Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୯ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ହେବେ ସ୍ୱତନ୍ତ୍ର ଅତିଥି
ଆଜିର ଖବର

୭୯ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ହେବେ ସ୍ୱତନ୍ତ୍ର ଅତିଥି

August 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୫ରେ ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେବେ। ସେ ଏହି ଐତିହାସିକ ସ୍ମାରକୀ ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଦେଶବାସୀଙ୍କୁ ଅଭିଭାଷଣ ପ୍ରଦାନ କରିବେ।

ମହିଳା ଏବଂ ଶିଶୁମାନଙ୍କ ସଶକ୍ତୀକରଣ ଏବଂ ଅତ୍ୟାବଶ୍ୟକ ସେବାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ସେମାନଙ୍କର ଉତ୍ସର୍ଗୀକୃତ ସେବାକୁ ସ୍ୱୀକାର କରି, ୧୭୧ ଜଣ ସ୍ୱତନ୍ତ୍ର ଅତିଥି ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ; ପର୍ଯ୍ୟବେକ୍ଷକ, ସିସିଆଇଏସ୍‌ର ବାଳକ-ବାଳିକା, ପିଏମ୍‌ କେୟାରର ପିଲା, ଓଏସ୍‌ସିର ସିଡିପିଓ, ଡିସିପିଓ କର୍ମଚାରୀଙ୍କ ସମେତ ମହିଳା ଓ ଶିଶୁ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ପଦାଧିକାରୀ ଅନ୍ତର୍ଭୁକ୍ତ।

ଏହି ସ୍ୱତନ୍ତ୍ର ଅତିଥିମାନେ ଦେଶବ୍ୟାପୀ ମହିଳା ଓ ଶିଶୁଙ୍କ ଜୀବନକୁ ଉନ୍ନତ କରିବା ତଥା ସୁଯୋଗ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ କରାଯାଉଥିବା ଅକ୍ଳାନ୍ତ ପ୍ରୟାସକୁ ପ୍ରତିନିଧିତ୍ୱ କରିବେ। ସେମାନେ ୧୫ ଅଗଷ୍ଟ ୨୦୨୫ରେ ଲାଲକିଲ୍ଲାରୁ ଐତିହାସିକ ସ୍ୱାଧୀନତା ଦିବସ ସମାରୋହକୁ ଉପଭୋଗ କରିବେ।

୧୩ ରୁ ୧୬ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତ ସମୟରେ, ସ୍ୱତନ୍ତ୍ର ଅତିଥିମାନେ ୧୪ ଅଗଷ୍ଟ ୨୦୨୫ରେ ସଂସଦ ଭବନ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, କାର୍ତ୍ତବ୍ୟ ପଥ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ପରିଦର୍ଶନ କରିବେ।

କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି: “ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଆମକୁ ସ୍ମରଣ କରାଇ ଦିଅନ୍ତି ଯେ, ପ୍ରକୃତ ରାଷ୍ଟ୍ର ଗଠନ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ପିଲାମାନଙ୍କୁ ପାଳନ ପୋଷଣ କରିବା ସହିତ ଆରମ୍ଭ ହୋଇଥାଏ। ଏହି ସ୍ୱତନ୍ତ୍ର ଅତିଥିମାନେ ସେହି ବିଶ୍ୱାସର ଜୀବନ୍ତ ଉଦାହରଣ। ତୃଣମୂଳ ସ୍ତରରେ ସେମାନଙ୍କର ନିସ୍ୱାର୍ଥପର କାର୍ଯ୍ୟ ମାଧ୍ୟମରେ, ସେମାନେ ଅଗଣିତ ପରିବାର ପାଇଁ ଆଶା, ମର୍ଯ୍ୟାଦା ଏବଂ ସୁଯୋଗ ଆଣିଦେଇଛନ୍ତି। ଏହି ସ୍ୱାଧୀନତା ଦିବସରେ ସେମାନଙ୍କୁ ସ୍ୱୀକୃତି ଦେବା ହେଉଛି ଏକ ବଳିଷ୍ଠ ଏବଂ ସମାବେଶୀ ଭାରତ ଗଠନରେ ସେମାନଙ୍କ ସମର୍ପଣକୁ ସମ୍ମାନ ଜଣାଇବା ପାଇଁ ଆମର ପ୍ରୟାସ।”

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ସ୍ୱତନ୍ତ୍ର ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରି ଗର୍ବ ଅନୁଭବ କରିବ, ଯାହାଙ୍କ ଅଟଳ ପ୍ରତିବଦ୍ଧତା ଏବଂ ସମର୍ପଣ ଏକ ଶକ୍ତିଶାଳୀ ଓ ସମାବେଶୀ ଭାରତ ନିର୍ମାଣ ଦିଗରେ ପ୍ରେରଣା ସାଜିବ।

ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025
Latest News

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.