Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ ଦିବସରେ ଗୁରୁଗଣ ବ୍ୟକ୍ତ କଲେ ଅସନ୍ତୋଷ: ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ଆଜିର ଖବର

ଗୁରୁ ଦିବସରେ ଗୁରୁଗଣ ବ୍ୟକ୍ତ କଲେ ଅସନ୍ତୋଷ: ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

September 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
teacher strike
ସରକାର ଶିକ୍ଷକମାନଙ୍କର ସମସ୍ୟା ଯଥାଶିଘ୍ର ସମାଧାନ କରନ୍ତୁ: ଓଷ୍ଟା

ଭୁବନେଶ୍ଵର: ଆଜି ଭଳି ପବିତ୍ର ଦିନରେ ଓଡ଼ିଶା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ହଜାର ହଜାର ଗୁରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ଦୀର୍ଘ ୩୨ ବର୍ଷ ଧରି ନିଜର କ୍ୟାଡ଼ର ପୁନଃ ଗଠନ ପ୍ରଣାଳୀ ପ୍ରତୀକ୍ଷାରେ ଚାଳିଶ ହଜାର ମାଧ୍ୟମିକ ଶିକ୍ଷକ ଚାତକ ପରି ଅନେଇ ବସିଛନ୍ତି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବର୍ତ୍ତମାନର କ୍ୟାଡ଼ର ପ୍ରଣାଳୀ ଅନ୍ୟ ବିଭାଗ ତୁଳନାରେ ଅତ୍ୟନ୍ତ ନଗଣ୍ୟ ଓ ଆନ୍ୟାୟ ସଂଗତ ହୋଇ ପଡିଛି ବୋଲି ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଥାଉକି ବିଭିନ୍ନ ବର୍ଗର ତଥା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ କ୍ୟାଡ଼ର ସୁବିଧା ପାଆନ୍ତି। ଯେପରିକି ଜଣେ ପ୍ରାଥମିକ ଶିକ୍ଷକ ଆରମ୍ଭ ଗ୍ରେଡପେ ୨୨୦୦ ଓ ସମ୍ଭାବ୍ଯ ପରିଶେଷ ଗ୍ରେଡପେ ୪୮୦୦, ନର୍ସିଂ ଅଫିସର ମାନଙ୍କ ଆରମ୍ଭ ୨୮୦୦ ଓ ସାମ୍ଭାବ୍ୟ ପରିଶେଷ ଗ୍ରେଡ ପେ ୮୨୦୦। ମିନିଷ୍ଟ୍ରିଆଲ ଷ୍ଟାଫ୍ ଆରମ୍ଭ ଗ୍ରେଡ ପେ ୧୯୦୦ -ସାମ୍ଭାବ୍ୟ ପରିଶେଷ ଗ୍ରେଡ ପେ୫୪୦୦ ସେହି ପରି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମାନଙ୍କ ଆରମ୍ଭ ଗ୍ରେଡ ପେ ୪୨୦୦ ଓ ସାମ୍ଭାବ୍ୟ ପରିଶେଷ ଗ୍ରେଡ ପେ ୭୦୦୦, ଏ.ଟି.ଓ (ଦକ୍ଷତା ବିକାଶ ବିଭାଗ) ଆରମ୍ଭ ଗ୍ରେଡ ପେ୪୨୦୦-ସାମ୍ଭାବ୍ୟ ପରିଶେଷ ଗ୍ରେଡ ପେ ୬୬୦୦ ହୋଇଥିଲା ବେଳେ ସରକାରୀ ମାଧ୍ୟମିକ ଶିକ୍ଷକ ୪୨୦୦ଗ୍ରେଡ ପେ ରୁ କାମ ଆରମ୍ଭ କରି ୪୬୦୦ ଗ୍ରେଡ ପେ ପ୍ରାପ୍ୟ ହେବା ବେଳକୁ ସେବା ନିବୃତ୍ତ ହେବାର ବୟସ ହୋଇଯାଉଛି। ଅଥଚ ଆମ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଦ୍ୟାଳୟ (STSC development School) ମାନଙ୍କରେ ଥିବା ପ୍ରଶିକ୍ଷିତ ଶିକ୍ଷକ ମାନଙ୍କୁ ଓ ଓଡିଶା ଆଦର୍ଶ ବିଦ୍ୟାଳୟ (OAVS) ମାନଙ୍କରେ ଥିବା ଶିକ୍ଷକ ମାନଙ୍କ TGT ରୁ PGT ପଦୋନ୍ନତି ବ୍ୟବସ୍ଥା ଥିବା ବେଳେ ଓଡିଶା ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନେ ସେଥିରୁ ବଞ୍ଚିତ।

ଏହି ପରିପ୍ରେକ୍ଷୀରେ ସମସ୍ତ ସରକାରୀ ମାଧ୍ୟମିକ ପ୍ରଶିକ୍ଷିତ ଶିକ୍ଷକ ସଂଘ ତରଫରୁ ସରକାରଙ୍କୁ କ୍ୟାଡର୍ ପୁନଃଗଠନ ପାଇଁ ପୂର୍ବରୁ ବାରମ୍ଵାର ଲିଖିତ ନିବେଦନ କରାଯାଇଥିଲେ ମଧ୍ୟ କ୍ୟାଡର୍ ପୁନର୍ଗଠନ କରି ପବିତ୍ର ଗୁରୁଦିବସ ଭେଟି ସ୍ଵରୁପ ଉପହାର ଦେବା ପାଇଁ ଦାବି ହୋଇଛି। ଏକ ସପ୍ତାହ ମଧ୍ୟରେ ଏହି ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୧ ତାରିଖରେ ଶିକ୍ଷକ ମାନଙ୍କୁ ନେଇ ମହା ଆନ୍ଦୋଳନ ହେବ ବୋଲି ସଂଘର ସଭାପତି ରଶ୍ମିରଞ୍ଜନ ଜେନା ଓ ସମ୍ପାଦକ ଚନ୍ଦନ କୁମାର ରାଉତ ସୂଚନା ଦେଇଛନ୍ତି।

ଆନ୍ଦୋଳନ ଚେତାବନୀ ଗୁରୁ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026
Latest News

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.