ଭୁବନେଶ୍ୱର: ଶିକ୍ଷାକ୍ଷେତ୍ରକୁ ୨୮ ବର୍ଷର ନୀରବଛିନ୍ନ ସାଧନା ତଥା ଜାତୀୟ ଶିକ୍ଷାନୀତି – ୨୦୨୦ ର ସଫଳ କାର୍ଯ୍ୟକାରିତା ପାଇଁ ଡିଏଭି କଳିଙ୍ଗ ନଗରର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ – ୨୦୨୫ ପ୍ରଦାନ କରାଯାଇଛି । ଜାତୀୟ ଶିକ୍ଷାନୀତି ପ୍ରଚଳନର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ସେଣ୍ଟର ଫର୍ ଏଡୁକେସନାଲ ଡେଭଲପମେଣ୍ଟ ଇଣ୍ଡିଆ ଓ ଭାରତ ସରକାରଙ୍କ ଅଧିନସ୍ଥ ନୀତି ଆୟୋଗର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଉପଢୌକନ, ମାନପତ୍ର, ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।
ପ୍ରକାଶ ଥାଉକି ଶୀ ମହାପାତ୍ର ୧୯୯୭ ମସିହାରୁ ଡି.ଏ.ଭି ବିଦ୍ୟାଳୟ ସମୂହରେ ଯୋଗଦାନ କରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ତଥା ଅଧ୍ୟକ୍ଷ ଭାବେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ସହ ଜାତୀୟ ଶିକ୍ଷାନୀତିର ସଫଳ ପ୍ରଚଳନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଅସୁଛନ୍ତି।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁ ସିଂ, ଫାଉଡେସନର ନିର୍ଦ୍ଦେଶକ ଡ. ଏ.କେ ଶର୍ମା, ଏନ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ଡ. ହୃଷିକେଶ ସେନାପତି, ପୂର୍ବ ଓଡ଼ିଶା ସହୋଦୟ ସ୍କୁଲ କମ୍ପେ୍ଳକ୍ସର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକ, ସମାଜସେବୀ ସ୍ମୃତି ପଟ୍ଟନାୟକ, ୱାଓ ଫାଉଡେସନର ଏମ୍ ଡି ଡ. ଶଙ୍କର ଗୋଏଙ୍କା ପ୍ରମୁଖ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା, ଯୁବପୀଢିର ଦାୟିତ୍ୱ ତଥା ଉତ୍ସର୍ଗୀକୃତ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ପୁରସ୍କୃତ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଥିଲେ।
ଶ୍ରୀଯୁକ୍ତ ମହାପାତ୍ରଙ୍କର ଏହି ସଫଳତାରେ ବିଦ୍ୟାଳୟ ପରିଚାଳନା ସମିତି, ଅଭିଭାବାକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।
CLICK HERE TO READ ENGLISH– DAV Kalinga Nagar Principal Gets Odisha Gourab Samman 2025 ( For the notable and remarkable contribution to the field of education and the successful implementation of NEP-2020 the Principal of DAV Public School, Kalinga Nagar, Bhubaneswar Balaram Mohapatra has been conferred with Odisha Gourav Samman-2025 recently)