Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ
ଆଜିର ଖବର

ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

October 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚ୍ଚିତ୍ର
ଓଡିଆ ଚଳଚ୍ଚିତ୍ର ପାଇଁ ଭିନ୍ନ କିଛି କରିବାକୁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କାମ କରିବାକୁ ଅଛି। ସେଥିପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି ବୋଲି କହିଛନ୍ତି ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଖଟୁଆ। ‘ଦ ସମୀକ୍ଷା’ କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କେବଳ କଳିଙ୍ଗ ଟିଭି ନୁହେଁ ମୁଁ କିଟ୍ ର ସମସ୍ତ ପଦପଦବୀରୁ ମଧ୍ୟ ଇସ୍ତଫା ଦେଇଛି। ଏ ନେଇ ମାସେ ପୂର୍ବରୁ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଇସ୍ତଫା ପତ୍ର ପଠାଇ ଥିଲି ବୋଲି ସେ କହିଛନ୍ତି। ନିୟମ ଅନୁସାରେ ମାସେ ପର୍ଯ୍ୟନ୍ତ ନୋଟିସ ପିରିୟଡରେ କାମ କଲି। ମୋତେ ବହିସ୍କାର କରାଗଲା ବୋଲି ବିଭିନ୍ନ ଗଣମାଧ୍ୟମରେ ତଥା ସାମାଜିକ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ତାହା ଭୁଲ ବୋଲି ଶ୍ରୀ ଖଟୁଆ କହିଛନ୍ତି।

ସେ କହିଛନ୍ତି ଯେ, କିଟ୍ ଓ କିସ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ସହିତ ମୋର ସଂପର୍କ ଭଲ ଅଛି। ମୋତେ ଡ. ସାମନ୍ତ ବହିସ୍କାର କରି ନାହାଁନ୍ତି କି କେହି ମୋତେ ଛାଡିବା ପାଇଁ କହି ନାହାଁନ୍ତି। ଏହା ମୋର ବ୍ୟକ୍ତିଗତ ନିଷ୍ପତି ଥିଲା। ଡ. ସାମନ୍ତଙ୍କ ସହିତ ଆଲୋଚନା କରି ମୁଁ ଏ ସବୁ ପଦପଦବୀରୁ ଇସ୍ତଫା ଦେଇଛି ବୋଲି ଶ୍ରୀ ଖଟୁଆ କହିଛନ୍ତି।

ଚଳଚିତ୍ର ନିର୍ମାଣ ପାଇଁ ଗୋଟିଏ ଚିନ୍ତା ବା ଚାପ ମୁକ୍ତ ପରିବେଶର ଆବଶ୍ୟକତା ରହିଛି। ଏପଟେ କାମ ଚାପରେ ରହିଲେ ସେପଟେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବା କଷ୍ଟକର ହୋଇପଡୁଛି। ସେ ପୁଣି କହିଛନ୍ତି ଯେ, ଓଡିଆ ଚଳଚ୍ଚିତ୍ରକୁ ନେଇ ମୋର ଓଡିଶାରେ ପରିଚୟ।ମୋର ବହୁ ବନ୍ଧୁ ଦୀର୍ଘ ବର୍ଷ ଧରି ଚଳଚିତ୍ରରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇଆସିଛନ୍ତି। ସେମାନଙ୍କ ପରାମର୍ଶକୁ ସ୍ବୀକାର କରି ବର୍ତ୍ତମାନ ମୋର ବାକି ଜୀବନ କେବଳ ସେହି ଚଳଚ୍ଚିତ୍ରରେ ମନୋନିବେଶ କରିବି। ସେଥିପାଇଁ ଅନ୍ୟ ପଦପଦବୀରୁ ସବୁ ଇସ୍ତଫା ଦେଇ ଦାୟିତ୍ବ ମୁକ୍ତ ହେଲି ବୋଲି ସେ କହିଛନ୍ତି।

ଶ୍ରୀ ଖଟୁଆ ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ନିକଟରେ ତାଙ୍କ ନିର୍ଦ୍ଦେଶିତ ସାତଭାୟା ଉପରେ ଆଧାରିତ ଓଡିଆ ଚଳଚ୍ଚିତ୍ର ‘ଦ ସି ଆଣ୍ଡ ସେଭେନ ଭିଲେଜେସ୍’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛି। ଏହା ପୂର୍ବରୁ ସେ ଇନ୍ଦ୍ରଧନୁର ଛାଇ, ଶୂନ୍ୟସ୍ବରୂପ ଏବଂ କଥାନ୍ତର ପ୍ରଭୃତି ଚଳଚିତ୍ର କରି ଜାତୀୟ ସ୍ତରରେ ବେଶ ପ୍ରଶଂସିତ ତଥା ପୁରସ୍କୃତ ହୋଇପାରିଛନ୍ତି। ସେ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆର୍‌ଏଫ୍‌ଟିଆଇ), କୋଲକାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।

ଖୁବ ଶିଘ୍ର ସେ ତାଙ୍କର ନୂଆ ଚଳଚିତ୍ର କାମ ଆରମ୍ଭ କରିବେ, ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି।

VinFast India, SBI Join Hands to Offer Comprehensive EV Financing Solutions

Kalinga TV ଓଡିଆ ଚଳଚ୍ଚିତ୍ର କଳିଙ୍ଗ ଟିଭି ହିଂମାଶୁ ଖଟୁଆ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026
Latest News

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.