Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା
ଆଜିର ଖବର

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ସରକାରଙ୍କ ୩ ବିଭାଗ
ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

ଭୁବନେଶ୍ଵର: ଐତିହ୍ୟସ୍ଥଳୀଗୁଡ଼ିକ ଆମ ରାଜ୍ୟ ଓଡ଼ିଶାର ଉତ୍କୃଷ୍ଟ କଳା ଓ ଭାସ୍କର୍ଯ୍ୟର ପରିଚୟ ଦେଇଥାଏ। ଏଣୁ ଏହାକୁ ସଂରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ବଦ୍ଧପରିକର।

ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷଠାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ରାଜ୍ୟର ଐତିହ୍ୟ ସ୍ଥଳ, ସ୍ମାରକୀ ଏବଂ ଦେବୋତ୍ତର ଆୟୁକ୍ତ ଅଧିନରେ ଥିବା ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ପାଇଁ ତିନି ବିଭାଗ (ଆଇନ, ପର୍ଯ୍ୟଟନ ଓ ସଂସ୍କୃତି) ସଂପର୍କରେ ବିଭିନ୍ନ ବିଷୟରେ ଆଲୋଚ଼ନା କରିଥିଲେ।

ଶ୍ରୀଜଗନ୍ନାଥଙ୍କ ଦେଶ ଭାବେ ପରିଚିତ ଓଡ଼ିଶା ଐତିହ୍ୟ ଓ ସଂସ୍କୃତିର ଗନ୍ତାଘର। ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଭରି ରହିଛି। ଏହିସବୁ କୀର୍ତ୍ତିରାଜିର ସୁରକ୍ଷା ସହିତ ପାରିପାର୍ଶିକ ବିକାଶ ଓ ଭଲ ସଡ଼କ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଜରୁରୀ। ଫଳରେ ଲୋକଲୋଚନ ଆଢୁଆଳରେ ଥିବା ଓଡ଼ିଶାର ଐତିହ୍ୟସ୍ଥଳୀକୁ ବିଶ୍ୱର ସବୁ ସ୍ଥାନରୁ ପର୍ଯ୍ୟଟକ ଆସିବାର ସମ୍ଭାବନା ସୃଷ୍ଟି ହୋଇପାରିବ। ସବୁ ପୁରାତନ ମନ୍ଦିରର ଜିଓ ଟ୍ୟାଗିଂ କରାଯିବା ସହ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କ୍ଷେତ୍ରର ଉନ୍ନତିକରଣ ହେବ। ଏଥିସହିତ ରାଜ୍ୟରେ ଥିବା ତାରା-ତାରିଣୀ ମନ୍ଦିରଠାରୁ ଆରମ୍ଭ କରି ବିରଜା କ୍ଷେତ୍ର ପର୍ଯ୍ୟନ୍ତ ସବୁ ଶକ୍ତିପୀଠକୁ ଯୋଡ଼ି ଏକ କରିଡ଼ର ନିର୍ମାଣ କରାଯିବ।ତତ୍ ସହିତ ସମସ୍ତ ପୁରାତନ ଐତିହ୍ୟ ସ୍ଥଳୀର ପ୍ରୋଫାଇଲ୍ ପ୍ରସ୍ତୁତି ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଗୁରୁତ୍ୱାରୋପ କରିଥିଲେ‌।

ଏହି ବୈଠକରେ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସଂସ୍କୃତି ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାସ, ଇଆଇସି (ସିଭିଲ୍ ) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ସମୀର ହୋତା, ମୁଖ୍ୟଯନ୍ତ୍ରୀ (ବିଲ୍‌ଡିଂ-୧) ଇଂ ପ୍ରିୟବ୍ରତ ସାମନ୍ତରାୟ, ଉପଦେଷ୍ଟା ଜୟକୃଷ୍ଣ ଦାସ, ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଇନ ଐତିହ୍ୟସ୍ଥଳୀ ପର୍ଯ୍ୟଟନ ଓ ସଂସ୍କୃତି ପୁରାତନ ମନ୍ଦିର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.