Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଟାଙ୍ଗୀ ସ୍କୁଲର ଶିକ୍ଷୟିତ୍ରୀ
ଆଜିର ଖବର

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଟାଙ୍ଗୀ ସ୍କୁଲର ଶିକ୍ଷୟିତ୍ରୀ

September 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଟାଙ୍ଗୀ ସ୍କୁଲର ଶିକ୍ଷୟିତ୍ରୀ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବାଳିକା ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ୨୦୨୪-୨୫ ବର୍ଷ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ କରାଯାଇଛି।

ପଞ୍ଚସଖା ଶିକ୍ଷା ସେତୁ ସଂଗଠନ, ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କର ପତ୍ରସଂଖ୍ୟା – ୧୩୫୯|PSSS|୨୫/୪୭୫ ତା ୦୧|୦୯|୨୦୨୫ ରିଖରେ ରାଜ୍ୟସ୍ତରୀୟ ପୁରସ୍କାର (ମାଧ୍ୟମିକ) ତାଲିକା ପ୍ରକାଶିତ ହେବାପରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିଲା। ତାଙ୍କର ଶିକ୍ଷାଦାନରେ ଅଭିନବ ପ୍ରୟାସ ବ୍ୟତୀତ ବିଦ୍ୟାଳୟଠାରୁ ଆରମ୍ଭ କରି ବ୍ଳକ, ଜିଲ୍ଲା ଓ ରାଜ୍ୟ ପାଇଁ ଶିକ୍ଷାଜଗତରେ ଉଲ୍ଲେଖନୀୟ ଅବଦାନ ରହିଛି। ଶିକ୍ଷାଜଗତରେ ସେ ଜଣେ ସରଳ, ନିଷ୍ଠାପର ଓ ସମୟାନୁବର୍ତ୍ତିତା ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରିଣୀ ଅଟନ୍ତି। ଲକ୍ଷ୍ମୀପ୍ରିୟା ସାହୁ ଉକ୍ତ ବିଦ୍ୟାଳୟରେ ଦୀର୍ଘ ୧୪ ବର୍ଷ ଧରି ଶିକ୍ଷାଦାନ କରିଆସୁଛନ୍ତି।

ସୂଚନାଯୋଗ୍ୟ ଲକ୍ଷ୍ମୀପ୍ରିୟା ସାହୁଙ୍କ ପିତା ବାଣପୁର ତହସିଲ୍ ରୁ ଅବସରପ୍ରାପ୍ତ ବରିଷ୍ଠ କିରାଣି ସତ୍ୟନାରାୟଣ ସାହୁ ଓ ମାତା ଗୀତାରାଣୀ ସାହୁଙ୍କ କନିଷ୍ଠା କନ୍ୟା। ଶିକ୍ଷୟିତ୍ରୀଙ୍କ ଏହି ସଫଳତା ପାଇଁ ସେ ନିଜ ପିତାମାତାଙ୍କ ସମେତ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ପୂର୍ବତନ ପ୍ରଧାନଶିକ୍ଷକ, ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଳକ ଶିକ୍ଷାଧିକାରୀ, ଜିଲ୍ଲାଶିକ୍ଷାଧିକାରୀ, ଅଭିଭାବକ, ଅଭିଭାବିକା ତଥା ଟାଙ୍ଗୀ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି। କୁନି କୁନି ପିଲାମାନଙ୍କ ସହିତ ନିଜେ ଶୈକ୍ଷିକ ତଥା ସହଶୈକ୍ଷିକ କାର୍ଯ୍ୟରେ ଜଡିତ ରହି ଶିକ୍ଷାଦାନ ପ୍ରକ୍ରିୟାକୁ ସରଳ ଓ ସହଜ ଭାବରେ ବୁଝାଇବା ଦିଗରେ ଶିକ୍ଷୟିତ୍ରୀ ସିଦ୍ଧହସ୍ତ ଅଟନ୍ତି। ଶିକ୍ଷୟିତ୍ରୀ ଟାଙ୍ଗୀ ଅଞ୍ଚଳ ତଥା ତାଙ୍କର ପୈତୃକ ମାଟି ବାଣପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି।

ଟାଙ୍ଗୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଲକ୍ଷ୍ମୀପ୍ରିୟା ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.