Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାଦୁଇ ପିଟାରା’ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାଦୁଇ ପିଟାରା’ ସଚେତନତା କାର୍ଯ୍ୟକ୍ରମ

September 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାଦୁଇ ପିଟାରା’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜେଜେବାପା ଏବଂ ଜେଜେମାଆ ହେଉଛନ୍ତି ପରିବାରର ସମ୍ପଦ, ପ୍ରେମମୟ ପରମ୍ପରାର ପ୍ରତିଷ୍ଠାତା, ମହାନ କାହାଣୀକାର ଏବଂ ଆମ ସାମାଜିକ-ସାଂସ୍କୃତିକ ଐତିହ୍ୟର ରକ୍ଷକ। ସେମାନଙ୍କର ନିଃସ୍ୱାର୍ଥପର ପ୍ରେମ, ଯତ୍ନ ଓ ମାର୍ଗଦର୍ଶନ ପିଲାମାନଙ୍କ ସାମଗ୍ରିକ ବିକାଶକୁ ସମୃଦ୍ଧ କରିଥାଏ, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ର ସାମଗ୍ରିକ ବିକାଶ ଦୃଷ୍ଟିକୋଣ ସହିତ ସଙ୍ଗତିଶୀଳ। ଏହି ପରିପ୍ରେକ୍ଷୀରେ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଆଜି ଏହାର ଅନୁବନ୍ଧିତ ପିଏମ୍ ଶ୍ରୀ ପ୍ରୟୋଗିକ ବହୁମୁଖୀ ବିଦ୍ୟାଳୟ ସହଯୋଗରେ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବାଲ୍‌ ବାଟିକା ଛାତ୍ରଛାତ୍ରୀଙ୍କ ଜେଜେମା’ ଜେଜେବାପା , ପିତାମାତା ଏଥିରେ ଅଂଶଗ୍ରହଣ କରିଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ହୋଇଥିବା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଉତ୍ସବରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରା ଯୋଗଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ୍‌.ସି.ଇ.ଆର୍‌.ଟିର ଯାଦୁପେଡ଼ି କିଭଳି କୋମଳମୋତି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ଆନନ୍ଦ ଦେବା ସହ ଭାରତୀୟ ଜ୍ଞାନ ପରମ୍ପରାକୁ ଅବଗତ କରାଏ ବୋଲି ବୁଝାଇ କହିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେଶ୍ୱର ମିଶ୍ର, ଜେଜେମା’ ଜେଜେବାପା କିପରି ପରିବାରକୁ ଏକତ୍ର ବାନ୍ଧି ରଖି ପାରିବାରିକ ବନ୍ଧନକୁ ଦୃଢ଼ ଓ ଶକ୍ତ କରନ୍ତି ସେ ବିଷୟରେ ବୁଝାଇ କହିଥିଲେ। ପରେ ସେ “ଯାଦୁଇ  ପିଟାରା” ଭିତରେ ଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରି, ଶିଶୁ ବିକାଶରେ ଏହାର ବିଭିନ୍ନ ପ୍ରାସଙ୍ଗିକତା ଏବଂ ପ୍ରୟୋଗ ବିଷୟରେ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜେଜେବାପା ଓ ଜେଜେମାଆମାନେ ‘ଯାଦୁଇ ପିଟାରା’ ଅନୁସନ୍ଧାନ କରିବାରେ ବହୁତ ଆଗ୍ରହ ପ୍ରଦର୍ଶନ କରିଥିଲେ ଏବଂ ତୃଣମୂଳ ସ୍ତରରେ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଏନ.ସି.ଇ.ଆର.ଟି.ର ପଦକ୍ଷେପକୁ ପ୍ରଶଂସା କରିଥିଲେ।

ପରିଶେଷରେ  ବାଲ ବାଟିକାର କୁନିକୁନି ପିଲାମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।  ଏହି ସୁବସରରେ ପିତାମାତା, ଶିକ୍ଷକ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷର ଅଧ୍ୟାପକମାନେ ସହଭାଗୀ ହୋଇଥିଲେ, ଯାହା ଏହି କାର୍ଯ୍ୟକ୍ରମକୁ ସହଯୋଗୀତାପୂର୍ଣ୍ଣ ଓ ସମୃଦ୍ଧ କରିଥିଲା।

‘ଜାଦୁଇ ପିଟାରା’ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଜାତୀୟ ଶିକ୍ଷାନୀତି-୨୦୨୦ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026
Latest News

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.