Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ
ଆଜିର ଖବର

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ବନ୍ଦ ହୋଇଛି
ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଯୋଗୁଁ ୪୬ଟି ବିଦ୍ୟାଳୟକୁ ଖୋଲା ଯାଇଥିବା ବେଳେ ଆଉ ୫ଟିକୁ ଖୋଲିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ବିଧାନସଭାରେ ମନ୍ତ୍ରୀ କହିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୨୦ ମସିହାରେ ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‍ ୪୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦହୋଇ ରହିଛି । ଏଥି ମଧ୍ୟରେ ସର୍ବାଧିକ ୩୯୩ ଟି ବିଦ୍ୟାଳୟ କଟକ ଜିଲ୍ଲାରେ ରହିଥିବାବେଳେ ଗଞ୍ଜାମରେ ୩୨୬, ମୟୁରଭଞ୍ଜରେ ୩୦୮, ଯାଜପୁରରେ ୨୮୩, କୋରାପୁଟରେ ୨୪୮, କେନ୍ଦ୍ରାପଡାରେ ୧୯୫, କଳାହାଣ୍ଡିରେ ୨୫୪ ଟି ବିଦ୍ୟାଳୟ ରହିଛି । ପୁରୀ ଜିଲ୍ଲାରେ କୌଣସି ପ୍ରାଥମିକ ବିଦ୍ୟାଳୟ ଏହି ତାଲିକାରେ ନାହିଁ ।

ତେବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବନ୍ଦ ହୋଇ ରହିଥିବା ବିଦ୍ୟାଳୟ ମଧ୍ୟରୁ ୪୬ଟିକୁ ସରକାର ଖୋଲିଥିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଖୋଲାଯାଇଥିବା ୪୬ଟି ବିଦ୍ୟାଳୟ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୨ଟି ଥିବାବେଳେ ଦେବଗଡର ୨୦, ବରଗଡରେ ୭, ଯାଜପୁରରେ ୪ ଓ ଖୋରଧାରେ ୩ଟି ବିଦ୍ୟାଳୟ ରହିଛି । ସେହିଭଳି ଆଉ ୫ଟି ବିଦ୍ୟାଳୟକୁ ଖୋଲିବାପାଇଁ ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ପ୍ରସ୍ତାବ ସରକାରଙ୍କ ନିକଟରେ ରହିଛି ।

Read More- PM Meets Sikh Delegation on Safekeeping of Sacred Jore Sahib

ଟଙ୍କଧର ତ୍ରିପାଠୀ ପ୍ରାଥମିକ ସ୍କୁଲ ବିଦ୍ୟାଳୟ ବନ୍ଦ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026
Latest News

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.