Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା
ଆଜିର ଖବର

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା
କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

କେସିଙ୍ଗା,କଳାହାଣ୍ଡି: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣା ପକ୍ଷରୁ ‘ଜାତୀୟ ପୋଷଣ ମାସ-୨୦୨୫’ ଏବଂ ‘ମା’ଙ୍କ ପାଇଁ ଗଛଟିଏ ୨.୦’ ବିଷୟବସ୍ତୁ ଉପରେ ଏକ କର୍ମଶାଳା କେସିଙ୍ଗା ବ୍ଲକ ଶୋଭାଗୃହଠାରେ ଆୟୋଜିତ ହୋଇଛି।

ଏହି କର୍ମଶାଳାର ଉଦ୍ଘାଟନ, କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ସଭାପତିତ୍ୱରେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ପ୍ରଦୀପ ପ୍ରଜ୍ୱଳନ ଦ୍ଵାରା  ହୋଇଥିଲା। କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା କୁମାରୀ ମିଶ୍ର, ପଶ୍ଚିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. କୁଞ୍ଜବିହାରୀ ସାହୁ, କାଉନ୍ସେଲର ସରିତା ଝୁମା, ନୂଆପଡା ଡାକ୍ତରଖାନାର ପୂର୍ବତନ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋରେ ଚନ୍ଦ୍ର ପଟେଲ ଓ ବିଷ୍ଣୁ ଚରଣ ସାହୁ ଅତିଥି ବକ୍ତା ହିସାବରେ ଯୋଗଦେଇଥିଲେ।

କର୍ମଶାଳାରେ ଅତିଥିମାନେ ଶିଶୁ, ବାଳିକା, ଗର୍ଭବତୀ ଓ ସ୍ତନ୍ୟପାନକାରୀ ମହିଳା ତଥା ଜନସାଧାରଣଙ୍କୁ କିପରି, କୁପୋଷଣରୁ ଦୂରେଇ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହେବ ସେହି ବିଷୟରେ ସଚେତନ କରିଥିଲେ। ସେମାନେ କହିଥିଲେ ଯେ, ନିଜ ମା’ ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ ସହିତ ଧରିତ୍ରୀ ମା’ଙ୍କ ସୁରକ୍ଷା ପାଇଁ ମା’ଙ୍କ ନାମରେ ଗଛଟିଏ ଲଗାଇବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା, କିଶୋରୀ ବାଳିକା, ଅଙ୍ଗନବାଡ଼ି କର୍ମୀ, ଆଶା ଓ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଅଂଶଗ୍ରହଣକାରୀମାନଙ୍କ ସହିତ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରିଥିଲା। ଏହି ପଦଯାତ୍ରାକୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ, କାର୍ଯ୍ୟକ୍ରମ ପୂର୍ବଦିନ ମହିଳାମାନଙ୍କୁ ନେଇ ବ୍ଲକ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜୀତ କୁମାର, କେସିଙ୍ଗା ବ୍ଲକ ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ଅନ୍ୟାନ୍ୟ ସ୍ଥାନୀୟ ପ୍ରତିନିଧିମାନେ ଯୋଗଦେଇଥିଲେ।

ଅଂଶଗ୍ରହଣକାରୀମାନଙ୍କୁ ନେଇ କୁଇଜ୍, ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଜେତା ପ୍ରତିଯୋଗୀମାନଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ୱରଙ୍କ ପକ୍ଷରୁ ପ୍ରେରିତ ଗୀତ ଓ ନାଟକ ବିଭାଗ ଦ୍ୱାରା ସୂଚନାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କେସିଙ୍ଗା ଜାତୀୟ ପୋଷଣ ମାସ-୨୦୨୫ ଭାରତ ସରକାର ମା’ଙ୍କ ପାଇଁ ଗଛଟିଏ ସଚେତନତା କର୍ମଶାଳା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.