Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ
ଆଜିର ଖବର

ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ

October 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହରିଆନା ଆଇପିଏସ ଅଧିକାରୀ
ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ

ଭୁବନେଶ୍ୱର: ହରିଆନାର ୨୦୦୧ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ୱାଇ.ପୁରନ କୁମାରଙ୍କ ମୃତ୍ୟୁ ଓ ତାଙ୍କ “ସୁଇସାଇଡ ନୋଟ” ଅନୁଯାୟୀ ହରିଆନା ସରକାର ପଦକ୍ଷେପ ନେଉନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବ୍ୟଥିତ ହୋଇଛି । ଉଲ୍ଲେଖ ଯୋଗ୍ୟଯେ ଶ୍ରୀଯୁକ୍ତ କୁମାର ଜଣେ ଅନୁସୂଚିତ ଜାତିବର୍ଗର ଅଫିସର ଥିଲେ ଓ ସେ ସର୍ବଦା ଚାକିରୀ ଏବଂ ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଅଧିକାରୀ ମାନଙ୍କର ଅନୁପାତିକ ସଂରକ୍ଷଣ ସପକ୍ଷରେ ସ୍ୱର ଉତ୍ତୋଳନ କରୁଥିଲେ।

ଗତ ଅକ୍ଟୋବର ୭ ତାରିଖରେ ସେ ଲେଖିଥିବା ୯ ପୃଷ୍ଠା ବିଶିଷ୍ଟ “ସୁଇସାଇଡ” ନୋଟ ଅନୁଯାୟୀ ହରିଆନା ପୋଲିସ ଡିଜି ଶତୃଜିତ କପୁର ଓ ଅନ୍ୟ ୧୬ ଜଣ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମାନେ ତାଙ୍କୁ ଜାତିଗତ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହରିଆନା ସରକାର କୌଣସି ଜଣେ ମଧ୍ୟ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିନାହାନ୍ତି । ଅପର ପକ୍ଷରେ ହରିଆନାର ବିଜେପି ସରକାର ହରିଆନା ପୋଲିସ ମହାନିର୍ଦ୍ଦେଶକଙ୍କୁ ତଦନ୍ତରୁ ବଞ୍ଚାଇବାପାଇଁ ଛୁଟିରେ ପଠେଇଦେଇଅଛନ୍ତି। ଆହୁରି ମଧ୍ୟ ସୂଚନା ଯୋଗ୍ୟ ଯେ ମୃତ ଆଇପିଏସ ଅଧିକାରୀ ଶ୍ରୀ କୁମାରଙ୍କ ଧର୍ମପତ୍ନୀ ଅମନିତ ପି କୁମାର ଯିଏ ମଧ୍ୟ ଜଣେ ଆଇଏଏସ ଅଧିକାରୀ ସୁଇସାଇଡ ନୋଟରେ ଥିବା ଅଧିକାରୀ ମାନଙ୍କ ନାମରେ ଏତଲା ରୁଜୁ କରିଅଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ହରିଆନା ସରକାର ତାଙ୍କ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାନ୍ତି ଯାହାକି ହରିଆନା ସରକାରଙ୍କ ଜାତିଗତ ବିଦ୍ୱେଷ ଭାବର ପ୍ରମାଣିତ କରୁଅଛି।

ଉଲ୍ଲେଖ ଯୋଗ୍ୟ ଯେ ଆଜି ସଂସଦର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ପରିଦର୍ଶନ କରୁଅଛନ୍ତି। ଏଣୁ ଆମ୍ଭେମାନେ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶ୍ରୀ କୁମାରଙ୍କ ସୁଇସାଇଡ ନୋଟରେ ଉଲ୍ଲେଖିତ ଥିବା ସମସ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାପାଇଁ ଓ ସିବିଆଇକୁ ଏହି ତଦନ୍ତଭାର ଦେବାପାଇଁ ଦାବି କରୁଅଛୁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ, ପିସିସି ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ ଉପସ୍ଥିତ ଥିଲେ।

Google’s Vizag Data Centre to Add ₹10,000 Crore to Andhra’s Economy

ପ୍ରଦେଶ କଂଗ୍ରେସ ହରିଆନା ଆଇପିଏସ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

November 26, 2025

ଶିଖ ଧର୍ମର ନବମ ଗୁରୁ ‘ହିନ୍ଦ କି ଚାଦର’ ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅମିତ ଶାହ

November 26, 2025

ଆଜି ନଭେମ୍ବର ୨୬ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

November 26, 2025

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025
Latest News

ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

November 26, 2025

ଶିଖ ଧର୍ମର ନବମ ଗୁରୁ ‘ହିନ୍ଦ କି ଚାଦର’ ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅମିତ ଶାହ

November 26, 2025

ଆଜି ନଭେମ୍ବର ୨୬ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

November 26, 2025

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.