Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପ୍ଲାଟଫର୍ମସର ଦ୍ଵିତୀୟ ତ୍ରୈମାସିକ ନେଟ୍ ଲାଭ ୭,୩୭୯ କୋଟି
ଆଜିର ଖବର

ଜିଓ ପ୍ଲାଟଫର୍ମସର ଦ୍ଵିତୀୟ ତ୍ରୈମାସିକ ନେଟ୍ ଲାଭ ୭,୩୭୯ କୋଟି

October 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପ୍ଲାଟଫର୍ମସ
୧୦୦ ବିଲିୟନ ଡଲାର ମୂଲ୍ୟାଙ୍କନ ଆକଳନ ସହିତ ବିଶ୍ୱରେ ୭ମ ସ୍ଥାନରେ ରହିଲା ରିଲାଏନ୍ସ ରିଟେଲ୍

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୫-୨୬ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ସମନ୍ୱିତ ନେଟ ଲାଭରେ ବାର୍ଷିକ ୧୨.୮ ପ୍ରତିଶତ ବୃଦ୍ଧି ପାଇ ୭,୩୭୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୫୦ କୋଟି ଅତିକ୍ରମ କରି ୫୦ କୋଟି ୬୪ ଲକ୍ଷ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଜିଓ ପ୍ଲାଟଫର୍ମସର ପରିଚାଳନାରୁ ରାଜସ୍ୱ ସେପ୍ଟେମ୍ବର ତ୍ରୈମାସିକରେ ୧୪.୬ ପ୍ରତିଶତ ବୃଦ୍ଧି ପାଇ ୩୬,୩୩୨ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୩୧,୭୦୯ କୋଟି ଟଙ୍କା ଥିଲା। ଏହି ତ୍ରୈମାସିକରେ ଜିଓର ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ସେବାରେ ପ୍ରତି ମାସରେ ୧୦ ଲକ୍ଷ ଘର ଓ ପରିସରକୁ ବ୍ରଡ଼ବ୍ୟାଣ୍ଡ ସହ ସଂଯୁକ୍ତ କରାଯାଇଛି। ଏଥିସହିତ ସାରା ଦେଶରେ ୨ କୋଟି ୩୦ ଲକ୍ଷ ପରିସର ଜିଓ ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ସହିତ ଯୋଡି ହୋଇଛନ୍ତି । ଜିଓ ଏୟାରଫାଇବର ବିଶ୍ୱର ସର୍ବବୃହତ ହୋଇଛି ଏବଂ ଏହାର ଉପଭୋକ୍ତା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ୯୫ ଲକ୍ଷରେ ପହଞ୍ଚିଛି।

ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିଥିବା ଜିଓର ଉପଭୋକ୍ତା ପିଛା ହାରାହାରି ମାସିକ ରାଜସ୍ୱ (ଆରପୁ) ରେ ବୃଦ୍ଧି ହେବ ସହିତ ଏହା ୨୧୧.୪ ଟଙ୍କାରେ ପହଞ୍ଚିଛି। ସେହିଭଳି ଜିଓ ଏଆଇ କ୍ଲାଉଡ଼ରେ ପଂଜିକୃତ ବ୍ୟବହାରକାରୀ ସଂଖ୍ୟା ଏବେ ୪ କୋଟି ୨୦ ଲକ୍ଷ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଡିଜିଟାଲ ସେବାରେ ନିଜର ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ଜିଓ ନେଟୱାର୍କରେ ଗ୍ରାହକ ପିଛା ପ୍ରତିମାସ ଡାଟା ବ୍ୟବହାର ୩୮.୭ ଜିବିକୁ ବୃଦ୍ଧି ପାଇଛି ଏବଂ ଏହି ତ୍ରୈମାସିକରେ ଜିଓ ନେଟୱର୍କରେ ମୋଟ ଡାଟା ବ୍ୟବହାର ୨୯.୮ ପ୍ରତିଶତ ବୃଦ୍ଧି ପାଇ ୫୮.୪ ବିଲିୟନ ଜିବି ହୋଇଛି।

ଆଜି ଘୋଷଣା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଅନୁଯାୟୀ କମ୍ପାନୀର ନେଟ ଲାଭ ଗତ ବର୍ଷ ସମାନ ଅବଧି ତୁଳନାରେ ୧୪.୩ ପ୍ରତିଶତ ଅଧିକ ରହିଛି ଏବଂ ୨୨୦୯୨ କୋଟି ଟଙ୍କାରେ ପହଞ୍ଚିଛି । ଏହି ତ୍ରୈମାସିକରେ କମ୍ପାନୀର ମୋଟ ରାଜସ୍ବ ଗତବର୍ଷ ସମାନ ସମୟ ତୁଳନାରେ ୯.୯ ପ୍ରତିଶତ ବୃଦ୍ଧି ପାଇ ୨୮୩୫୪୮ କୋଟି ଟଙ୍କା ହୋଇଛି।

ସେହିଭଳି ରିଲାଏନ୍ସ ରିଟେଲ ଦ୍ଵିତୀୟ ତ୍ରୈମାସିକରେ ମଧ୍ୟ ଦୃଢ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏହାର ତ୍ରୈମାସିକ ମୋଟ ରାଜସ୍ବ ଗତ ବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୦୧୮ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ ୪୧୨ ନୂଆ ଷ୍ଟୋର ଖୋଲିବା ସହିତ ଦେଶରେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୯୮୨୧ ରେ ପହଞ୍ଚିଛି, ଯାହା ୭.୭୮ କୋଟି ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି।

ଜିଓ ପ୍ଲାଟଫର୍ମସ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026
Latest News

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.