Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ
ଆଜିର ଖବର

ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ

August 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Indian Railways
୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୨୦୨୫ ପାଇଁ ୩୮୦ଟି ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ। ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଫଳରେ ପାର୍ବଣ ଋତୁରେ ଭକ୍ତ ଏବଂ ଯାତ୍ରୀମାନଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ ହେବ। ୨୦୨୩ରେ ମୋଟ ୩୦୫ଟି ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୩୫୮କୁ ବୃଦ୍ଧି ପାଇଥିଲା।

ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରେ ଅଧିକ ପାର୍ବଣ ଜନିତ ଯାତ୍ରା ଚାହିଦାକୁ ପୂରଣ କରି କେନ୍ଦ୍ରୀୟ ରେଳବାଇ ସର୍ବାଧିକ ୨୯୬ଟି ଟ୍ରେନ ସେବା ପରିଚାଳନା କରିବ। ପଶ୍ଚିମ ରେଳବାଇ ୫୬ଟି ଗଣପତି ସ୍ୱତନ୍ତ୍ର ଟ୍ରେନ ଯାତ୍ରା, କୋଙ୍କଣ ରେଳବାଇ (କେଆରସିଏଲ) ୬ଟି ଯାତ୍ରା ଏବଂ ଦକ୍ଷିଣ ପଶ୍ଚିମ ରେଳବାଇ ୨୨ଟି ଯାତ୍ରା ପରିଚାଳନା କରିବ।

କୋଙ୍କଣ ରେଳବାଇ ଦେଇ ଚଳାଚଳ କରିବାକୁ ଥିବା ଗଣପତି ସ୍ପେଶାଲ ଟ୍ରେନ୍‌ଗୁଡ଼ିକ କୋଲାଡ, ଇନ୍ଦାପୁର, ମାଣଗାଓ, ଗୋରେଗାଓଁ ରୋଡ୍, ବୀର, ସାପେ ୱାମଣେ, କରଞ୍ଜାଡି, ୱିହ୍ନେରେ, ଦିୱାଣଖାଓଟି, କଳମ୍ବଣୀ ବୁଦ୍ରୁକ୍, ଖେଡ, ଅଞ୍ଜନି, ଚିପଳୁଣ, କାମାଠେ, ସାୱାର୍ଡା, ଆରୱଲୀ ରୋଡ୍, ସଙ୍ଗମେଶ୍ୱର ରୋଡ୍, ରତ୍ନଗିରି, ଆଡ଼ୱଲୀ, ୱିଲୱଡେ, କଣକୱଲୀ, ସିନ୍ଧୁଦୁର୍ଗ, କୁଡାଳ, ଝାରାପ, ସାୱନ୍ତୱାଡି ରୋଡ, ମଡୁରେ, ଥିଭିମ, କରମାଳି, ମଡଗାଓଁ ଜଙ୍କସନ, କାରୱାର, ଗୋକର୍ଣ୍ଣ ରୋଡ, କୁମଠା, ମୁର୍ଡେଶ୍ୱର, ମୁକାମ୍ବିକା ରୋଡ, କୁନ୍ଦାପୁରା, ଉଡୁପି, ମୁଲକି ଏବଂ ସୁରଥକାଲ ଆଦି ସ୍ଥାନରେ ରହଣି କରିବାକୁ ଯୋଜନା କରାଯାଇଛି ।

ଶ୍ରୀଗଣେଶଙ୍କ ପୂଜା ୨୭ ଅଗଷ୍ଟରୁ ୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟରେ ଆଶା କରାଯାଇଥିବା ପର୍ବପର୍ବାଣୀ ଭିଡ଼କୁ ପୂରଣ କରିବା ପାଇଁ, ଗଣପତି ସ୍ୱତନ୍ତ୍ର ଟ୍ରେନ୍ ୧୧ ଅଗଷ୍ଟ ୨୦୨୫ ଠାରୁ ଚଳାଚଳ କରୁଛି । ତେବେ ପାର୍ବଣ ପାଖେଇ ଆସିବା ସହିତ ସେବାଗୁଡ଼ିକ କ୍ରମଶଃ ବୃଦ୍ଧି କରାଯିବ।

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବିସ୍ତୃତ ସମୟସୂଚୀ ଆଇଆରସିଟିସି ୱେବସାଇଟ୍, ରେଲୱାନ ଆପ୍ ଏବଂ କମ୍ପ୍ୟୁଟରାଇଜଡ୍ ପିଆରଏସରେ ଉପଲବ୍ଧ।

ଭାରତୀୟ ରେଳବାଇ ବିଶେଷକରି ପର୍ବପର୍ବାଣୀ ସମୟରେ ଚାହିଦା ଯଥେଷ୍ଟ ଅଧିକ ରହୁଥିବାକୁ ଦୃଷ୍ଟିରେ ରଖି ନିରାପଦ, ନିର୍ଭରଯୋଗ୍ୟ ଏବଂ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ରହିଥାଏ।

Ganapati Special Train Indian Railway
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.