Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

September 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ୟାରିୟର ପ୍ରଦର୍ଶନୀ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ‘ଜାତୀୟ ଶିକ୍ଷାନୀତି ୨୦୨୦’ ଆଧାରରେ ଶିକ୍ଷାର ଗୁଣାତ୍ମକ ବିକାଶ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏଭଳି ପ୍ରଦର୍ଶନୀ ଦିଗଦର୍ଶନ କରିଥାଏ। ଏହା ସେଚେତନତା ଓ ସକାରାତ୍ମକ କ୍ୟାରିୟର ପାଇଁ ଆଲୋକବର୍ତ୍ତିକା ବୋଲି ସେ କହିଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଏ.କେ. ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କେଭିଏସ୍ ଭୁବନେଶ୍ୱର ଅଞ୍ଚଳର ଡେପୁଟି କମିସନର ଡ. ଶିହରଣ ବୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀର ବଦଳୁଥିବା କ୍ୟାରିୟରଗୁଡ଼ିକର ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷା ବିଭାଗମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ଉପରେ ବିଶଦ ଭାବେ କହିଥିଲେ। ପ୍ରତିଷ୍ଠାନ ପକ୍ଷରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ, ନୟାଗଡ଼ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ମହାନ୍ତି, ଲେଫ୍‌ଟନାଣ୍ଟ ପ୍ରଫେସର ରଶ୍ମିରେଖା ସେଠୀ, ଡ. ପୁଷ୍ପଲତା ନେଗୀ, ବି.ଏନ୍‌. ଷଡ଼ଙ୍ଗୀ ଓ ଅନ୍ୟ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ।

ସହକାରୀ ପ୍ରଫେସର ଡ. ଭି. ଶଶିକଳାଙ୍କ ସଂଯୋଜନାରେ ହୋଇଥିବା ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ୧୨ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ସେମାନଙ୍କୁ ପ୍ରାୟ ୪୫ରୁ ଅଧିକ କ୍ୟାରିୟର ବିଷୟରେ ଅବଗତ କରାଯାଇଥିଲା। ପ୍ରଫେସର ହୃଷୀକେଶ ସେନାପତି ଓ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତିଙ୍କ ସମେତ ବହୁ ଶିକ୍ଷାବିତ୍ ପ୍ରଦର୍ଶନୀ ବୁଲି ଦେଖିବା ସହିତ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ କ୍ୟାରିୟର ପ୍ରଦର୍ଶନୀ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026
Latest News

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.