Fertilizer Crisis: ରାଜ୍ୟରେ ସାର ସଙ୍କଟ ନେଇ ବିଧାନସଭା ହୁଲୁସ୍ତୁଲ। ବିରୋଧୀ ବିଜେଡି ବିଧାୟକମାନେ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ ଠିକରେ ଚାଲିପାରି ନ ଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ଏବଂ ପରେ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଆଜି ମାତ୍ର ପନ୍ଦର ମିନିଟ ପାଇଁ ଗୃହ କାର୍ଯ୍ୟ ଚାଲିଥିଲା।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଶ୍ନ କାଳରେ ବିରୋଧୀ ବିଜେଡି ସଦସ୍ୟ ହୋ ହାଲ୍ଲା ହୋଇ ଗୃହ ମଧ୍ୟ ଭାଗକୁ ଚାଲି ଆସିଥିଲେ। ମୁଖ୍ୟତଃ ରାଜ୍ୟରେ ସାର ସଙ୍କଟ ନେଇ ସେମାନେ ଗୃହରେ ବିକ୍ଷୋଭ କରିଥିଲେ। ବାଚସ୍ପତି ବାରମ୍ବାର ବାରଣ କରିବା ସତ୍ବେ କେହି ଶୁଣି ନ ଥିଲେ। ଫଳରେ ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ।
ଅପରାହ୍ନରେ ଅଧିବେସନ ଆରମ୍ଭ ହେବା ପରେ ସେହି ହାଙ୍ଗାମା ଦେଖିବାକୁ ମିଳିଥିଲା। ସାର ସଙ୍କଟ ନେଇ ବିଜେଡି ବିଧାୟକମାନେ ବିକ୍ଷୋଭ ଜାରି ରଖିଥିଲେ। ଫଳରେ ବାଚସ୍ପତି ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ।
Read More- Statistical System in Odisha Gets World Bank Backing for Resilient Growth