Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ
ଆଜିର ଖବର

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା “ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା (ପିଏମ- ଡିଡିକେୱାଇ)” ଏବଂ “ଡାଲିରେ ଆତ୍ମନିର୍ଭରତା ପାଇଁ ମିଶନ” ର ଜାତୀୟ ଶୁଭାରମ୍ଭ ଅବସରରେ, ଆଇସିଏଆର– ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲ୍ଚର (ଆଇସିଏଆର- ସିଆଇଡବ୍ଲୁଏ), ଭୁବନେଶ୍ୱର ଦ୍ୱାରା ଏକ ବିଶେଷ ଲାଇଭ୍ ୱେବକାଷ୍ଟ ଆୟୋଜିତ ହୋଇଥିଲା।

ଏହି ଅବସରରେ ପ୍ରତିଷ୍ଠାନର କର୍ମଚାରୀ ଓ ଜନପ୍ରତିନିଧିଙ୍କ ସମେତ ପ୍ରାୟ ୬୦୦ରୁ ଅଧିକ ମହିଳା କୃଷକ ଅଂଶଗ୍ରହଣ କରିଥିଲେ। ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମାଧ୍ୟମରେ ଭାରତ ସରକାରଙ୍କ ନୂତନ କୃଷି ଯୋଜନା, ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଏବଂ ଚାଷୀ ଉନ୍ନୟନ ପ୍ରୟାସ ବିଷୟରେ ଜାଣି ଲାଭାନ୍ବିତ ହୋଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଆଇସିଏଆର- ସିଆଇଡବ୍ଲୁଏ ର ନିର୍ଦ୍ଦେଶିକା ଡା. ମୃଦୁଲା ଦେବୀ, ପିଏମ- ଡିଡିକେୱାଇ ଯୋଜନାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ କୃଷି ଉତ୍ପାଦନ ବୃଦ୍ଧି, ଫସଲ ବିବିଧତା, ସ୍ଥାୟୀ କୃଷି ପ୍ରଣାଳୀ, ଜଳସେଚନ ସୁବିଧା ଏବଂ ଋଣ ସୁଲଭତାରେ ଉନ୍ନତି ଆଣାଯିବ।

ପିଏମ- ଡିଡିକେୱାଇ ର ମୂଖ୍ୟ ଲକ୍ଷ୍ୟ ହେଉଛି- ଡିଏ ଆଣ୍ଡ ଏଫଡବ୍ଲୁ, ସହଯୋଗୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବିଦ୍ୟମାନ ଯୋଜନାଗୁଡ଼ିକୁ ସମନ୍ୱୟ କରି ୧୦୦ଟି ଜିଲ୍ଲାରେ କୃଷି ମାନଚିତ୍ର ଉନ୍ନତ କରିବା।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା “ଡାଲିରେ ଆତ୍ମନିର୍ଭରତା ପାଇଁ ମିଶନ” ଦେଶରେ ଡାଲି ଉତ୍ପାଦନ ବୃଦ୍ଧି, ଚାଷ କ୍ଷେତ୍ର ବିସ୍ତାର, କ୍ରୟ, ସଂରକ୍ଷଣ ଓ ପ୍ରକ୍ରିୟାକରଣ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବ।

ୱେବକାଷ୍ଟ ସମାପ୍ତି ପରେ, ମହିଳା କୃଷକମାନଙ୍କ ପାଇଁ ବିଶେଷ ଆଲୋଚନା ସଭା ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ପିଏମ- ଡିଡିକେୱାଇ ଯୋଜନାର ପ୍ରଭାବ, ରବି ଫସଲର ଉନ୍ନତ ଚାଷ ଅଭ୍ୟାସ, ପ୍ରାକୃତିକ କୃଷି, ଜାତୀୟ କୀଟପତଙ୍ଗ ନିରୀକ୍ଷଣ ପ୍ରଣାଳୀ (ଏନପିଏସଏସ), କୃଷକ ଅଭିଯୋଗ ସମାଧାନ ପୋର୍ଟାଲ ଏବଂ ଜିଏସଟି ହ୍ରାସ ଲାଭ ବିଷୟରେ ସଚେତନତା ଆଲୋଚନା ହୋଇଥିଲା।

ଶେଷରେ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ଲକୃଷିକୁ ଆଧୁନିକ ଓ ସୁସ୍ଥାୟୀ ଦିଗକୁ ନେବା ଲକ୍ଷ୍ୟରେ ଏପରି ଐତିହାସିକ ପଦକ୍ଷେପ ଗ୍ରହଣ ପାଇଁ କୃତଜ୍ଞତା ଜଣାଇଥିଲେ।

ଡାଲି ଆତ୍ମନିର୍ଭରତା ମିଶନ ନରେନ୍ଦ୍ର ମୋଦୀ ପିଏମ- ଡିଡିକେୱାଇ ଭୁବନେଶ୍ୱର ଲାଇଭ୍ ୱେବକାଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Latest News

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.