Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ସିଏମ୍‌ଇ ଆୟୋଜିତ
ଆଜିର ଖବର

“ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ସିଏମ୍‌ଇ ଆୟୋଜିତ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
“ଗର୍ଭ ଧାରଣ ସମୟରେ ଅଧିକ ବିପଦ”
“ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ସିଏମ୍‌ଇ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିନାଟୋଲଜି ଆଣ୍ଡ ରିପ୍ରଡକ୍ଟିଭ ବାୟୋଲଜି (ଆଇଏସ୍‌ଓପିଏଆରବି) ଭୁବନେଶ୍ୱର ଚାପ୍ଟରର ମିଳିତ ଉଦ୍ୟମରେ “ଗର୍ଭ ଧାରଣ ସମୟରେ ଅଧିକ ବିପଦ”ପ୍ରସଙ୍ଗକୁ ନେଇ ଶନିବାର ଏକ ସିଏମ୍‌ଇ କାର୍ଯ୍ୟକ୍ରମ ସୋଆ କ୍ୟାମ୍ପସ୍ ୨ରେ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଶିଶୁ ଏବଂ ମାତୃ ମୃତ୍ୟୁହାରକୁ କିପରି ରୋକା ଯାଇପାରିବ ଓ ପ୍ରସୂତି ସମୟରେ ମା’ ଏବଂ ଶିଶୁର କିପରି ଯତ୍ନ ନିଆଯାଇପାରିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସମ୍ ହସ୍ପିଟାଲ୍‌ରେ ହାଇ-ରିସ୍କ ପ୍ରେଗ୍ନେନ୍ସିର ସମସ୍ତ ଚିକିତ୍ସା ଉପଲବ୍ଧ ଅଟେ।

ଏଭଳି ସିଏମ୍‌ଇ ମାଧ୍ୟମରେ ପିଜି ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଉପକୃତ ହେବା ସହିତ ଏକ ପ୍ରସୂତି ମହିଳାର ଗର୍ଭାବସ୍ଥା ସମୟରେ ଉପଜୁଥିବା ବିଭିନ୍ନ ସମସ୍ୟାଗୁଡ଼ିକ ବିଷୟରେ ଅବଗତ ହୋଇପାରିବେ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ଏହି କାର୍ଯ୍ୟକ୍ରମରେ କୋଲକାତାର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଡାକ୍ତର କୁଶଗ୍ରଧି ଘୋଷ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏଭଳି ସିଏମ୍‌ଇ କାର୍ଯ୍ୟକ୍ରମକୁ ନେଇ ପ୍ରଶଂସା କରିଥିଲେ ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀ, ଡାକ୍ତର ଏବଂ ନର୍ସମାନେ ବିଶେଷ ଉପକୃତ ହେବେ ବୋଲି ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏସ୍‌ଓପିଏଆରବି ଭୁବନେଶ୍ୱର ସଭାପତି ପ୍ରଫେସର ସଂଯୁକ୍ତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏସ୍‌ଓପିଏଆରବିର ଉପସଭାପତି ତଥା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ତଥା ପ୍ରଫେସର(ଡାକ୍ତର) ବସନ୍ତ କୁମାର ପତି, ଫୁଲନଖରା ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର (ଡାକ୍ତର) ତାପସୀ ପତି, ଆଇଏସ୍‌ଓପିଏଆରବି ଭୁବନେଶ୍ୱର ଚାପ୍ଟରର ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ପି.ସୁଜାତା ଓ ଜଏଂଟ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ଅସିତ୍ କୁମାର ଜେନା ଏବଂ ଏହି ବିଭାଗର ସମସ୍ତ ଡାକ୍ତର, ଫ୍ୟାକ୍‌ଲ୍ଟି ଓ ପିଜି ଛାତ୍ରଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପିଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିବାବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଆଇଏସ୍‌ଓପିଏଆର୍‌ବି ଗର୍ଭ ଧାରଣ ଶିକ୍ଷା ଓ ଅନୁସନ୍ଧାନ ସମ୍ ହସ୍ପିଟାଲ୍ ସିଏମ୍‌ଇ ଆୟୋଜିତ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026
Latest News

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.