Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋଚନାଚକ୍ର
ଆଜିର ଖବର

‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋଚନାଚକ୍ର

September 25, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଲୋଚନାଚକ୍ର
‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋଚନାଚକ୍ର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି “ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ” କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି।

ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଅତିଥି ଭାବେ ଡ. ହୃଷିକେଶ ମଲ୍ଲିକ, ସ୍ଵତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ସମ୍ବିତ  ତ୍ରିପାଠୀ, ପୂର୍ବତନ ଆୟକର କମିଶନର, ଡ଼. ହିମାଦ୍ରି ତନୟା ମିଶ୍ରଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିମାନେ “ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ” ବିଷୟରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିଆଇବି ଏଡିଜି ଅଖିଳ କୁମାର ମିଶ୍ର କହିଥିଲେ, “ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଏକ ସଶକ୍ତ ଶକ୍ତି ଭାବରେ ଦେଖାଯାଇଛି। ସେମାନଙ୍କର ସହନଶୀଳତା, ସତ୍ୟ ପ୍ରତି ଅଗାଢ ବିଶ୍ୱାସ ଓ ନୀତିମୂଳକ ଦୃଢତା, ସମାଜକୁ ନୂଆ ଦିଗାରେ ଆଗେଇ ନେବାରେ ସବୁବେଳେ ଶକ୍ତିଶାଳୀ ହୋଇଥାଏ। ଗାନ୍ଧୀଜୀଙ୍କ ମତାନୁସାରେ, ନାରୀଙ୍କୁ ଅବହେଳା କରି ସମାଜର ସମ୍ପୂର୍ଣ୍ଣ ଉନ୍ନତି କେବେ ବି ସମ୍ଭବ ନୁହେଁ।ସେମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି।”

ସେ ଆହୁରି କହିଥିଲେ ଯେ, “ଗାନ୍ଧୀଜୀଙ୍କ ସମୟରେ, ନାରୀଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରାଇବା ପ୍ରତୀକାତ୍ମକ ପଦକ୍ଷେପ ନଥିଲା, ବରଂ ସମାଜରେ ତାଙ୍କର ସଶକ୍ତ ସ୍ଥାନକୁ ସ୍ୱୀକାର କରିବାର ଏକ ସଚେତନ ପ୍ରୟାସ ଥିଲା। ସେଥିପାଇଁ ଗାନ୍ଧୀଜୀଙ୍କ ପ୍ରତ୍ୟେକ ଆନ୍ଦୋଳନରେ, ନାରୀଙ୍କ ସହଭାଗୀତା ନିର୍ଣ୍ଣାୟକ ଭୂମିକା ନେଇଥିଲା।”

ତାଙ୍କ ଅନୁସାରେ, “ନାରୀଙ୍କୁ କେବଳ ଘରୋଇ ପରିଧିରେ ସୀମାବଦ୍ଧ କରିବା, ସମାଜକୁ ଦୁର୍ବଳ କରିବା ସଙ୍ଗେ ସମାନ। ଗାନ୍ଧୀଜୀ ବିଶ୍ୱାସ କରୁଥିଲେ ଯେ, ନାରୀଙ୍କ ଶିକ୍ଷା, ସଚେତନତା ଓ ସଶକ୍ତିକରଣ, ସମାଜରେ ସତ୍ୟ, ଅହିଂସା ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଅତ୍ୟାବଶ୍ୟକ। ଆଜିର ପରିପ୍ରେକ୍ଷୀରେ ମଧ୍ୟ ଏହି ମନ୍ତବ୍ୟ ସମାନ ଭାବରେ ପ୍ରାସଙ୍ଗିକ।”

ଶ୍ରୀ ମିଶ୍ର କହିଥିଲେ, “ଆମେ ଯଦି ଗାନ୍ଧୀଜୀଙ୍କ ନାରୀ ସମ୍ବନ୍ଧୀୟ ଚିନ୍ତାଧାରାକୁ ଅନୁସରଣ କରିପାରିବା, ତେବେ ସମାଜରେ ସମାନତା, ସମ୍ମାନ ଓ ସଶକ୍ତିକରଣର ଏକ ସୁସ୍ଥ ଆଧାର ସ୍ଥାପିତ କରିହେବ। ଏଥିପାଇଁ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସମାଜିକ ସଂଗଠନମାନେ ସମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ।”

କାର୍ଯ୍ୟକ୍ରମରେ ବିଶେଷ ଅତିଥି ଡ଼. ହୃଷିକେଶ ମଲ୍ଲିକ ତାଙ୍କର ଅଭିଭାଷଣରେ କହିଥିଲେ, “ସାହିତ୍ୟ ଓ ଇତିହାସରେ ଯେପରି ନାରୀଙ୍କ ଅବଦାନ ରହିଛି, ସେହିପରି ଗାନ୍ଧୀଜୀଙ୍କ ଆନ୍ଦୋଳନରେ ମଧ୍ୟ ସେମାନଙ୍କର ଭୂମିକା ଅସାଧାରଣ। ଗାନ୍ଧୀଜୀ ଅନେକ ସମୟରେ କୁସଂସ୍କାର ଓ ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ସେତେବେଳେ ବାଲ୍ୟ ବିବାହ ଓ ବାଲ୍ୟ ବିଧବାର ସମସ୍ୟା, ଭାରତୀୟ ସମାଜ ପାଇଁ ଏକ  ଅଭିଶାପ ସଦୃଶ ଥିଲା। ସେଥିପାଇଁ ସେ ବାଲ୍ୟ ବିବାହର ବିରୋଧ କରିଥିଲେ ଓ ବାଲ୍ୟ ବିଧବାଙ୍କୁ ଶିକ୍ଷା, ସ୍ୱାଧୀନତା ଓ ସାମାଜିକ ସମ୍ମାନ ପାଇଁ ଆହ୍ବାନ ଦେଇଥିଲେ। ବାଲ୍ୟ ବିଧବାଙ୍କୁ ମୁକ୍ତି ଦେବା, ନାରୀ ସଶକ୍ତିକରଣର ମୂଳ ଅଂଶ ଥିଲା। ସେ ବିଶ୍ୱାସ କରୁଥିଲେ ଯେ, ନାରୀଙ୍କର ଆତ୍ମଶକ୍ତି ଓ ସାହସ, ପୁରୁଷଙ୍କୁ ଅତିକ୍ରମ କରିପାରେ।” ଗାନ୍ଧୀଜୀଙ୍କ ପାଇଁ, ନାରୀ କେବଳ ସ୍ୱାଧୀନତାର ସହଭାଗୀ ନୁହେଁ, ବରଂ ସମାଜର ନୀତିମୂଳକ ଦିଗରେ ଏକ ପ୍ରେରଣା।

ସମ୍ମାନିତ ଅତିଥି ଡ଼. ହିମାଦ୍ରି ତନୟା ମିଶ୍ର ତାଙ୍କର ଉଦବୋଧନରେ କହିଥିଲେ, ମହାତ୍ମା ଗାନ୍ଧୀଙ୍କୁ “ରାଷ୍ଟ୍ରପିତା” ଭାବେ ସମ୍ମାନ କରାଯାଏ। ତାଙ୍କ ଜୀବନ ଆଦର୍ଶ, ସତ୍ୟ, ଅହିଂସା ଓ ସରଳତା ଉପରେ ଆଧାରିତ ଥିଲା। ସେ ବିଶ୍ୱାସ କରୁଥିଲେ ଯେ, “ସତ୍ୟ ବିନା ଧର୍ମ ନାହିଁ, ଅହିଂସା ବିନା ସତ୍ୟ ପ୍ରତିଷ୍ଠା ପାଇପାରିବ ନାହିଁ”। ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀମାନେ ସଦା ସମାଜର ମୂଳ ଶକ୍ତି। ନାରୀଙ୍କୁ ନୀତି, ସଂସ୍କୃତି, ସାହିତ୍ୟ, ଶିକ୍ଷା ଓ ସମାଜସେବାରେ ସମାନ ସୁଯୋଗ ଦେଲେ, ସମାଜର ଅନେକ ସମସ୍ୟାର ସ୍ଵତଃପୂର୍ତ୍ତ ସମାଧାନ ହୋଇଯିବ। ଗାନ୍ଧୀଜୀଙ୍କ ଦୃଷ୍ଟିକୋଣ ଆମକୁ ସେହି ପଥରେ ଆଗେଇବାକୁ ପ୍ରେରଣା ଦିଏ, ଯେଠାରେ ନାରୀ ଓ ପୁରୁଷ, ଦୁହେଁ ସମାନ ଭାବରେ ଦେଶର ଉନ୍ନତିରେ ଅବଦାନ ରଖନ୍ତି।

ସମ୍ବିତ ତ୍ରିପାଠୀ ତାଙ୍କ ଉଦବୋଧନରେ କହିଥିଲେ, “ଗାନ୍ଧୀଜୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଯେଉଁ ସମ୍ମାନ ଓ ସ୍ଥାନ ଦିଆଯାଇଛି, ତାହା ଏକ ସାହସିକ ପଦକ୍ଷେପ। ସେହି ସମୟରେ ନାରୀମାନେ ସାମାଜିକ ଓ ପାରିବାରିକ ସୀମାବଦ୍ଧତାରେ ବାନ୍ଧି ହୋଇଥିଲେ, କିନ୍ତୁ ଗାନ୍ଧୀଜୀ ସେମାନଙ୍କୁ ଦେଶର ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ଅଂଶୀଦାର ଭାବେ ସାମିଲ କରିଥିଲେ।” ଗାନ୍ଧୀଜୀଙ୍କ ପାଇଁ ନାରୀ କେବଳ ଏକ ସମର୍ଥକ ନୁହେଁ, ବରଂ ସମାଜର ନୀତିମୂଳକ ଶକ୍ତି। “ଆଜିର ସମୟରେ, ଯେତେବେଳେ ସମାଜରେ ନାରୀଙ୍କ ସ୍ଥାନକୁ ନେଇ ଆଲୋଚନା ହେଉଛି, ଗାନ୍ଧୀଜୀଙ୍କ ଦୃଷ୍ଟିକୋଣ ଆମ ପାଇଁ ଏକ ପଥପ୍ରଦର୍ଶକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଯାଇଥିଲା। ଭୁବନେଶ୍ୱରର ସିବିସିର କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନାଚକ୍ର ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ ପିଆଇବି ଏଡିଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Latest News

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.