Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର ଶିକ୍ଷକ ପଦବୀକୁ ପୂରଣ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ଦାବି
ଆଜିର ଖବର

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର ଶିକ୍ଷକ ପଦବୀକୁ ପୂରଣ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ଦାବି

August 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
OSEFD
As per court orders, filling up the vacant teacher posts and appointing junior teachers

ଭୁବନେଶ୍ଵର: ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୩ବର୍ଷ ମଧ୍ୟରେ ୪୫ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସ୍ଥଳେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତ ରେ ଆଲୋଚ଼ନା ହୋଇଥିବାରୁ ଓଏସଇଏଫଡ଼ି ସଂଘ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଭାଗୀୟ ପ୍ରମୁଖ ସଚିବ ଶାଳିନ ପଣ୍ଡିତଙ୍କ ସହ ଓଏସଇଏଫଡ଼ି ସଂଘର ଗାରିମାମୟ ଉପଦେଷ୍ଠା ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସଂଘ କୃତଜ୍ଞତାର ସହ ଧନ୍ୟବାଦ୍ ଜ୍ଞାପନ କରିଛି।

ତତସହିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ମତରଖିଛି ଯେ, ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀରେ ୧୦:୧ ଏବଂ ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ୧୫:୧ ସ୍ୱତନ୍ତ୍ର ଶିକ୍ଷକ ଏବଂ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅନୁପାତରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଅନୁସାରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ସର୍ତ୍ତାବଳି ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ତ୍ବରାନ୍ବିତ କରିବା ସହ ଅବଶ୍ୟକିୟ ସମ୍ପୂର୍ଣ୍ଣ ପଦବୀକୁ ପୂରଣ କରିବାକୁ ସଂଘର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଦାବି ରଖିଛନ୍ତି।ଏଥିସହିତ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା ଓ ବି.ଇଡ଼ି କରିଥିବା ବ୍ୟକ୍ତି ମାନେ ଉଭୟ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସାଧାରଣ ବିଦ୍ୟାର୍ଥୀମାନଙ୍କୁ ପାଠପଢ଼ାଇବାକୁ ସମ୍ପୂର୍ଣ୍ଣରୂପେ ପ୍ରଶିକ୍ଷିତ ଏବଂ ଯୋଗ୍ୟ ବିବେଚିତ ଅଟନ୍ତି ତେଣୁ ଆଗାମୀ ଦିନରେ ନିଯୁକ୍ତି ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖାଯାଉ ବୋଲି ସଂଘର ସଂପାଦକ ଆୟୁଷ୍ମାନ ଚୌଧୁରୀ ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ ମହାମାରୀ କରୋନା ପରଠାରୁ ସଠିକ ସମୟରେ ଓଡ଼ିଶାରେ ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷା ନ ହେଉଥିବାରୁ ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା ଓ ବି.ଇଡ଼ି କରି ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିବା କନିଷ୍ଠ ଶିକ୍ଷକ ଆଶାୟୀ ମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥାକୁ କରିବାକୁ ସଂଘ ରାଜ୍ୟ ଉପସଭାପତି ବିଶ୍ଵବିଜୟୀ ଦାଶ ଓ ସଂଗଠକ ଅଶ୍ୱିନୀ ମୁଦୁଲି ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି।

ଓଏସଇଏଫଡ଼ି ସଂଘ କନିଷ୍ଠ ଶିକ୍ଷକ ନିଯୁକ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାମ୍ବାଦିକ ସମ୍ମିଳନୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.