Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣକୁ ସ୍ଵାଗତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣକୁ ସ୍ଵାଗତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

August 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
AmitShah

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୁର” ଜରିଆରେ ଆତଙ୍କବାଦୀଙ୍କୁ ହଟାଇବା ହେଉ, ‘‘ମିଶନ ସୁଦର୍ଶନ ଚକ୍ର” ଜରିଆରେ ଦେଶର ଭିତ୍ତିଭୂମିକୁ ସୁରକ୍ଷିତ କରିବା ହେଉ, କିମ୍ବା ‘ହାଇ ପାୱାର୍ଡ ଡେମୋଗ୍ରାଫି ମିଶନ ” ଜରିଆରେ ଅନୁପ୍ରବେଶକାରୀ ମୁକ୍ତ ଭାରତ ଗଠନ କରିବାର ସଂକଳ୍ପ ହେଉ, ମୋଦୀ ସରକାର ଦେଶକୁ ସୁଦୃଢ଼ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ

ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅତୁଟ ସମର୍ଥନ ଉପରେ ଗୁରୁତ୍ୱାରୋପ କରିଥିଲେ

ପରମାଣୁ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ମହାକାଶ ଏବଂ ଜେଟ୍ ଇଞ୍ଜିନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ କରିଥିଲେ

ଆଗାମୀ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟିକସ ରିହାତି ପ୍ରଦାନ କରିବା, ନାଗରିକଙ୍କ ଜୀବନ ସହଜ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଘୋଷଣା କରିଥିଲେ

ପ୍ରଧାନମନ୍ତ୍ରୀ ମୋଦୀ ‘‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’’ ର ଶୁଭାରମ୍ଭ କରି ଯୁବକମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଉପହାର ଦେଇଛନ୍ତି, ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ୧୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଆରଏସଏସର ୧୦୦ ବର୍ଷର ସମୃଦ୍ଧ ଇତିହାସ ଏବଂ ରାଷ୍ଟ୍ର ନିର୍ମାଣରେ ଏହାର ଅବଦାନ ଉପରେ ଆଲୋକପାତ କରି ଏହାର ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବ୍ୟକ୍ତିଗତ ବିକାଶ, ସେବା, ସମର୍ପଣ, ସଂଗଠନ ଏବଂ ଶୃଙ୍ଖଳା ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଜାରି ରଖିଛି

 

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣକୁ ଗତ ୧୧ ବର୍ଷର ପ୍ରଗତି, ବର୍ତ୍ତମାନର ଶକ୍ତି ଏବଂ ଏକ ସମୃଦ୍ଧ ଭାରତ ପାଇଁ ରଣକୌଶଳର ଏକ ରୋଡମ୍ୟାପ୍ ବୋଲି କହିଛନ୍ତି।

‘ଏକ୍ସ’ ରେ ଏକାଧିକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ‘‘ଅପରେସନ ସିନ୍ଦୁର” ଜରିଆରେ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ହେଉ, ‘‘ମିଶନ ସୁଦର୍ଶନ ଚକ୍ର” ଜରିଆରେ ଦେଶର ଭିତ୍ତିଭୂମିକୁ ସୁରକ୍ଷିତ କରିବାର ଯୋଜନା ହେଉ, କିମ୍ବା ‘‘ହାଇ ପାୱାର୍ଡ ଡେମୋଗ୍ରାଫି ମିଶନ” ଜରିଆରେ ଅନୁପ୍ରବେଶକାରୀ ମୁକ୍ତ ଭାରତ ଗଠନ କରିବାର ସଂକଳ୍ପ ହେଉ, ମୋଦୀ ସରକାର ଦେଶକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ। କୃଷକଙ୍କ ସ୍ୱାର୍ଥ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ମହାକାଶ କ୍ଷେତ୍ର ଏବଂ ଜେଟ୍ ଇଞ୍ଜିନରେ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ କରିଥିଲେ। ଏହାବାଦ୍‍ ଆଗାମୀ ଦୀପାବଳି ଅବସରରେ ‘‘ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା” ର ଘୋଷଣା ଏବଂ ଗୁରୁତ୍ୱପୂର୍ଣ୍ଣ ଜିଏସଟି ରିହାତି ପଦକ୍ଷେପ ନାଗରିକଙ୍କ ଜୀବନକୁ ସହଜ କରିବ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା” କାର୍ଯ୍ୟକାରୀ କରିବା ଲାଗି ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରି ଦେଶର ଯୁବକମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ଯୋଜନା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଥର କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ମିଳିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ପଦକ୍ଷେପ ଦ୍ୱାରା ପାଖାପାଖି ସାଢ଼େ ତିନି କୋଟି ଯୁବକ ଉପକୃତ ହେବେ, ଯାହା ଭାରତୀୟ ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଯାତ୍ରାକୁ ସୁଦୃଢ଼ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସଶକ୍ତ କରି ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି। ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଦୀପାବଳି ଉପହାର ସ୍ୱରୂପ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଘୋଷଣା କରିଛନ୍ତି। ଏହି ସଂସ୍କାରଗୁଡ଼ିକ ଦ୍ୱାରା କେବଳ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ବିଶେଷ ଭାବେ ଲାଭାନ୍ୱିତ ହେବେ ନାହିଁ, ବରଂ ନିତିଦିନିଆ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ସୁଲଭ ହେବ, ଯାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଗତି ପ୍ରଦାନ କରିବ। ଏହି ପ୍ରୟାସ ଭାରତର ଆର୍ଥିକ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବ ଏବଂ ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ମିଶନ ସୁଦର୍ଶନ ଚକ୍ର” ର ଶୁଭାରମ୍ଭ କରି ଏକ ଐତିହାସିକ ଘୋଷଣା କରିଛନ୍ତି। ଏହି ଅଭିଯାନ ଅଧୀନରେ ୨୦୩୫ ମସିହା ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ଥଳଗୁଡ଼ିକୁ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀରେ ସଜ୍ଜିତ କରାଯିବ। ଏହି ଅଭିଯାନର ଉଦ୍ଦେଶ୍ୟ କେବଳ ଶତ୍ରୁ ଆକ୍ରମଣକୁ ନିଷ୍କ୍ରିୟ କରିବା ନୁହେଁ, ବରଂ ସୁଦର୍ଶନ ଚକ୍ର ଭଳି ପ୍ରଭାବଶାଳୀ ପ୍ରତିଆକ୍ରମଣ କରିବା । ଏହି ପଦକ୍ଷେପ ଜାତୀୟ ସୁରକ୍ଷାକୁ ଅଭେଦ୍ୟ କରିବା ଏବଂ ଶତ୍ରୁମାନଙ୍କ ବିରୋଧରେ ଲକ୍ଷ୍ୟବଦ୍ଧ ଆକ୍ରମଣକୁ ସକ୍ଷମ କରିବାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଐତିହାସିକ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ନିର୍ମାଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ର ୧୦୦ ବର୍ଷର ସମୃଦ୍ଧ ଇତିହାସ ଏବଂ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ଦେଶର ୧୦୦ ବର୍ଷର ପ୍ରଗତି ଯାତ୍ରାରେ ଅତୁଳନୀୟ ଯୋଗଦାନ ଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଗତ ଶତାବ୍ଦୀ ଧରି, ଆରଏସ୍ଏସ୍ ସେବା, ସମର୍ପଣ, ସଂଗଠନ ଏବଂ ଶୃଙ୍ଖଳା ସହିତ ବ୍ୟକ୍ତିଗତ ବିକାଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ପୂରଣ କରିଛି।

ଅପରେସନ ସିନ୍ଦୁର ଅମିତ ଶାହ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ
Share. Facebook Twitter LinkedIn Email WhatsApp Copy Link

Related Posts

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026
Latest News

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.