Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ
ଆଜିର ଖବର

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁ କେଳୁଚରଣ ମହାପାତ୍ର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଅନୁଷ୍ଠିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଏକ ବଣ୍ଣାଢ୍ୟ ପରିବେଶରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ନାଟ୍ୟ ଉପସ୍ଥାପନା ପରେ ପଞ୍ଚମ ସଂଧ୍ୟାରେ ସମ୍ମାନ ବିତରଣ ସମାରୋହ ସହିତ ସୃଜନ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ‘ଦୁର୍ଯ୍ୟୋଧନ’ ପରିବେଷଣ ହୋଇଥିଲା ।

ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ପୂର୍ବତନ ସାଂସଦ (ରାଜ୍ୟସଭା) ଶ୍ରୀ ପ୍ରଶାନ୍ତ ନନ୍ଦ; ଏମଜିଏମ୍ ମିନେରାଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର ।

ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗୁରୁ, ନୃତ୍ୟ ନିର୍ଦ୍ଦେଶିକା ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀମତୀ ମାଧବୀ ମୁଦଗଲ ଏବଂ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ପ୍ରଶିକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ସାମଲଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୫ ପ୍ରଦାନ ସହିତ ୧ ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।

ସେହିପରି ଶାସ୍ତ୍ରୀୟ ନୃତ୍ୟ ଏବଂ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରର ୪୦ ବର୍ଷରୁ କମ୍ ବୟସର ଦୁଇ ଉଲ୍ଲେଖନୀୟ ପ୍ରଦର୍ଶନକାରୀ ଶ୍ରୀମତୀ ଶତାବ୍ଦୀ ମଲ୍ଲିକଙ୍କୁ ଓଡ଼ିଶୀ ନୃତ୍ୟ ପାଇଁ ଏବଂ ଶ୍ରୀ ମୁରଲୀଧର ସ୍ୱାଇଁଙ୍କୁ ଓଡ଼ିଶୀ ସଙ୍ଗୀତ ପାଇଁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ପୁରସ୍କାର ୨୦୨୫ ପ୍ରଦାନ ସହିତ ୨୫,୦୦୦ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ ଏକ ନୂତନ ପରିଚୟରେ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ନୃତ୍ୟ, ସଙ୍ଗୀତ ଏବଂ ନାଟ୍ୟ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ଏବଂ କଳା ପ୍ରତି ନିରନ୍ତର ସମର୍ପଣ ପାଇଁ ଶ୍ରୀ ରଘୁନାଥ ଦାସ ଏବଂ ଶ୍ରୀ ଅର୍ଣ୍ଣବ ବନ୍ଦୋପାଧ୍ୟାୟଙ୍କୁ ଗୁରୁ କେଳୁଚରଣ ମହାପାତ୍ର କଳା ସମ୍ମାନ ୨୦୨୫ ପ୍ରଦାନ ସହିତ ୫୦,୦୦୦ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।

ପୁରସ୍କାର ପ୍ରଦାନ ଉତ୍ସବ ପରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ଦଳଗତ ନୃତ୍ୟାଭିନୟ ଦୁର୍ଯ୍ୟୋଧନ ପରିବେଷଣ କରିଥିଲେ । ଏହି ମର୍ମସ୍ପର୍ଶୀ ଉପସ୍ଥାପନାରେ, ଦୁର୍ଯ୍ୟୋଧନଙ୍କୁ ଖଳନାୟକ ଭାବରେ ନୁହେଁ, ବରଂ ଏକ ଦୁଃଖଦ ନାୟକ ଭାବରେ ଚିତ୍ରଣ କରାଯାଇଥିଲା ଯାହାଙ୍କ ମହାନ ଗୁଣ – ଦାନଶୀଳତା, ସାହସ ଏବଂ ଭକ୍ତି ଶେଷରେ ଏକ ପ୍ରଚଣ୍ଡ ଅହଂକାର ଦ୍ୱାରା ଆଚ୍ଛାଦିତ ହୋଇଥିଲା, ଯାହା ତାଙ୍କ ବିନାଶର କାରଣ ଥିଲା । ଏହିପରି ଦୁର୍ଯ୍ୟୋଧନ ଚରିତ୍ରର ଜୀବନ ଏବଂ ମୃତ୍ୟୁକୁ ବର୍ଣ୍ଣନା କରଯାଇଥିଲା ଓଡିଶୀ ନୃତ୍ୟ ମାଧ୍ୟମରେ ।

ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଲିପି ସହ ଡଃ ଶ୍ରୀନିବାସ ଘଟୁଆରୀଙ୍କ ଦ୍ୱାରା ପରିକଳ୍ପିତ, ଶ୍ରୀ ରୂପକ କୁମାର ପରିଡ଼ାଙ୍କ ସଙ୍ଗୀତ ସଂଯୋଜନା, ସ୍ୱର୍ଗତ ଶ୍ରୀ ତାରାକାନ୍ତ ପଣ୍ଡାଙ୍କ ବାଦ୍ୟ ବ୍ୟବସ୍ଥା, ଶ୍ରୀ ଆଦିତ୍ୟ ମହାପାତ୍ରଙ୍କ ଦ୍ୱାରା ବର୍ଣ୍ଣିତ ଏବଂ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନାରେ ଏହା ପ୍ରସ୍ତୁତ କରାଯାଇଥିଲା । ଶ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ଶ୍ରୀ ଦିଲୀପ କୁମାରଙ୍କ ଦ୍ୱାରା ଅତି ସୁନ୍ଦର ଆଲୋକ ବ୍ୟବସ୍ଥା, ଶ୍ରୀ ସି ଆନନ୍ଦ କ୍ରିଷ୍ଣା ଏବଂ ଶ୍ରୀ ଭରତ କ୍ରିଷ୍ଣାଙ୍କ ସାଉଣ୍ଡ ଇଞ୍ଜିନିୟରିଂ ସହିତ ସୃଜନର ଶିଳ୍ପୀମାନେ ଏହାକୁ ସୁନ୍ଦର ଭାବରେ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

Read English News:- Amit Gupta, a Visionary Leader Transforming Agriculture with Passion and Purpose

‘ଦୁର୍ଯ୍ୟୋଧନ’ ଗୁରୁ କେଳୁଚରଣ ମହାପାତ୍ର ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ସୃଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026
Latest News

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି 

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.