Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଚସ୍ପତିଙ୍କ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦାନ
ଆଜିର ଖବର

ବାଚସ୍ପତିଙ୍କ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦାନ

October 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Speaker Surma Padhy's attends the Commonwealth Parliamentary Association
Speaker Surma Padhy's attends the Commonwealth Parliamentary Association

ଭୁବନେଶ୍ଵର: ବାଚସ୍ପତି ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବିଦେଶ ଗସ୍ତରେ ଯାଇଥିବାବେଳେ ବାର୍ବାଡୋସ୍ ର ବି୍ରଜ୍ଟାଉନ୍ଠରେ ‘ରାଜ୍ୟଗୋଷ୍ଠୀ ଏକ ବୈଶ୍ୱିକ ସହଭାଗୀ ଓ ବେଜିଂ ଣ୍ଟ ୩୦ ପରଠାରୁ ସଂସଦ, ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ’ ବିଷୟରେ ଆଲୋଚନାର ବିଷୟବସ୍ତୁ ଉପରେ ଅଂଶଗ୍ରହଣ କରି ‘ଆମର ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ଗଣତନ୍ତ୍ରକୁ ସମର୍ଥନ’ ଉପରେ ନିଜର ଅଭିଭାଷଣ ରଖି କହିଲେ ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ, ଏହା ଆମର ବିଶ୍ୱାସ, ଉତ୍ସାହ ଓ ଜୀବନଧାରଣର ମାର୍ଗ। ଗଣତନ୍ତ୍ର ଯେଉଁ ଚାରୋଟି ସ୍ତମ୍ଭ ଉପରେ ପ୍ରତିଷ୍ଠିତ, ସେଗୁଡ଼ିକ ହେଉଛି ବିଧାନସଭା, ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ଗଣମାଧ୍ୟମ। ତେବେ ମୁଖ୍ୟ କଥା ହେଉଛି ଏହି ଅନୁଷ୍ଠାନଗୁଡ଼ିକ ଯେତେ ସଶକ୍ତ ହେବ ଆମର ଗଣତନ୍ତ୍ର ସେତିକି ସମୃଦ୍ଧ ହୋଇପାରିବ। ତେଣୁ ଗଣତନ୍ତ୍ରକୁ ଆଗେଇ ନେବାକୁ ହେଲେ ସମସ୍ତ ସମ୍ପୃକ୍ତ ଅନୁଷ୍ଠାନକୁ ସଶକ୍ତ କରିବାକୁ ପଡ଼ିବ।

ଆମ ବିଧାନସଭାରେ ଜନମତ ସଠିକ ଭାବରେ ଉପସ୍ଥାପିତ ହୋଇପାରିଲେ, ତା’ଉପରେ ଆଲୋଚନା, ତର୍କ, ବିତର୍କ ଓ ବିଶ୍ଳେଷଣ ହୋଇ ଜନଉପକାରୀ ଆଇନ ପ୍ରଣୟନ ହୋଇପାରିବ। ଫଳରେ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କର ଆସ୍ଥା ବୃଦ୍ଧି ପାଇବ। ସେହିପରି କାର୍ଯ୍ୟପାଳିକା ଏହି ଆଇନର ସଠିକ ଅନୁପାଳନ କ୍ଷେତ୍ରରେ ଆନ୍ତରିକତାର ସହ କାର୍ଯ୍ୟ କଲେ ଜନସାଧାରଣ ଉପକୃତ ହୋଇପାରିବେ । ସେହିପରି ନ୍ୟାୟପାଳିକା ଏ ସବୁର ଦୁରୁପଯୋଗ କ୍ଷେତ୍ରରେ ସତର୍କ ରହି ସଠିକ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଦ୍ୱାରା ଆଇନ୍ର ଦୁରୁପଯୋଗ ଓ ଉଲ୍ଲଙ୍ଘନ ହୋଇପାରିବ ନାହିଁ। ଶେଷରେ ଗଣମାଧ୍ୟମ ହିଁ ଏସବୁର କାର୍ଯ୍ୟକାରିତାକୁ ନିରୀକ୍ଷଣ କରି ତ୍ରୁଟିଗୁଡ଼ିକୁ ସରକାରଙ୍କ ଦୃଷ୍ଟିକୁ ଆଣି ସଠିକ୍ ମାର୍ଗଦର୍ଶନ ଦେଇପାରିବ। ତା’ହେଲେ ଯାଇ ଆମର ଗଣତନ୍ତ୍ର ଆହୁରି ସଶକ୍ତ ଓ ସମୃଦ୍ଧ ହୋଇପାରିବ ଓ ଆମର ଗଣତନ୍ତ୍ରର ମହନୀୟତା ଓ ଗରିମା ବଜାୟ ରହିବ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଅକ୍ଟୋବର ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଇଛନ୍ତି। ଏହା ସହ ବାଚସ୍ପତି ସେଠାରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

Surma Padhy ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସୁରମା ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.