Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଟିଆଇରେ ଚାଲୁଅଛି ସ୍ପଟ ନାମଲେଖା: ଶୀଘ୍ର କରନ୍ତୁ ଯୋଗାଯୋଗ
ଆଜିର ଖବର

ଆଇଟିଆଇରେ ଚାଲୁଅଛି ସ୍ପଟ ନାମଲେଖା: ଶୀଘ୍ର କରନ୍ତୁ ଯୋଗାଯୋଗ

August 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ୨୦୨୫-୨୬ ତାଲିମ୍ ବର୍ଷ ପାଇଁ ସରକାରୀ ଆଇଟିଆଇରେ ମୋଟ୍ ୭୨ଟି ଆଇଟିଆଇରେ ବଳକା ସିଟ୍ ପାଇଁ ସ୍ପଟ ନାମଲେଖା ଚାଲିଅଛି ବୋଲି ଓଡ଼ିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ବିଜୟ ମଲ୍ଲ ପ୍ରକାଶ କରିଛନ୍ତି।

ଆଇଟିଆଇର ଧନ୍ଦାମୂଳକ ଶିକ୍ଷା ଶୀଘ୍ର ନିଯୁକ୍ତି ପାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ଶିକ୍ଷା, ଆଇଟିଆଇ ର ବିିଭିନ୍ନ ପାଠ୍ୟକ୍ରମରେ ପାଠ ପଢ଼ି ବିଭିନ୍ନ ସରକାରୀ ସଂସ୍ଥା ତଥା ବେସରକାରୀ କମ୍ପାନୀରେ ମେକାନିକ୍‌, ଲୋକ ପାଇଲଟ୍‌, ଜୁନିଅର ଟେକ୍‌ନିସିଆନ୍ ଭାବେ ନିଯୁକ୍ତି ପାଇପାରିବେ ଓ ଆତ୍ମନିର୍ଭରଶୀଳ ହୋଇ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଦଶମ ପାସ୍ କରିଥିବା ସହିତ ଦଶମ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଆଇ.ଟି.ଆଇ.ରେ ପାଠ ପଢିବା ପାଠ୍ୟକ୍ରମ ଓଲଡର, ଓୟାରମ୍ୟାନ ଅଛି। ସରକାରଙ୍କ ସୁଦକ୍ଷା ଯୋଜନା ଦକ୍ଷ ହେଉଛନ୍ତି ଛାତ୍ରୀ, ସ୍ୱପ୍ନ ଦେଉଛି ବାସ୍ତବତାର ରୂପ ଓ କେନ୍ଦ୍ରୀୟ ନିଯୁକ୍ତି କକ୍ଷ ମାଧ୍ୟମରେ ବଡ଼ ବଡ଼ କମ୍ପାନୀ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଛି।

କୁଶଳୀ ବୃତ୍ତିଗତ ମାନବ ସମ୍ବଳ ସୃଷ୍ଟି କରାଯିବା ହେତୁକ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ବା ଆଇଟିଆଇ ଗୁଡ଼ିକର ମାନ ବୃଦ୍ଧି ଲାଗି ଉନ୍ନତ ଭିତ୍ତିଭୂମି ଓ ଆଧୁନିକ କାର୍ଯ୍ୟଶାଳା ସ୍ଥାପନ ଭଳି ବହୁବିଦ୍ଧ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ଉନ୍ନତ ଶିକ୍ଷା ପ୍ରଣାଳୀ ସାଙ୍ଗକୁ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ଆଇଟି ଓ କମ୍ୟୁନିକେସନ୍ ଲ୍ୟାବ୍‌, ଉନ୍ନତ ପାଠାଗାର, ଏନ୍‌.ଆଇ.ଓ.ଏସ୍‌. ମାଧ୍ୟମରେ +୨ ସାର୍ଟିଫିକେଟ୍ ଆବାସିକ ଛାତ୍ରାବାସ ତଥା ଛାତ୍ରୀ ନିବାସ ଆଦିର ବ୍ୟବସ୍ଥା ସହିତ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଓଡି ସ୍କିଲସ୍ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ ମାଧ୍ୟମରେ ଡିଜିଟାଇଜଡ୍ ପାଠ୍ୟକ୍ରମ ଓ ଉନ୍ନତ ବିଷୟବସ୍ତୁ ବିତରଣ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଓଡ଼ିଶାର ଯୁବପିଢୀ ସଶକ୍ତି କରଣ ଏବଂ ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ଭାବେ ପ୍ରୟାସ କରିଆସୁଛନ୍ତି। ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ସ୍କିଲ୍ ହବ୍‌ରେ ପରିଣତ କରିବା ସହ ସମାଜର ରୂପାନ୍ତରଣ କରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ସ୍ୱାଇଁଙ୍କ ଦିଗ୍‌ଦର୍ଶନରେ ତଥା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ସ୍କିଲ୍‌-ଇନ୍‌-ଓଡ଼ିଶା ବ୍ରାଣ୍ଡ କାର୍ଯ୍ୟକ୍ରମ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଓଡ଼ିଆ ପିଲା ପାଠ ପଢି ଆତ୍ମନିର୍ଭରଶୀଳ ହେବା ସହ ଓଡ଼ିଶାରେ ଓ ବିଦେଶରେ କର୍ମନିଯୁକ୍ତି ପାଉଛନ୍ତି।

ରାଜ୍ୟରେ ମହିଳାସଶକ୍ତି କରଣ ପଦକ୍ଷେପକୁ କୁଶଳୀ ତାଲିମ୍ ଜରିଆରେ ଆଉ ଏକ ପାଦ ଆଗେି ନେବାକୁ ସରକାରୀ ଆଇଟିଆଇ ମାନଙ୍କରେ ‘ସୁଦକ୍ଷା’ ଯୋଜନା ମାଧ୍ୟମରେ ଶତକଡ଼ା ୩୩ ପ୍ରତିଶତ ସ୍ଥାନ ଝିଅମାନଙ୍କ ପାଇଁ ସଂରକ୍ଷଣ ସହିତ ସଂପୂର୍ଣ୍ଣ ମାଗଣା ତାଲିମର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ସରକାର ଛାତ୍ରୀଙ୍କ ମାସିକ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ମାଗଣା ୟୁନିଫର୍ମ ସହିତ ମେଧାବୃତ୍ତି, ସୁଦକ୍ଷା, ପ୍ରେରଣା, ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ବାଣୀଶ୍ରୀ, ନିର୍ମାଣ ଶ୍ରମିକ ପୁଅ ଝିଅଙ୍କ ପାଇଁ ମେଧାବୃତ୍ତି, ଗ୍ରୀନ୍ ପ୍ୟାସେଜ୍ (ଅନାଥ ପିଲା) ଓ କୃଷି ଦିବ୍ୟନିଧି ଯୋଜନା ପରି ଛାତ୍ରଛାତ୍ରୀ ମଙ୍ଗଳ ଯୋଜନାମାନ ରାଜ୍ୟ ମେଧାବୃତ୍ତି ପୋଟାଲ ଜରିଆରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ବୋଲି ବିଜୟ ମଲ୍ଲ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ଆଇଟିଆଇ ଧନ୍ଦାମୂଳକ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

Four New Tahasils: ଚାରୋଟି ନୂଆ ତହସିଲ ଘୋଷଣା କଲେ ସରକାର, ଭୁବନେଶ୍ବରରେ ଦୁଇଟି

November 19, 2025

ସମ୍ରାଟ ଚୌଧୁରୀ ହେଲେ ବିଜେପି ବିଧାୟକ ଦଳ ନେତା, ବିଜୟ ସିହ୍ନା ଉପନେତା ମନୋନୀତ

November 19, 2025

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟଙ୍କ କମାଲ: ଫାଇନାଲରେ ସ୍ଥାନ ସୁରକ୍ଷିତ କଲେ ଅଟୋ ଡ୍ରାଇଭରଙ୍କ ଝିଅ

November 19, 2025

Pre-Budget Consultation: ବ୍ୟାଙ୍କ ଓ ବୀମା ଅଧିକାରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 19, 2025
Latest News

Four New Tahasils: ଚାରୋଟି ନୂଆ ତହସିଲ ଘୋଷଣା କଲେ ସରକାର, ଭୁବନେଶ୍ବରରେ ଦୁଇଟି

November 19, 2025

ସମ୍ରାଟ ଚୌଧୁରୀ ହେଲେ ବିଜେପି ବିଧାୟକ ଦଳ ନେତା, ବିଜୟ ସିହ୍ନା ଉପନେତା ମନୋନୀତ

November 19, 2025

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟଙ୍କ କମାଲ: ଫାଇନାଲରେ ସ୍ଥାନ ସୁରକ୍ଷିତ କଲେ ଅଟୋ ଡ୍ରାଇଭରଙ୍କ ଝିଅ

November 19, 2025

Pre-Budget Consultation: ବ୍ୟାଙ୍କ ଓ ବୀମା ଅଧିକାରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 19, 2025

ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ଫେରି ପାଇଲେ ପର୍ଯ୍ୟଟକ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.