Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ
ଆଜିର ଖବର

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Young Astronomer Talent Search
9th edition of Young Astronomer Talent Search begins

ଭୁବନେଶ୍ଵର: ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟସ୍)ର ୧୯ତମ ସଂସ୍କରଣ ଶୁଭାରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ସଂସ୍କରଣ ଟାଟା ଷ୍ଟିଲ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସହଭାଗିତାରେ ଆୟୋଜନ କରାଯାଉଛି। କିମ୍ବଦନ୍ତୀ ପୁରୁଷ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନ ପ୍ରତି ରହିଥିବା ଅତୁଳନୀୟ ଅବଦାନର ପ୍ରଚାରପ୍ରସାର କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ‘ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଚାରୀ’ ଶୀର୍ଷକ ଉପରେ ଏହି ସଂସ୍କରଣ ଆୟୋଜିତ ହେଉଛି।

ବିଭିନ୍ନ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭିନ୍ନ କୁଇଜ୍ ପ୍ରତିଯୋଗିତା ଓ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା କରାଯାଇ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ସେମାନଙ୍କ ମଧ୍ୟରୁ ପ୍ରତି ଜିଲ୍ଲାରୁ ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଡିସେମ୍ବର ୧୩ ତାରିଖରେ ଚୂଡ଼ାନ୍ତ ଚୟନ ପାଇଁ ଭୁବନେଶ୍ୱରକୁ ଆମନ୍ତ୍ରଣ କରାଯିବ। ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟକ୍ତିଗତ ଆଲୋଚନା, ପ୍ରସ୍ତୁତ ମଡେଲ ଓ ମୂଲ୍ୟାଙ୍କନ ଆଧାରରେ ଶ୍ରେଷ୍ଠ ୩୦ ଜଣ ବିଜେତାଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ। ସେମାନେ ମଧ୍ୟ ଇସ୍ରୋ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନର ସୁଯୋଗ ପାଇବେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସଂସ୍କରଣର ପୁସ୍ତିକା ଉନ୍ମୋଚନ କରି କହିଛନ୍ତି ଯେ ସବୁବର୍ଗର ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହେବାର ସମାନ ସୁଯୋଗ ରହିଛି। ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସହ ଭବିଷ୍ୟତରେ ଭାରତ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ।

ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସହଭାଗିତାରେ ଟାଟା ଷ୍ଟିଲ ପକ୍ଷରୁ ୨୦୦୭ ମସିହାରୁ ୟାଟସ୍ ଆୟୋଜିତ ହୋଇ ଆସୁଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନ ସଂପର୍କରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ପ୍ରତିଭା ଓ ଜିଜ୍ଞାସାର ପରିପ୍ରକାଶ ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ୨୩୦ ଜଣ ମନୋନୀତ ବିଜେତା ବିଭିନ୍ନ ଇସ୍ରୋ କେନ୍ଦ୍ର ପରିଦର୍ଶନ କରି ମହାକାଶ ଗବେଷଣାରେ ଭାରତର ଅଗ୍ରଗତି ଦେଖିବାର ଅନନ୍ୟ ସୁଯୋଗ ପାଇଛନ୍ତି।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ଭୂପିନ୍ଦର ସିଂ ପୁନିଆ, ବିଜ୍ଞାନ ଓ ପ୍ରଯୁିକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି ଓ ପୂଜା ମିଶ୍ର, ବିତ୍ତ ପରାମର୍ଶ ଦାତା ବିଦ୍ୟୁତ ପ୍ରଭା ରାଉତ, ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦ୍ଦେଶକ ଶ୍ରୀମତ ଉର୍ମିପ୍ରଭା ମହାରଣା, ଚିନ୍ମୟୀ ଚେତନା ଦାସ, ଟାଟା ଷ୍ଟିଲର ମୁଖ୍ୟ ନିର୍ବାହୀ ଦେବାଶିଷ ଜେନା, ଅନନ୍ୟା ମିହିର ପ୍ରମୁଖ ଉପସ୍ଥିତ ଥିଲେ।

bhubaneswar Search begins Young Astronomer Talent
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026
Latest News

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.