ଭୁବନେଶ୍ବର: ଆସନ୍ତାକାଲି ହେଉଛି ଗୁରୁ ଦିବସ। ଏହି ଦିବସରେ ଗୁରୁଙ୍କୁ ପୂଜା କରାଯାଏ। ହେଲେ ଗୁରୁ ଦିବସରେ ଓଡିଶାର ଶିକ୍ଷକ ଓ କର୍ମଚାରୀମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି। ଭୁବନେଶ୍ବରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ ନେତାମାନେ ସରକାର ତୁରନ୍ତ ଦାବୀ ପୂରଣ ପାଇଁ ନିବେଦନ କରିଛନ୍ତି।
ସଂଘ କହିଛି ଯେ, ରାଜ୍ୟର ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରାଯାଉ। ସେହିପରି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପେନସନ ପ୍ରଦାନ, ଚାକିରୀ ସର୍ତ୍ତାବଳି ଲାଗୁ, ଅବସର ବୟସ ସୀମା 62 ବର୍ଷକୁ ବୃଦ୍ଧି ପ୍ରଭୃତି ଦାବୀ ସରକାର ପୂରଣ କରନ୍ତୁ ବୋଲି ସଂଘ ଦାବୀ କରିଛନ୍ତି। ନଚେତ ଗୁରୁ ଦିବସ ଦିନ ଗାନ୍ଧୀ ମାର୍ଗରେ ଶିକ୍ଷକମାନେ ଆନ୍ଦୋଳନ କରିବେ ବୋଲି ସଂଘ ଧମକ ଦେଇଛି।