Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୧୯୩ ମାମଲାର ସମୀକ୍ଷା
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୧୯୩ ମାମଲାର ସମୀକ୍ଷା

October 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୧୯୩ ମାମଲାର ସମୀକ୍ଷା
ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୧୯୩ ମାମଲାର ସମୀକ୍ଷା

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ବ୍ଲକ୍, ତହସିଲ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ ଗୁଡିକର ଅବସର ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ତୃତୀୟ ଶ୍ରେଣୀ କର୍ମଚାରୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ସ୍ଥଗିତ ଥିବା ସାମୟିକ ଓ ପରିବାର ପେନସନ କେସ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଅଧିକାରୀ ମାନଙ୍କୁ ପଚାରି ବୁଝି ସମୀକ୍ଷା କରିଥିଲେ।

ଯେଉଁ କର୍ମଚାରୀ ମାନଙ୍କର ଉଚ୍ଚ ନ୍ୟାୟାଳୟରେ କେସ ଅଛି ସେଗୁଡିକୁ ଛାଡି ସମସ୍ତ ଅବସର କର୍ମଚାରୀ ମାନଙ୍କ ସାମୟିକ ପେନସନ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଯେଉଁ କର୍ମଚାରୀ ମାନଙ୍କ ଭିଜିଲାନ୍ସ କେସ ଅଛି ସେ ଦିଗରେ ଭିଜିଲାନ୍ସ ବିଭାଗ ସମ୍ମତି ପ୍ରଦାନ କଲେ ଓ ସରକାରୀ ମୁଖ୍ୟାଳୟ ଅନୁମତି ଦେଲେ ସାମୟିକ ପେନସନ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଥିଲେ କେବଳ ସାମୟିକ ପେନସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଯଦି କୌଣସି କର୍ମଚାରୀଙ୍କ କିଛି ଅର୍ଥ ସରକାରଙ୍କୁ ପୈଠ କରିବାକୁ ଅଛି ତାହା ଉକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିରୁ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା କହିଥିଲେ ଯେ, ସରକାରୀ କର୍ମଚାରୀ ଯେଉଁଦିନ ଚାକିରିରୁ ଅବସର ଗ୍ରହଣ କରିବେ ସେହିଦିନ ସାମୟିକ ପେନସନ ନିର୍ଦ୍ଦେଶ ପତ୍ର ଦେବାର ପ୍ରାବଧାନତା ରହିଛି। ଏଣୁ ଏ ଦିଗରେ ସମସ୍ତ ଆର୍ଜନ ଓ ବିତରଣ ଅଧିକାରୀ (ଡି ଡି ଓ) ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକତା ରହିଛି।

ଶ୍ରୀ ବେଉରା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜିଲ୍ଲା ଆରକ୍ଷୀ ବିଭାଗ, ପଶୁ ସମ୍ପଦ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ବନଖଣ୍ଡ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଜଳସମ୍ପଦ ପ୍ରାଚୀ ଖଣ୍ଡ, ଖୋର୍ଦ୍ଧା ଖଣ୍ଡ, ଜଳ ନିଷ୍କାସନ ଖଣ୍ଡ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମବାୟ ସମିତି, ମତ୍ସ୍ୟ ବିଭାଗ, ସମସ୍ତ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟର ପେନସନ କେସ ର ଅଗ୍ରଗତି ସମୀକ୍ଷା କରିବାସହ ଯେଉଁ ମାନେ ପେନସନ ଅଦାଲତରେ ଯୋଗ ଦେଇ ନାହାନ୍ତି କୈଫତ୍ ତଲବ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁଧାରିତ ନିଶ୍ଚିତ କ୍ୟାରିଆର ଅଗ୍ରଗତି (ଏମ ଏ ସି ପି) ମଞ୍ଜୁରୀ କରିବା ଯେଉଁମାନେ ଅବସର ଗ୍ରହଣ ତିନି ମାସ ପରେ ସରକାରୀ ବାସ ଭବନ ଛାଡୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପାଳଙ୍କୁ ଚିଠି ଲେଖିବାକୁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପେନସନ ଅଦାଲତ ରେ ୧୯୩ ବିଭିନ୍ନ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନ ଅଭିଯୋଗ ବିଚାର କରି ବିଭାଗୀୟ ଅଧିକାରୀ ମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପେନସନ ଅଦାଲତରେ ଡେପୁଟୀ କଲେକ୍ଟର, ନ୍ୟାୟିକ ସୃଷ୍ଟି ଅନନ୍ୟା ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରସ୍ମିବାଳା ପରିଡ଼ା, ବାବୁଲି ପଟ୍ଟନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେମାନଙ୍କ କାର୍ଯ୍ୟାଳୟ ସଂସ୍ଥା ବିଭାଗ ଅଧିକାରୀ ଏବଂ କର୍ମଚାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

BJP Ads
ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ପ୍ରତାପ ଚନ୍ଦ୍ର ବେଉରା
Share. Facebook Twitter LinkedIn Email WhatsApp Copy Link

Related Posts

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025

ଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ

November 7, 2025

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

November 7, 2025
Jindal Ads
BJP Ads
Latest News

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025

ଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ

November 7, 2025

ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

November 7, 2025

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.