Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cuttack Secondary Board High School
Central Minister visited Cuttack Secondary Board High School

କଟକ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସ୍ମାର୍ଟ କ୍ଲାସରୁମରେ ପିଲାମାନଙ୍କ ସହ ବସି ପାଠପଢାର ଶୈଳୀ ଦେଖିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ବୋର୍ଡ ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ ପାଇଁ ଏକ ଆଦର୍ଶ ହାଇସ୍କୁଲ ଭାବରେ ବିକଶିତ ହୋଇଥିବା ଏହି ଅନୁଷ୍ଠାନର ଏକ ଅନନ୍ୟ ପରିଚୟ ରହିଛି ।  ବିଗତ ୬୬ ବର୍ଷ ଧରି ଏହି ବିଦ୍ୟାଳୟ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା ହୋଇଛି । ଏହା ଏକ ସାଧାରଣ ବିଦ୍ୟାଳୟ ନୁହେଁ ବରଂ ସବୁବେଳେ କିଛି ନା କିଛି ପରୀକ୍ଷଣ କରୁଥିବାର ବିଦ୍ୟାଳୟ ଅଟେ । ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ଏବଂ ହାଇସ୍କୁଲର ଡାଇମଣ୍ଡ୍ ଜୁବୁଲିର ଏକ ଲୋଗୋ ଉନ୍ମୋଚନ କରିବା ମୋ ପାଇଁ ଗର୍ବର ବିଷୟ ।

ସେ ଆହୁରି କହିଛନ୍ତି ଯେ ଏଠାରେ କାର୍ଯ୍ୟରତ ଶିକ୍ଷୟିତ୍ରୀମାନେ ପାଓ୍ୱାର ପଏଣ୍ଟ ଜରିଆରେ ଡିଜିଟାଲ କଣ୍ଟେଣ୍ଟ୍ ପ୍ରସ୍ତୁତ କରି ଯେଉଁ ଆଧୁନିକ ପଦ୍ଧତିରେ ଶିକ୍ଷା ପ୍ରଦାନ କରୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

ଏହି ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷାନୁଷ୍ଠାନର ଐତିହ୍ୟ ଓ ବିଶେଷତାକୁ ବଜାୟ ରଖି ସ୍କୁଲ ପରିଚାଳନା ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଏହି ଶିକ୍ଷାରୂପକ ମନ୍ଦିରର ଗୌରବ ବଢାଇବାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗଦାନ ଅତୁଳନୀୟ । ଓଡ଼ିଶାର ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷମାନେ ପାଠ ପଢି ଦେଶ ଏବଂ ଦେଶ ବାହାରେ ନିଜର ସୁନାମ ଅର୍ଜନ କରି ଏହାର ଗୌରବ ବଢାଇଛନ୍ତି । ଏହି ସ୍କୁଲର ଯତ୍ନ ନେବାକୁ ଆଗେଇ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026
Latest News

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.