Nuapada Byelection: ଆଜି ଏକ ଶୋଭାଯାତ୍ରାରେ ଯାଇ ବିଜେପି ତରଫରୁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜୟ ଢୋଲକିଆ। ସେ ନୂଆପଡା ଉପଜିଲ୍ଲାପାଳ ଅଫିସରେ ନେତାଙ୍କ ଗହଣରେ ଏହି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା, ସାଂସଦ ମାଳବିକା ଦେଓ, ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ, ରବିନାରାୟଣ ନାୟକ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ।
ଜୟ ଢୋଲକିଆ ଖରିଆର ରୋଡସ୍ଥିତ ତାଙ୍କ ବାସ ଭବନରୁ ମାଆଙ୍କୁ ମୁଣ୍ଡିଆ ମାରି ଘରୁ ବାହାରିଥିଲେ। ଏହାପରେ ସେ କର୍ମୀମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳଙ୍କୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ।
JioFinance Dhanteras Offer: 2% Free Gold, Prizes Worth ₹10 Lakh