କଟକ: ମେଡିକାଲ ଛାତ୍ରଛାତ୍ରୀମାନେ ଡାକ୍ତରୀ ବୃତ୍ତି ପ୍ରତି ସମର୍ପଣ ଭାବ ସହ ମାନବସେବା କରିବା ଆବଶ୍ୟକ ବୋଲି ବାଚସ୍ପତି ସୁରମା ପାଢ଼ି କହିଛନ୍ତି। ଗତକାଲି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଜେଡିଏ, ଆଇଏମଏ, ଓ ଜେଡିଏନର ମିଳିତ ଆନୁକୂଲ୍ୟରେ କଲେଜର ନୂଆ ଅଡିଟୋରିୟମଠାରେ ନୂଆ କରି ନାମ ଲେଖାଇଥିବା ପିଜି ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ‘ନବଦୀକ୍ଷା’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ି ପିଜି ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡାକ୍ତର ମନୋରଂଜନ ଦାସ, ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ଜ୍ୟୋର୍ତିମୟ ନାୟକ, ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଲୁସି ଦାସ, ଜେଡିଏ ସଭାପତି ଡାକ୍ତର ଚିନ୍ମୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।