Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ
ଆଜିର ଖବର

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସର ଅନାସ୍ଥା ପ୍ରସ୍ତାବ
କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେସନର ପ୍ରଥମ ଦିନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ବିଧାନସଭା ସଚିବଙ୍କୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଦଳ ଏହି ପ୍ରସ୍ତାବ ପ୍ରଦାନ କରିଛି। ତେବେ ଏହାକୁ ବାଚସ୍ପତି ଗୃହିତ କରିବେ କି ନାହିଁ ତାହା ଭିନ୍ନ କଥା। ହେଲେ ଏହି ପ୍ରସ୍ତାବକୁ ନେଇ ଅଡୁଆରେ ପଡିଯାଇଛି ମୁଖ୍ୟ ବିରୋଧୀ ଦଳ ବିଜେଡି। କାରଣ ଦଳ ବର୍ତ୍ତମାନ ଅନାସ୍ଥାକୁ ସମର୍ଥନ କରିବ କି ନାହିଁ ସେ ନେଇ ଦ୍ବନ୍ଦରେ ରହିଛି।

କଂଗ୍ରେସ ବିଧାୟକ ଅନାସ୍ଥା ନୋଟିସ ଦେବା ପରେ ବିଧାନସଭା ପରିସରରେ ଥିବା ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ଯାଇଥିଲେ। ଉଦ୍ଦେଶ୍ୟ ବିଜେଡି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରୁ। ଅବଶ୍ୟ ବିରୋଧୀ ଦଳର ନେତା ସେଠାରେ ନ ଥିବାରୁ ବିଧାୟକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ଅନାସ୍ଥାକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।ତେବେ ବିଜେଡି ବିଧାୟକ ଦଳ ବୈଠକରେ ଏହା ଉପରେ ନିଷ୍ପତି ଗ୍ରହଣ କରାଯିବ ବୋଲି କୁହାଯାଇଛି।

ହେଲେ ଏଠାରେ ଦୁଇଟି ପ୍ରଶ୍ନ ଛିଡା ହୋଇଛି। ତାହା ହେଲା ବିଜେଡି ଯଦି ସମର୍ଥନ କରେ ତେବେ ଅଡୁଆ ଯଦି ନ କରେ ତାହା ମଧ୍ୟ ଅଡୁଆ। କାରଣ ହେଲା ପ୍ରଥମ କଥା ହେଲା ଏହି ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଆଣିଛି। ଯଦି ବିଜେଡି ଅନାସ୍ଥାକୁ ସମର୍ଥନ କରେ ତେବେ କଂଗ୍ରେସ ଏଥିରେ ମୁଖ୍ୟ ବିରୋଧୀ ଦଳ ବୋଲି ଲୋକେ ଭାବି ନେବେ। ସାଧାରଣତଃ ମୁଖ୍ୟ ବିରୋଧୀ ଦଳ ଏହି ଅନାସ୍ଥା ପ୍ରସ୍ତାବ ଆଣିବା କଥା। କିନ୍ତୁ ସେହି କାମ ବିଜେଡି ନ କରି କଂଗ୍ରେସ କରିଥିବାରୁ ହୁଏତ ବିଜେଡି ସମର୍ଥନ କରିବା ଅଡୁଆ ହୋଇପାରେ।

ଦ୍ବିତୀୟ କଥା ହେଲା ଯେ, ଯଦି ବିଜେଡି ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନ କରେ ତେବେ ମଧ୍ୟ ଅଡୁଆ ହେବ। କାରଣ ହେଲା ତୃଣମୂଳ ସ୍ତରରେ ଆଲୋଚନା ହେବ ଯେ, ବିଜେଡି ଏବେ ମଧ୍ୟ ବିଜେପି ସାଥୀରେ ଅଛି। ବିଜେପି ଭୟରେ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କଲା ନାହିଁ। ତେଣୁ ଏହି ଦୁଇଟି କଥା ବର୍ତ୍ତମାନ ବିଜେଡି ଦଳ ଭିତରେ ବେଶ ଆଲୋଚନା ଚାଲିଛି। ତେବେ ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ ପାଖରୁ କୌଣସି ଉତ୍ତର ଆସି ନାହିଁ।

ତେବେ ରାଜନୈତିକ ବିଶେଷଜ୍ଞ କହିବା କଥା ଯେ, ବିଜେଡି ପାଖରେ ବର୍ତ୍ତମାନ ଦୁଇଟି ବିକଳ୍ପ ରହିଛି। ତାହା ହେଲା ଯେ, ସେ ଅପେକ୍ଷା କରିବା ଉଚିତ। କାରଣ ଏହି ଅନାସ୍ଥା ପ୍ରସ୍ତାବ ଗୃହରେ ଆଲୋଚନାକୁ ଆସୁଛି କି ନାହିଁ। ଅନାସ୍ଥା ଉପରେ ଭୋଟିଂ ପର୍ଯ୍ୟନ୍ତ କଥା ଯାଉଛି କି ନାହିଁ। ଅନ୍ୟଟି ହେଲା ବିଜେଡି ନିଜେ ଏହି ଅନାସ୍ଥା ଆଣିପାରିବ। ଫଳରେ ପୂର୍ବରୁ ଘୋଷଣା ଅନୁସାରେ କଂଗ୍ରେସ ଏହାକୁ ସମର୍ଥନ କରିବ।

Read More- VinFast Partners with ICICI Bank for EV Finance Solutions

ଅନାସ୍ଥା ପ୍ରସ୍ତାବ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.