Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାସମାରୋହରେ ଚାଲିଛି ସପ୍ତମାତାଙ୍କ ବାହାର ପର୍ବ: ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଆଜିର ଖବର

ମହାସମାରୋହରେ ଚାଲିଛି ସପ୍ତମାତାଙ୍କ ବାହାର ପର୍ବ: ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

September 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା'ଭଗବତୀଙ୍କ ଗୁପ୍ତପୂଜା
ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା'ଭଗବତୀଙ୍କ ଗୁପ୍ତପୂଜା

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବ ବାହାର ପର୍ବ ଘର ପ୍ରାଚୀନସାତବଖରା ଘରେ ମହାସମାରୋହରେ ଚାଲିଛି। ପରମ୍ପରା ଅନୁସାରେ ଦେବୀ ଭଗବତୀ ଏହି ପର୍ବରେ ଯୋଗ ଦେବାପାଇଁ ବର୍ଷର ବିଭିନ୍ନ ସମୟରେ ବାଣପୁର ରାଜ୍ୟଚତୁସୀମାରେ ପୂଜା ପାଉଥିବା ଚାରି ଦିଗ ରକ୍ଷାକାରିଣୀ ମା’ବିରିଜାଇ, ମା’ କାଳିଜାଇ, ମା’ନାରାୟଣୀ, ମା’ଶିଦ୍ଧେଶ୍ୱରୀ, ବଙ୍କାଡ଼ଗଡ଼ଦେବୀ ମା’କନକ ଦୁର୍ଗା, ଏବଂ ପୀଠେଶ୍ଵରୀ ବୁଢି ଠାକୁରାଣୀଙ୍କୁ ନିମନ୍ତ୍ରଣ ପୂର୍ବକ ସାଥିରେ ନେଇ ଆଶ୍ୱିନ ଅମବାସ୍ୟା ରାତ୍ର କାଳରେ ଏକତ୍ର ଭେଟ ହୋଇ ବାହାର ପର୍ବ ଘର ସାତବଖରା ଘରେ ପ୍ରବେଶ କରିଥିଲେ। ଏଠାରେ ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇଛିବାହାର ପର୍ବ। ପ୍ରତ୍ୟହ ପ୍ରଭାତରୁ ଦ୍ଵାରଫିଟାପରେ ମା’ମାନଙ୍କ ଅଙ୍ଗରାଗ ମାଜଣା, (ମହାସ୍ନାନ) ମହାପ୍ରସାଦ ଅର୍ପଣ, ବେଶ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଚଣ୍ଡିପାଠ, ବଗଳା, ବଲଭ ଆଳତୀ, ସର୍ବ ସାଧାରଣ ଦର୍ଶନ ପରେ ବିଶିଷ୍ଟ ପର୍ବ ପୂଜକ ସ୍ତୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନଚରଣ ଦାଶଙ୍କ ଦ୍ଵାରା ପର୍ବ ପୂଜା, ହୋମଯଜ୍ଞ ଧୂପ ନୀତି ପରି
ସମସ୍ତ ନୀତିକାନ୍ତି ମହାସମାରୋହରେ ପାଳିତ ହେଉଛି।

ସାତ ମାତାଙ୍କ ଗୋଟିଏ ପୀଠରେ ଏକତ୍ର ପୂଜନ ପରି ଦୁର୍ଲଭ ଦର୍ଶନ ସହିତ ନିଜର ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି କାମନା କରିବା ଏବଂ ବିପଦ ଆପଦ, ରୋଗ ବୈରାଗ୍ୟରୁ ରକ୍ଷା ପାଇଁ ମାତୃଶକ୍ତିଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ପ୍ରତିଦିନ ସକାଳୁ ରାତ୍ର ପର୍ଯ୍ୟନ୍ତ ଅଗଣିତ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଆସୁଥିବାଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି। ବିଶ୍ୱାସ ଅଛି ସାତବଖରା ଘରେ ଶାରଦୀୟ ପର୍ବରେ ଶ୍ରଦ୍ଧାଳୁମାନେ ମା’ମାନଙ୍କ ନିକଟରେ ଯାହା ମାନସିକ ରଖନ୍ତି ତାହା ଅଚ଼ୀରେ ପୂର୍ଣ୍ଣ ହୁଏ।

ଏହି ପୀଠରୁ ଆଶୀର୍ବାଦ ଲାଭ କରି ନିଜର ମାନସିକ ପୂର୍ଣ୍ଣ ଲାଭ କରିଥିବା ବହୁ ଶ୍ରଦ୍ଧାଳୁମାନେ ମଧ୍ୟ ମା’ଙ୍କ ଦର୍ଶନ ସହିତ ଦୀପ, ପୁଷ୍ପ, ଭୋଗ ନୈବେଦ୍ୟ ଅର୍ପଣ କରିବାକୁ ଏହିପର୍ବଗୃହକୁ ଆସିଥିବାର ପ୍ରକାଶ କରିଛନ୍ତି। ମା’ଙ୍କ ସାତ ବଖରା ପର୍ବ ଘରେ ମାନସିକଧାରୀମାନେ ମାନସିକ ପୂର୍ଣ୍ଣ ନିମନ୍ତେ ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ୍ର ଅଗାଧ ବିଶ୍ୱାସର ସହିତ ମା’ଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହୋଇ ଅଖଣ୍ଡ ଦୀପ ବସାଇବାର ମଧ୍ୟ ଦେଖିବାକୁ ମିଳୁଛି। ପ୍ରତିଦିନ ମା’ମାନଙ୍କ ନିକଟରେ ନିଶଙ୍କୁଡ଼ିରେ ଖଇ, କୋରା, କାକରା, ଫଳ ମୂଳଧୂପ ହେଉଥିବାବେଳେ, ଶଙ୍କୁଡ଼ିରେ ଖେଚ଼ଡ଼ି, ଡାଲି ମାଛ ମହୁର, ଆମ୍ବିଳ, କ୍ଷିରି, ଏଣ୍ଡୁରି, ମାଛ ବଳିପୋଡ଼ା ଇତ୍ୟାଦି ନୈବେଦ୍ୟ ଧୂପ ହେଉଛି। ଧୂପ ପରେ ମା’ଙ୍କ ପରବ ପ୍ରସାଦ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଉଛି। ମା’ମାନଙ୍କ ଏହି ଦୁର୍ଲିଭ ପରବ ପ୍ରସାଦ ପାଇ ସମସ୍ତେ ନିଜକୁ ଧନ୍ୟ ମନେକରନ୍ତି।

ବାଣପୁର ସହର ଏହି ପର୍ବରେ ବିଶାଳ ରଙ୍ଗୀନ ତୋରଣ, ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇ ସଂଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ର ଆୟୋଜନରେ ଉତ୍ସବମୁଖର ହୋଇପଡିଛି। ପୂଜା ଛୁଟି ଆରମ୍ଭରେ ଦୂର ଦୂରାନ୍ତରୁ ଅଗଣିତ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଜମିବ। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ଶୁଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ସହିତ ଦେବୋତ୍ତର କାର୍ଯ୍ୟାଳୟ, ସ୍ଥାନୀୟ ଆରକ୍ଷୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କ ମିଳିତସହଯୋଗରେ ସମସ୍ଥ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା କଥା ମନ୍ଦିରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ପ୍ରକାଶ।

ବାଣପୁର ମା'ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.