ଭୁବନେଶ୍ବର: ବିଜୁ ଜନତା ଦଳ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜଣେ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି। ସେ ହେଉଛନ୍ତି ନୟାଗଡର ଜିଲ୍ଲା 19 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦଳର ଉପସଭାପତି ତଥା ମୁଖ୍ୟାଳୟର ଦାୟିତ୍ବରେ ଥିବା ପ୍ରତାପ ଜେନାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଏଥିରେ କୁହାଯାଇଛି ଯେ, ନୟାଗଡ ଜିଲ୍ଲା ଜୋନ 19 ର ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଏଥିରେ କୁହାଯାଇଛି।