Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଆରମ୍ଭ କଲା “ସଙ୍ଗଠନ ସୃଜନ ଅଭିଯାନ” ପ୍ରକ୍ରିୟା, ପହଞ୍ଚିଲେ କେନ୍ଦ୍ରୀୟ ନେତା
ଆଜିର ଖବର

କଂଗ୍ରେସ ଆରମ୍ଭ କଲା “ସଙ୍ଗଠନ ସୃଜନ ଅଭିଯାନ” ପ୍ରକ୍ରିୟା, ପହଞ୍ଚିଲେ କେନ୍ଦ୍ରୀୟ ନେତା

August 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: “ସଙ୍ଗଠନ ସୃଜନ ଅଭିଯାନ” ରେ ରାଜ୍ୟରେ ସମସ୍ତ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ବାଲେଶ୍ଵର ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପର୍ଯ୍ୟବେକ୍ଷକ ଯଥାକ୍ରମେ ସାଂସଦ ଶ୍ରେୟାଶ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ୍ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି।

ସେମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଛ୍ୱସିତ ସ୍ବାଗତ ଜଣାଇବା ସହ ଉକ୍ତ ଜିଲ୍ଲାରେ କିପରି ସଭାପତି ଚୟନ ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ ସେଥିନେଇ ନିଯୁକ୍ତ ପିସିସି ପର୍ଯ୍ୟବେକ୍ଷକ ମାନେ ଦୃଷ୍ଟି ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି। ଆସନ୍ତା କାଲିଠାରୁ ସେମାନେ ସଂପୃକ୍ତ ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କଠୁଁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦ ଏବଂ ବିଭିନ୍ନ ଜିଲ୍ଲା ପଦାଧିକାରୀଙ୍କ ସହ ତୃଣମୂଳ ସଂଗଠକକୁ ନେଇ ଆଲୋଚନା କରିବେ।

ଜିଲ୍ଲା ସଭାପତି ଚୟନ ନେଇ ଏସଟି, ଏସସି, ଓବିସି, ମହିଳା, ଯୁବ ଏହିପରି ସମସ୍ତ ବର୍ଗରୁ ୬ ଜଣଙ୍କ ନାମ ଯେପରି ରହିବ ସେମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବେ ଏବଂ ସୁପାରିଶ କରିବେ। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ଏକ ଗ୍ରାଉଣ୍ଡ ରିପୋର୍ଟ ଏଆଇସିସିରେ ଦାଖଲ କରାଯିବା ପରେ ଜିଲ୍ଲା ୱାରି ଜଣଙ୍କୁ ଦିଶିଶି ସଭାପତି ଭାବେ ଚୟନ କରାଯିବ। ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ମଧ୍ୟରେ ସରିବ ବୋଲି ପିସିସି ସଭାପତି ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି।

ଆସନ୍ତା କାଲି ମଧ୍ୟ ଆଉ କିଛି ଜଣ ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି।

କଂଗ୍ରେସ ସଙ୍ଗଠନ ସୃଜନ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.