Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ
ଆଜିର ଖବର

ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ

October 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ
ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ପାଇଁ ନୂତନତାର କେନ୍ଦ୍ର ହେବା ଉଚିତ୍। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ(ଏସଏସସିଟିୟୁ)ର ଏକ ଲୋଗୋ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି।

ବିଶ୍ୱବିଦ୍ୟାଳୟର ଲୋଗୋ ଉନ୍ମୋଚନ ପାଇଁ ଅଭିନନ୍ଦନ ଜଣାଯାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଆଦିବାସୀ ଏବଂ ସଂସ୍କୃତ ତତ୍ତ୍ୱଗୁଡ଼ିକୁ ନେଇ ଲୋଗୋଟି ଡିଜାଇନ ହୋଇଛି। ଏହି ଲୋଗୋ ଶିକ୍ଷାନୁଷ୍ଠାନର ଦୁଇଟି ମୁଖ୍ୟ ଭୂମିକାକୁ ଦର୍ଶାଉଛି। ଗୋଟିଏ ହେଉଛି ଆଦିବାସୀ ପରମ୍ପରା ଏବଂ ଜ୍ଞାନର ସୁରକ୍ଷାକାରୀ ଏବଂ ଅନ୍ୟଟି ହେଉଛି ଶିକ୍ଷାଗତ ଉତ୍କର୍ଷର ଏକ ଆଲୋକସ୍ତମ୍ଭ ଭାବରେ କାର୍ଯ୍ୟ କରିବା। ତେଲେଙ୍ଗାନାରେ ଏହି ଶିକ୍ଷାନୁଷ୍ଠାନର ସ୍ଥାପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ସମାନତା, ଆଦିବାସୀ ସଶକ୍ତିକରଣ ଏବଂ ତେଲେଙ୍ଗାନାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣର ଏକ  ଜ୍ୱଳନ୍ତ ପ୍ରମାଣ। ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ହେଉଅଛି।

ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ। ଏହା ବିକଶିତ ଭାରତ ପାଇଁ ମାର୍ଗ ପ୍ରଶସ୍ତ କରୁଛି। ବିଶ୍ୱ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଜରୁରୀ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଞ୍ଚଳିକ ଓ ମାତୃଭାଷାରେ ପିଲାମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି। ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ବହୁଭାଷୀ ଶିକ୍ଷା ସମେତ ଭାରତୀୟ ସଭ୍ୟତା ଅଧ୍ୟୟନ ପାଇଁ ଏକ ନୂତନ ଦିଗ ଆଣିବ। “ଜ୍ଞାନଂ ପରମଂ ଧ୍ୟେୟମ୍” ମୋଟୋ ସହିତ ଏହା ଏକ ପ୍ରୟୋଗାତ୍ମକ, ଗବେଷଣା ଏବଂ ଉଦ୍ଭାବନ-ପ୍ରେରିତ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ତେଲେଙ୍ଗାନା ଧର୍ମେନ୍ଦ୍ର ପ୍ରଧାନ ଲୋଗୋ ଉନ୍ମୋଚିତ ସମ୍ମକ୍କା ସାରକ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

January 23, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

January 23, 2026

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026
Latest News

ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

January 23, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

January 23, 2026

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.