ସେହିଭଳି ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହା ସହିତ ପ୍ରତ୍ୟେକ ରବିବାର ଦିନ ଶ୍ରୀଜୀଉଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଶନିବାର ଦିନ ୧୨ ଟା ପରେ ଶ୍ରୀମନ୍ଦିରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିସରକୁ ଶ୍ରଦ୍ଧାଳୁମାନେ ପଲିଥିନ ଧରି ପ୍ରବେଶ କରିବାକୁ ବାରଣ କରାଯାଇଛି। ସେଥିପାଇଁ ୧୦୦ ଟଙ୍କା ଜରିମାନାର ପ୍ରାବଧାନ ରହିଛି। ତେବେ ଅନ୍ୟ ଦିନମାନଙ୍କରେ ସକାଳ ୭ ଟାରୁ ସନ୍ଧ୍ୟା ୯ ଟା ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ ଲାଗିଲା କଟକଣା: ଏସଆରସି ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ରାଜ୍ୟସରକାରଙ୍କ ପକ୍ଷରୁ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ଗତ ବର୍ଷ ଭଳି ଏଥର ମଧ୍ୟ କୌଣସି ଧାର୍ମିକସ୍ଥଳରୁ କାବାଡିଆମାନେ ଜଳ ଉଠାଇପାରିବେ ନାହିଁ।

ସେହିଭଳି କୌଣସି ଶିବ ମନ୍ଦିରରେ କାଉଡିଆମାନଙ୍କୁ ଜଳାଭିଷେକ ପାଇଁ ବାରଣ କରାଯାଇଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵରରେ ସିଲ୍ ହେଲା ଆପାର୍ଟମେଣ୍ଟ: ୧୦ ଦିନ ପାଇଁ ଲାଗିଲା କଟକଣା

ଭୁବନେଶ୍ବର: ଭୁବନେଶ୍ଵରରେ ଏକ ଆପାର୍ଟମେଣ୍ଟକୁ ସିଲ୍ କରି ଦିଆଯାଇଛି। ଟଙ୍କପାଣି ରୋଡସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଏହି ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି।

ଆପାର୍ଟମେଣ୍ଟ ଭିତରୁ କୌଣସି ବ୍ୟକ୍ତି ବାହାରକୁ ଆସିବା ପାଇଁ ବାରଣ କରାଯାଇଥିବା ବେଳେ ବାହାରୁ କେହି ଭିତରକୁ ଯାଇପାରିବେ ନାହିଁ। କେବଳ ସ୍ବୀକୃତିପ୍ରାପ୍ତ ବିଏମସି କର୍ମଚାରୀଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମଣକୁ ରୋକିବା ପାଇଁ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦେଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ଦଣ୍ଡ ଯାତ୍ରା, ଝାମୁ ଯାତ୍ରା, ପଣା ସଂକ୍ରାନ୍ତି,ରାମ ନବମୀ, ଗୁଡ ଫ୍ରାଇଡେ, ଇଷ୍ଟର ଭଳି ଧାର୍ମିକ କାର୍ଯ୍ୟକ୍ରମରେ କଟକଣା ଲାଗିଛି। ସ୍ଵତନ୍ତ୍ର ରିଲିଫ କମିଶନର ଏହି ସବୁ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି।

୧- ସର୍ବସାଧାରଣ ସ୍ଥାନରେ ଏସବୁ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକରେ ଜନଗହଳି କରିବାକୁ ବାରଣ କରାଯାଇଛି।

୨- କୋଭିଡ ନିୟମକୁ ପାଳନ କରି ଧାର୍ମିକ ସ୍ଥାନ ଯଥା ମନ୍ଦିର, ଚର୍ଚ୍ଚରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ନୀତି ପାଳନ କରାଯାଇପାରିବ।

୩- ସ୍ଥାନୀୟ ଅଞ୍ଚଳରେ ପର୍ବ ପର୍ବାଣୀ ପାଇଁ ସ୍ଥିତିକୁ ଦେଖି ଜିଲ୍ଲାପାଳ ଏବଂ କମିଶନର କଟକଣା ଲଗାଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଆଜି ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

31 ଯାଏଁ ରାଜଭବନକୁ ପ୍ରବେଶ ମନା, କଟକଣା ଲଗାଇଲେ ରାଜଭବନ କର୍ତ୍ତୃପକ୍ଷ

ଭୁବନେଶ୍ବର, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ 31 ତାରିଖ ଯାଏଁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜଭବନ କର୍ତ୍ତୃପକ୍ଷ। ଫୋନ୍, ଫ୍ୟାକ୍ସ, ମେଲରେ ଯୋଗାଯୋଗ ପାଇଁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ବିଏମସି ପକ୍ଷରୁ ନିକଟରେ ସଭା, ସମତି, ବିକ୍ଷୋଭ ଓ ପ୍ରତିବାଦ ଉପରେ ବି କଟକଣା ଲଗାଇଥିଲା।