Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ
ଆଜିର ଖବର

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ
ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ରେଢ଼ାଖୋଲ ଡ଼ିଏଫଓ କନଫରେନ୍ସ ହଲ ଠାରେ ରେଢ଼ାଖୋଲର ବିଭିନ୍ନ ସମସ୍ୟାକୁ ନେଇ ବିଜୁ ଜନତାଦଳ ତରଫରୁ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଲୁହାପଙ୍କ ସାଧୁମୁଣ୍ଡା ଠାରେ ପ୍ରବେଶ ରାସ୍ତା, ସାଧୁମୁଣ୍ଡା ଠାରୁ ଜୁଯୁମୁରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିବା, ତାରିଣୀ ଢ଼ାବା ସମୟ ଅଫିସ ଠାରେ ପ୍ରବେଶ ରାସ୍ତା ନ ଥିବା, ନୂଆପଡା ଛକ ଠାରେ ପ୍ରବେଶ ରାସ୍ତା ନ ଥିବାରୁ ନୂଆପଡା, ଝାଙ୍କର ପଡା, ବରମପୁରା ଏବଂ ବୁର୍ଡା ଗ୍ରାମ ପଞ୍ଚାୟତକୁ ଯାଉଥିବା ଜନସାଧାରଣ ହଇରାଣ ହେଉଥିବା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ପୂର୍ବରୁ ଏ ସମ୍ପର୍କରେ ଲିଖିତା କାରରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ବିଧାୟକ ପ୍ରକାଶ କରିଥିଲେ।

ଠିକ ସେଇପରି ଚାରମାଳର ଖୁବେଲ ରାସ୍ତା ଠାରେ ଅଣ୍ଡର ପାସ ରାସ୍ତା, ଚାରମାଳ ଠାରେ ଜାତୀୟ ରାଜପଥରେ ସଠିକ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଚାରମାଳ ଡାକ୍ତରଖାନାକୁ ପାଣି ପଶି ଅପରିଷ୍କାର ହେବା ସଙ୍ଗେ ସଙ୍ଗେ ରୋଗୀ ଯିବା ଆସିବାରେ ଅସୁବିଧା ହେଉଥିବା, ସେରନି ମନ୍ଦିର ପାଖ ବ୍ରିଜ ଖାଲ ଖମା ଯୋଗୁଁ ଯିବା ଆସିବା ଅସୁବିଧା, ରାସ୍ତା କାମ ଶେଷ ନହେବା ପର୍ଯ୍ୟନ୍ତ ଟୋଲ ଗେଟ କୁ ଉଚ୍ଛେଦ କରାଯିବା, ପାଉଁଶ ବୋଝେଇ ଗାଡି ଟାଉନ ଭିତରକୁ ନଯିବା ପାଇଁ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଗୋଟେ ଦିନ ବନ୍ଦ ହେବାପରେ ପୁଣି ଚାଲୁଥିବା, ରେଢ଼ାଖୋଲ ଦେଇ ଯାଇଥିବା ୬କିମି କିଲୋମିଟର ରାସ୍ତା ତୁରନ୍ତ ସମ୍ପୂର୍ଣ୍ଣ କରିବା ଆଦି ସମସ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ କରିଥିଲେ। ସରକାର ଶୀଘ୍ର ଏହି ସବୁ ସମସ୍ୟାର ସମାଧାନ ନ କଲେ ଆସନ୍ତା ଅଗଷ୍ଟ ୨୨ତାରିଖ ଶୁକ୍ରବାର ଦିନ ସକାଳ ୬ ଟାରୁ ସଂଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଓ ରାସ୍ତା ରୋକ କରାଯିବ ବୋଲି ବିଜେଡି ତରଫରୁ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ,ରେଢ଼ାଖୋଲ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବରିଷ୍ଠ ବିଜେଡି ନେତା ଅରୁଣ ପ୍ରଧାନ, ବ୍ଲକ ବିଜେଡି ସଭାପତି ଉଦିତ ନାରାୟଣ ତ୍ରିପାଠୀ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନୀଲ ପ୍ରଧାନ, ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଛାତ୍ର ସଭାପତି ଶିବଶମ୍ଭୁ ନନ୍ଦ,ଯୁବ ସଭାପତି ବିକାଶ ଦାସ, ପୁରୁଷୋତ୍ତମ ଅଗ୍ରୱାଲ, ସୁଧାଂଶୁ ଅମାତ ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ବିୟୋଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଥିଲେ।

ପ୍ରସନ୍ନ ଆଚାର୍ଯ୍ୟ ବିଜୁ ଜନତା ଦଳ ରେଢାଖୋଲ ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.