ଭୁବନେଶ୍ଵର: ଗଣେଶ ପୂଜା ଅବସରରେ ଏକ ବଡ଼ ବଜେଟର ସ୍ୟାଡ୍ ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓର ଅଡିଓ ରିଲିଜ୍ ସହିତ ଟ୍ରିଜର ମୁକ୍ତିଲାଭ କରିଛି। ଜୁପିଟର କଲେଜ୍ ପରିସରରେ ଶହ ଶହ ଛାତ୍ରଛାତ୍ରୀଙ୍କ ଗହଳି ଭିତରେ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଅଭିନେତା ଅଭିଷେକ ଏବଂ ଚୁଲବୁଲି ନାୟିକା ଜସ୍ମିନ ନିଜକୁ ହଜେଇ ଦେଇଥିଲେ। ମ୍ୟୁଜିକ୍ ଭିଡିଓ ଲଞ୍ଚିଙ୍ଗ କାର୍ଯ୍ୟକ୍ରମ ରେ ଜୁପିଟର ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୁସନସ୍ ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ପଣ୍ଡା, ଜୁପିଟର କଲେଜ୍ ର ପ୍ରିନସିପାଲ ଶ୍ରୀମତୀ ନିରୁପମା ପାତ୍ର, ପ୍ରଯୋଜକ ଶୁଭମ ମହାନ୍ତି ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ନାୟକ ଅଭିଷେକ, ନାୟିକା ଜସ୍ମିନ ପ୍ରମୁଖ ଯୋଗଦେଇଥିଲେ।
ସ୍ୱୟଂ ପାଢ଼ୀଙ୍କ କଣ୍ଠ ସହିତ ତାଳ ମିଶାଇ ଛାତ୍ରୀମାନେ ଗୀତ ଗାଇଥିଲେ। “ରେ ମନ” ଗୀତଟି ଶୁଭମ ମହାନ୍ତି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି। ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ୀ ଏବଂ ଅଭିନୟ କରିଛନ୍ତି ଅଭିଷେକ ଓ ଜସ୍ମିନ। ଭିଡିଓ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର।
ଗଣେଶ ପୂଜା ସନ୍ଧ୍ୟାରେ ଏହି ମ୍ୟୁଜିକ୍ ଭିଡିଓଟି ଶୁଭମ ମହାନ୍ତି ଏଣ୍ଟରଟେନମେଣ୍ଟ ୟୁଟୁବ୍ ଚ୍ୟାନେଲରେ ଦେଖିବାକୁ ପାଇବେ। ଏହି ଗୀତଟି ଏକ ସୁନ୍ଦର ପରିକଳ୍ପନାରେ ନିର୍ମାଣ ହୋଇଛି। ନାୟକ, ନାୟିକାଙ୍କ ଅଭିନୟରେ ନିଶ୍ଚିତ ଭାବେ ଦର୍ଶକ ଭାବ ବିହ୍ଵଳ ହେବେ ଏବଂ ଢେର ଭଲ ପାଇବା ଦେବେ।