Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର
ଆଜିର ଖବର

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଘ୍ନ ବିନାଶିବେ ବିନାୟକ
ନୂଆ ଓଡ଼ିଆ ଫିଲ୍ମ 'ବିଘ୍ନ ବିନାଶିବେ ବିନାୟକ' ର ଅଡିଓ ରିଲିଜ୍

ଭୁବନେଶ୍ଵର: ଗଣେଶ ପୂଜା ଅବସରରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର “ବିଘ୍ନ ବିନାଶିବେ ବିନାୟକ”ର ଅଡିଓ ରିଲିଜ୍ ହୋଇଛି। ଏହି ଅଡିଓ ରିଲିଜ୍ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଜୀ ସାର୍ଥକ ଫିଲ୍ମ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋପାମୁଦ୍ରା ନାୟକ, ବିଶ୍ୱରଞ୍ଜନ ବରାଳ କଣ୍ଠଶିଳ୍ପୀ ରଶ୍ମି ରେଖା, ସାଇନା, ବରିଷ୍ଠ କଳାକାର କେଦାର ମିଶ୍ର, ବିଜିତ ବାରିକ ଏବଂ କୁନି କଳାକାର ଶାଶ୍ୱତୀ ମିଶ୍ର ଉପସ୍ଥିତ ଥିଲେ।

ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକ, ଓଡିଶାର ପର୍ବ, ପରମ୍ପରା ଓ ସଂସ୍କୃତିକୁ ଆଖିରେ ରଖି ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଓଡ଼ିଆ ଦର୍ଶକଙ୍କୁ ଦେଇ ଆସିଛି। ସେହିପରି ଆସନ୍ତା ଗଣେଶ ପୂଜା ଉପଲକ୍ଷେ ଏସ ପି ପି ପ୍ରଡକସନ୍ସ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ଯାହା ଆସନ୍ତା ଅଗଷ୍ଟ ୩୧ ତାରିଖ ସନ୍ଧ୍ୟା ୬.୩୦ରୁ ଦର୍ଶକେ ଦେଖିବାକୁ ପାଇବେ କେବଳ ଜୀ ସାର୍ଥକରେ।

ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ ଓ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନେତୃତ୍ୱରେ ତିଆରି ହୋଇଥିବା ଏହି ଫିଲ୍ମରେ ଶିଶୁମନର ସ୍ୱପ୍ନ, ଦୈବୀୟ ମହିମା ଓ ପାରିବାରିକ ସତ୍ୟକୁ ଆଲୋକପାତ କରାଯାଇଛି। ‘ବିଘ୍ନ ବିନାଶିବେ ବିନାୟକ’ କାହାଣୀର କେନ୍ଦ୍ରବିନ୍ଦୁ ପାଞ୍ଚବର୍ଷୀୟ ମୁନି (ଶିଶୁ କଳାକାର ଶାଶ୍ଵତୀ ମିଶ୍ର) ଏକ ବନ୍ଦ ଓ ବିଚ୍ଛିନ୍ନ ଘରେ ରହନ୍ତି, ତାଙ୍କ ମାଆ ପାର୍ବତୀ ତାକୁ କହିଥାନ୍ତି ଯେ ଦୁନିଆ ଶେଷ ହୋଇଯାଇଛି ଏବଂ ସେମାନେ ଦୁଇ ଜଣ ହିଁ ବଞ୍ଚି ରହିଛନ୍ତି। ସେପଟେ ମୁନିକୁ ଏକ ମାୟାମୟ ପୁଅ ବିଘ୍ନେଶ ସାଥି ଭାବରେ ସାହାଯ୍ୟ କରିଥାଏ। ନାୟକ ବିକାଶ ଓ ନାୟିକା ପଲ୍ଲବୀ ଅଭିନୟରେ ଚଳଚ୍ଚିତ୍ରଟିରେ ପାରିବାରିକ ସମ୍ପର୍କ, ଦୁର୍ଭାଗ୍ୟ, ଦୈବୀୟ ହସ୍ତକ୍ଷେପ ଓ ଅସତ୍ୟର ଉପରେ ସତ୍ୟର ଜୟକୁ ଦର୍ଶାଯାଇଛି।

ତେବେ ସତରେ କ’ଣ ଦୁନିଆ ଶେଷ ହୋଇଯାଇଛି? କିଏ ସେ ବିକାଶ ଓ ପଲ୍ଲବୀ? ତାଙ୍କ ସହ ପାର୍ବତୀ ଓ ମୁନିର ସମ୍ପର୍କ କିପରି? ବିଘ୍ନେଶ କ’ଣ ସତରେ ସାହାଯ୍ୟ କରିପାରିବ ମୁନିକୁ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବିକ୍ରମ ଓ ଦୀପିକା। ସଂଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ, ଗୀତ ଗୁଡିକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ ଓ କଣ୍ଠଦାନ କରିଛନ୍ତି ପ୍ରଜ୍ଞା ହୋତା, ରଶ୍ମିରେଖା ଓ ସାଇନା।

ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ। ଏହି ଚଳଚ୍ଚିତ୍ର କେବଳ ମନୋରଞ୍ଜନ ନୁହେଁ, ଏଥିରେ ଭକ୍ତି, ପ୍ରେମ ଓ ପରିବାରର ସତ୍ୟ ସନ୍ଦେଶ ରହିଛି। ଦର୍ଶକମାନଙ୍କୁ ଏକ ଅନୁଭବନୀୟ କାହାଣୀ ଦେବାରେ ଆମେ ଗର୍ବିତ ବୋଲି ସେ କହିଛନ୍ତି।

ଅଡିଓ ରିଲିଜ୍‌ ଓଡ଼ିଆ ଫିଲ୍ମ ଗଣେଶ ପୂଜା ଜୀ ସାର୍ଥକ ବିଘ୍ନ ବିନାଶିବେ ବିନାୟକ ୱାର୍ଲଡ ଟିଭି ପ୍ରିମିୟର
Share. Facebook Twitter LinkedIn Email WhatsApp Copy Link

Related Posts

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.