ବାଣପୁର: ଜାତୀୟ ରାଜପଥ-୧୬ ବାଣପୁର ଓଭରବ୍ରିଜ ନିକଟରେ ତିନିଟି ବସରେ ସିରିଜ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଆଜି ସକାଳୁ ଏକ ଗାଈକୁ ବଞ୍ଚେଇବାପାଇଁ ଶିମିଳିଗୁଡାରୁ ଭୁବନେଶ୍ବର ଯାଉଥିବା ବସଟି ଅଟକିଥିବା ବେଳେ ପଛରୁ ଆସୁଥିବା ଏକ ବାଇକକୁ ଅନ୍ୟ ଏକ ବସ ପାଇଲଗୁଡ଼ାରୁ ଭୁବନେଶ୍ଵର ଯାଉଥିବା ବସ ବାଇକକୁ ଧକ୍କା ଦେଇଥିଲା। ତା ପଛକୁ ବିଶାଖାପାଟଣାରୁ କଲିକତା ଯାଉଥିବା ବସଟି ତା ଧକ୍କା ଦେଇଥିଲା। ଫଳରେ ବାଇକରେ ବସିଥିବା ନିମିକ୍ଷେତା ଗ୍ରାମର ଶୁଭମଜ୍ୟୋତି ପ୍ରହରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଅନ୍ୟ ମାନଙ୍କ ମଧ୍ୟରେ ୨ ଜଣ ଯାତ୍ରୀ ଓ ସହକାରୀ ଡ୍ରାଇଭର ଓ ହେଲପର ଆହତ ହୋଇ ବାଲୁଗାଁ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି। ତୃତୀୟ ବସର ଡ୍ରାଇଭରେ ଫେରାର ଅଛନ୍ତି। ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।