ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୁଷ୍କପଡା ଗ୍ରାମର ସଂଜୟ ବିଶ୍ୱାଳ (୪୫) ଙ୍କୁ ଆଜି ବାଣପୁର ପୋଲିସ ଗିରଫ କରିଛି। ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗରେ ସଞ୍ଜୟଙ୍କୁ ବାଣପୁର ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ତୁମୁରାପୁଟ ସହକାରୀ ସମିତିରେ ଚାଷୀମାନଙ୍କୁ ରସାୟନିକ ଉର୍ବରକ ବଣ୍ଟନ କରାଯାଉଥିଲା। ଏହି ସମୟରେ ଶାନ୍ତିପୂର୍ଣ୍ଣ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କର୍ମଚାରୀମାନେ ନିୟୋଜିତ ଥିଲେ। କିନ୍ତୁ ସେହି ସମୟରେ ସଂଜୟ ବିଶ୍ୱାଳ ବିଶ୍ରୂଙ୍ଖଳା ସୃଷ୍ଟି କରିଥିଲେ। ଅନେକଥର ଅନୁରୋଧ ସତ୍ତ୍ୱେ ପୋଲିସ କର୍ମଚାରୀଙ୍କୁ ସେ ମାନହାନି କରି ଆକ୍ରମଣ କରିଥିଲେ ଓ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଯାହା ଆଇନ ଶୃଙ୍ଖଳାକୁ ଭଙ୍ଗ କରିଥିଲା।
ଏନେଇ ବାଣପୁର ଥାନାରେ ୩୫୨/୨୦୨୫ ଅନୁଯାୟୀ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳରେ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଥିଲା। ଯେଉଁଠି ତାଙ୍କୁ ଜେଲ୍ ହେପାଜତକୁ ପଠାଯାଇଛି।