Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି
ଆଜିର ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

September 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

ଭୁବନେଶ୍ୱର: ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପୁରାତନ ଛାତ୍ର ଅନୁରାଗ କୀର୍ତ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଜି ମ୍ୟୁଜିକ୍ ବ୍ୟାନରରେ ମୁକ୍ତି ଲାଭ କରିଥିବା କୀର୍ତ୍ତିଙ୍କର ଏହି ଭାବପୂର୍ଣ୍ଣ ସଂଗୀତକୁ ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୌଶଳ କିଶୋର ପ୍ରସ୍ତୁତ କରିଥିବା ବେଳେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏହା ଖୁବ୍ ପ୍ରଶଂସିତ ହେବାରେ ଲାଗିଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇନ୍‌ଫର୍ମେସନ୍ ଟେକ୍ନୋଲଜିରେ ଶିକ୍ଷା ଲାଭ କରି ୨୦୧୫ରେ କୀର୍ତ୍ତି ପାସ କରିଥିଲେ।

ଆଇଟିଇଆରରେ ଅଧ୍ୟୟନ କରୁଥିବା ବେଳେ ସେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ ରଖିଥିଲେ। ବର୍ତମାନ ସେ ଭାରତର ଏକ ଅଗ୍ରଣୀ ମଲ୍ଟିନ୍ୟାସ୍‌ନାଲ୍ କମ୍ପାନୀରେ ଟ୍ୟାଲେଂଟ ଆକ୍ୟୁଜିସନ୍ ଲିଡ ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରଫେସର ନାୟକ କୀର୍ତ୍ତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତରୋତର ସଫଳତା କାମନା କରିଥିଲେ।

ନିଜ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି କୀର୍ତ୍ତି କହିଛନ୍ତି ଯେ, ସେ ପ୍ରାୟ ଗୋଟିଏ ଦଶନ୍ଧି ଓଡ଼ିଶାରେ ବିତାଇଥିବା ବେଳେ ରାଜ୍ୟର ବଳିଷ୍ଠ ସଂସ୍କୃତି ଏବଂ ଓଡ଼ିଆ ଭାଷା ପ୍ରତି ବେଶ ଆକୃଷ୍ଟ ହୋଇଥିଲେ। “ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି ଏବଂ ମୋର ଏହି ରାଜ୍ୟ ଏବଂ ଏହାର ଲୋକଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି” ବୋଲି ସେ କହିଥିଲେ।

CLICK TO READ MORE 

Singer Anurag Kirti Meets SOA Founder President Prof. Manojranjan Nayak

Singer Anurag Kirti, singer of the highly acclaimed devotional track ‘Bholenath’ and an alumni of Siksha ‘O’ Anusandhan Deemed to be University (SOA), called on SOA Founder President Prof. (Dr.) Manojranjan Nayak in his office here on Saturday. 

ଅନୁରାଗ କୀର୍ତ୍ତି ମନୋଜରଞ୍ଜନ ନାୟକ ଶିକ୍ଷା ଓ ଅନୁସନ୍ଧାନ ସୋଆ ପ୍ରତିଷ୍ଠାତା ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ଘଟଣା, ନାରୀ ନ୍ୟାୟ ବାହିନୀର ବିକ୍ଷୋଭ

October 13, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ କାନାଡାର ବୈଦେଶିକ ମନ୍ତ୍ରୀ

October 13, 2025

ପୁରୀରେ କାର୍ତ୍ତିକ ହବିଷ୍ୟାଳିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ ଘୋଷଣା

October 13, 2025

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ

October 13, 2025
Latest News

ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ଘଟଣା, ନାରୀ ନ୍ୟାୟ ବାହିନୀର ବିକ୍ଷୋଭ

October 13, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ କାନାଡାର ବୈଦେଶିକ ମନ୍ତ୍ରୀ

October 13, 2025

ପୁରୀରେ କାର୍ତ୍ତିକ ହବିଷ୍ୟାଳିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ ଘୋଷଣା

October 13, 2025

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ

October 13, 2025

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.