Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ
ଆଜିର ଖବର

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଢୋଲକିଆଙ୍କ ପରଲୋକ ପରେ
ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ପନ୍ଦର ଜଣଙ୍କ ଦସ୍ତଖତରେ ଏହି ଅନାସ୍ଥା ପ୍ରସ୍ତାବ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି। କଂଗ୍ରେସର ୧୪ ଜଣ ବିଧାୟକ ଥିବା ବେଳେ ଏକମାତ୍ର ସିପିଆଇ ବିଧାୟକ ଏହାକୁ ସମର୍ଥନ କରିଛନ୍ତି। ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ହେଲେ ୧୫ ଜଣ ବିଧାୟକଙ୍କର ଦସ୍ତଖତ ଦରକାର। ସେଥିପାଇଁ ଏହି ପ୍ରସ୍ତାବ କଂଗ୍ରେସ ସିପିଆଇର ସମର୍ଥନରେ ଆଣିଛି।

ତେବେ ଏହା ଗୃହିତ ହେବ କି ନାହିଁ ତାହା ଭିନ୍ନ କଥା ହେଲେ ଓଡିଶା ରାଜନୀତିରେ ଏହାକୁ ନେଇ ବେଶ ଚର୍ଟ୍ଟା ଆରମ୍ଭ ହୋଇଯାଇଛି। କାରଣ ସଂଖ୍ୟା ଖେଳରେ କିଏ ଆଗରେ ରହିବ କିଏ ପଛରେ ସେ ନେଇ ଗଣିତ କଷା ଚାଲିଛି। କାରଣ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାରେ ସଂଖ୍ୟା ଜୁଟାଇ ଦେଲା। ହେଲେ ଅନାସ୍ଥା ପ୍ରସ୍ତାବ ପାଶ କରିବାରେ କେତେ ସମର୍ଥ ହେବ ସେ ନେଇ ରହିଛି ସନ୍ଦେହ।

Read-Buy BSNL SIMs and Recharges at Post Office, Know Details Here

ବର୍ତ୍ତମାନ ବିଧାନସଭାରେ ୧୪୭ ଟି ଆସନ ମଧ୍ୟରୁ ଗୋଟିଏ ଆସନ ଖାଲି ରହିଛି। ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବର୍ତ୍ତମାନ ଆସନ ସଂଖ୍ୟା ୧୪୬ ହୋଇଯାଇଛି। ଏଥି ମଧ୍ୟରେ ବିଜେପିର ମୋଟ ବିଧାୟକ ୭୮ ଥିବା ବେଳେ ତାଙ୍କୁ ୩ ସ୍ବାଧୀନ ବିଧାୟକ ସମର୍ଥନ ଦେଉଛନ୍ତି। ଫଳରେ ବିଜେପି ଖାତାରେ ବର୍ତ୍ତମାନ ୮୧ ଟି ଭୋଟ ରହିଛି। ସେହିପରି ବିଜେଡିର ଗୋଟିଏ ଆସନ ଖାଲି ହୋଇଯିବା ଫଳରେ ୫୧ ବିଧାୟକରୁ ୫୦ କୁ ଖସିଆସିଛି। କଂଗ୍ରେସର ମୋଟ ବିଧାୟକଙ୍କ ସଂଖ୍ୟା ୧୪ ରହିଛି।

ଯଦି ବିଜେଡି କଂଗ୍ରେସକୁ ସମର୍ଥନ ଦିଏ ତେବେ ବିରୋଧୀ ଦଳ ମ୍ୟାଜିକ ନମ୍ବର ଛୁଇଁ ପାରିବେ ନାହିଁ। କାରଣ ବର୍ତ୍ତମାନ ଅନାସ୍ଥା ପାଶ କରିବାକୁ ହେଲେ ଗୃହରେ ୭୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ କଂଗ୍ରେସ ବିଜେଡି ପାଖରେ ସେହି ସଂଖ୍ୟା ନାହିଁ। କାରଣ ଉଭୟଙ୍କ ସଂଖ୍ୟା ମିଶାଲେ ତାହା ମୋଟ ହେଉଛି ୬୪। ଯାହା ମ୍ୟାଜିକ ନମ୍ବରଠାରୁ ବହୁ ଦୂରରେ।

ଅନାସ୍ଥା ପ୍ରସ୍ତାବ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ’

October 16, 2026

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026
Latest News

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ’

October 16, 2026

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.