Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ
ଆଜିର ଖବର

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସେପ୍ଟେମ୍ବର 18 ରେ ବିଧାନ ସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନ ପି ଏସ ଶିକ୍ଷକ ସଙ୍ଘ
ସେପ୍ଟେମ୍ବର 18 ରେ ବିଧାନ ସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନ ପି ଏସ ଶିକ୍ଷକ ସଙ୍ଘ

ଭୁବନେଶ୍ଵର: ବାରମ୍ବାର ଦାବିପତ୍ର ପ୍ରଦାନ ଓ ଆଲୋଚନା ସତ୍ତ୍ୱେ ଏନପିଏସ ମାଧ୍ୟମିକ ଶିକ୍ଷକ ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେଉନଥିବାର ଅଭିଯୋଗ ହେଉଛି। ଏନ ପି ଏସ ମାଧ୍ୟମିକ ଶିକ୍ଷକ ମାନଙ୍କର ବିଭିନ୍ନ ସଂଗଠନ ଏକାଠି ହୋଇ ଦୀର୍ଘ ଦିନର ସେମାନଙ୍କ ନାର୍ଯ୍ୟ ଦାବି ଯଥା ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଗଣନା କରି ୬ ଟି ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କରିବା, ୩୨ ବର୍ଷ ର ପୁରୁଣା କ୍ୟାଡ଼ରର ପୁନର୍ଗଠନ, ମାଧ୍ୟମିକ ଶିକ୍ଷକ ମାନଙ୍କର Entry Level ଗ୍ରେଡ ପେ ୨୮୦୦ ରୁ ୪୨୦୦ ଏବଂ ୪୨୦୦ ରୁ ୪୬୦୦ କୁ ବୃଦ୍ଧି କରିବା ଓ ପ୍ରଭାବିତ ଶିକ୍ଷକମାନଙ୍କୁ ୪.୪.୨୦୨୨ ଠାରୁ ୧୭.୧୦.୨୦୨୨ ପର୍ଯ୍ୟନ୍ତ ଆର୍ଥିକ ଲାଭ ଆଦି ପ୍ରଦାନ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ସମସ୍ତ ଜିଲ୍ଲା ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ସଚିବ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଯଦି ସରକାର ଏନ ପି ଏସ ମାଧ୍ୟମିକ ଶିକ୍ଷକ ମାନଙ୍କର ଉପୋରକ୍ତ ଦାବି ଗୁଡିକୁ ନ ମାନନ୍ତି ତେବେ ଆସନ୍ତା ସେପ୍ଟେମ୍ବର ୧୮ତାରିଖ ଠାରୁ ଦାବି ହାସଲ ପର୍ଯ୍ୟନ୍ତ ଏନ ପି ଏସ ମାଧ୍ୟମିକ ଶିକ୍ଷକ ମାନେ ବିଦ୍ୟାଳୟ ପରିତ୍ୟାଗ କରି ବିଧାନସଭା ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରିବେ ବୋଲି ସଙ୍ଘର ଆବାହକ ଭବକୃଷ୍ଣ ମହାନ୍ତି, ପ୍ରଦୀପ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ସ୍ୱାଇଁ, ଶୁଭ୍ରଜିତ ପଢିଆରୀ, ବିଶ୍ୱଜିତ ବିଶ୍ୱାଳ, ପଞ୍ଚାନନ ଜେନା ଓ ରାଜେନ୍ଦ୍ର ମଲ୍ଲିକ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଦାବିପତ୍ର ପ୍ରଦାନ ବିଧାନସଭା ଘେରାଉ ଶିକ୍ଷକ ସଙ୍ଘ ସେପ୍ଟେମ୍ବର ୧୮
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.