Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା: ସାମିଲ ହେଲେ ଆଇନ ମନ୍ତ୍ରୀ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା: ସାମିଲ ହେଲେ ଆଇନ ମନ୍ତ୍ରୀ

August 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ୭୯ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ୱାନ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା ଟାଉନ ହଲ୍ ପର୍ଯ୍ୟନ୍ତ ଆୟୋଜିତ #HarGharTiranga ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ୍ ହୋଇଥିଲେ।

ଐତିହାସିକ ଖୋର୍ଦ୍ଧା ଗଡରେ ଏହି ତ୍ରିରଙ୍ଗା ଯାତ୍ରା ଆମର ଏକତାର ଅନନ୍ୟ ପରିଚୟ। ଏହି ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତିକୁ ଜାଗ୍ରତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣିଥରେ ମନେ ପକାଇ ଦିଏ।

ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ‘ହର୍‌ ଘର୍‌ ତ୍ରିରଙ୍ଗା’ ଯାତ୍ରାରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା।

ଏହି ଅବସରରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସାଂସଦ ମାନନୀୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ,ମାନ୍ୟବର ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ବରଂଜନ ବଡ଼ଜେନାଙ୍କ ସମେତ ଅନ୍ୟାନ୍ୟ ଲୋକ ପ୍ରତିନିଧି, ଛାତ୍ରଛାତ୍ରୀ,ଜିଲ୍ଲାସ୍ତରୀୟ ଅଧିକାରୀ, ଏବଂ ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀମାନେ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ।

HarGharTiranga ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତ୍ରିରଙ୍ଗା ଯାତ୍ରା ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 21, 2026

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026
Latest News

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 21, 2026

ଜନ୍ତର ମନ୍ତର ଗେଟ୍ ଡେଇଁବା ବିବାଦ: ପଛକୁ ହଟିଲେ ସିଜେପି ନେତା

October 21, 2026

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.