Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ
ଆଜିର ଖବର

ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ

October 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନ ବିଚାରପତିଙ୍କୁ ଅପମାନ
ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ ଯାତ୍ରା

ଭୁବନେଶ୍ୱର: ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ହୋଇଥିବା ଚପଲ ଫୋପଡ଼ା ଘଟଣାକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ କଂଗ୍ରେସ ଭବନ ଠାରୁ ଏ.ଜି. ଛକ ସ୍ଥିତ ଡ. ବି.ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସମ୍ବିଧାନ ସୁରକ୍ଷା ଯାତ୍ରା ନାମରେ ଏକ ନୀରବ ପ୍ରତିବାଦ ଯାତ୍ରା ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା।

ବିଭାଗର ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ଜିଲ୍ଲା ଅଧ୍ୟକ୍ଷମାନେ ଉକ୍ତ ଯାତ୍ରାରେ ସାମିଲ ହୋଇଥିଲେ । ଉକ୍ତ ଯାତ୍ରା ସମାପନ ପରେ ସମସ୍ତ କର୍ମକର୍ତ୍ତା ଏଜି ଛକଠାରେ ସମବେତ ହୋଇ ସାମ୍ପ୍ରଦାୟୀକ ଶକ୍ତି ଦ୍ୱାରା ଦେଶର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସଂଗେ ସଂଗେ ସମଗ୍ର ଦେଶରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଶପଥ ଗ୍ରହଣ କରିଥିଲେ । ଯଦି ଦେଶର ପ୍ରଧାନ ବିଚାରପତିଙ୍କୁ ଏପରି ଅପମାନିତ କରାଯାଉଛି ତେବେ ଦେଶରେ ସାଧାରଣ ଜନତାଙ୍କ ଅବସ୍ଥା କିପରି ଅଛିବୋଲି ପ୍ରଶ୍ନ କରି ବିଭାଗର ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ କ୍ଷୋଭ ପ୍ରକାଶ କରିଥିଲେ ।

ଉକ୍ତ ଘଟଣାକୁ ନିନ୍ଦା କରି ଆଗାମୀ ଦିନରେ ଜନନାୟକ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହିପରି ପ୍ରତିବାଦ ସଭାମାନ ଆୟୋଜନ କରାଯିବ ବୋଲି ବିଭାଗର ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପିସିିସି ସମ୍ପାଦିକା ଅନିମା ମିଞ୍ଜ ଓ ଓବିସି ଜାତୀୟ ସଂଯୋଜକ ରାଜ କିଶୋର ବାରିକ, ରାଜ୍ୟ ଉପାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପାତ୍ର, ମାଣିକ ପ୍ରଭା, ଗଜେନ୍ଦ୍ର ତନ୍ତି, ଜାନକୀ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ରାମଲାଲ ସୁନାନୀ, ଗୋବିନ୍ଦ ନାୟକ, ରାଜେନ୍ଦ୍ର କୁମାର ଜେନା, ଉମାକାନ୍ତ ମଲ୍ଲିକ, ଶିବ ପ୍ରସାଦ ବେହେରା ତଥା ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଅନୁଗୁଳ ଅଧ୍ୟକ୍ଷ ରାଜକିଶୋର ନାୟକ, କଟକ ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ବରଗଡ଼ ଅଧ୍ୟକ୍ଷ ଅଭିଶେକ ସେଠ, ଭଦ୍ରକ ଅଧ୍ୟକ୍ଷ ବିଦ୍ୟାଧର ଜେନା, ରାଜ୍ୟ ସମ୍ପାଦକ ରଞ୍ଜନ ଭୋଇ, ପ୍ରମୋଦ ମଲ୍ଲିକ, ବିକାଶ ଦାସ, ସଂଜୟ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

କଂଗ୍ରେସ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ପ୍ରଧାନ ବିଚାରପତି ବି.ଆର. ଗଭାଇ ପ୍ରଧାନ ବିଚାରପତିଙ୍କୁ ଅପମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Latest News

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.